Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2040330

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 2nd January 2023: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Top News Headlines from 2nd January 2023

Top 10 News Headlines in Odia | 13th December 2023 | Afternoon | 1.     ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କାହିଁକି ହେବ ନାହିଁ ତାହାର ସ୍ପଷ୍ଟୀକରଣ ରଖିବାକୁ  ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ରିପୋର୍ଟ ରଖିବାକୁ କୋର୍ଟ କହିବା ସହ ସେହିଦିନ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି।  ଅଗଷ୍ଟ ୨୩, ୨୦୦୮ ମସିହାରେ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା। ଏହାପରେ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ସେତେବେଳେ ଏହାର ବିଚାରବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। କମିଶନଙ୍କ ରିପୋର୍ଟ ଏଯାଏ ଉପସ୍ଥାପନ କରାଯାଇ ନାହିଁ।

2.     କେନ୍ଦ୍ରାପଡ଼ାରୁ କଟକ ଆସିଥିବା ବେଳେ ନିଶ୍ଚିନ୍ତକୋଇଲିଠାରେ ଏକ ଯାତ୍ରୀବାହୀ ବସ୍‍ ଅନ୍ୟ ପଟୁ ଆସୁଥିବା ମାଲବାହୀ ଟ୍ରକ୍‍ ସହ ମୁହାଁମୁହିଁ ଧକ୍କା ହୋଇଛି। ଏହାଦ୍ୱାରା ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୧ଜଣଙ୍କୁ କଟକ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟୁଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ  ବିଭାଗ ଆଶଙ୍କା କରିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

3.     ଭାରତୀୟ ନ୍ୟାୟ ସଂହିତାରେ ‘ ହିଟ୍‍ ଆଣ୍ଡ ରନ୍‍’ ଅପରାଧ ପାଇଁ  ହୋଇଥିବା ବ୍ୟାପକ ଦଣ୍ଡ ଏବଂ ଜରିମାନା ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରିଛନ୍ତି ବସ୍‍, ଟ୍ରକ୍‍ ଓ ଟେମ୍ପୁ ସଂଘ। ଅଲ୍‍ ଇଣ୍ଡିଆ ମୋଟର କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଯାହାଫଳରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଏହି ଆଇନ କାର୍ଯ୍ୟକାରୀ ହୋଇ ନାହିଁ କିନ୍ତୁ କାର୍ଯ୍ୟକାରୀ ହେଲା ତାହା ଡ୍ରାଇଭରଙ୍କୁ ଶୋଷଣ କରିବ ବୋଲି ମୋଟର କଂଗ୍ରେସ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଏହି ଆନ୍ଦୋଳନର ପ୍ରଭାବ ନଥିଲେ ମଧ୍ୟ ବିହାର, ପଞ୍ଜାବ, ମହାରାଷ୍ଟ୍ର ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଏହି ପ୍ରଭାବ ବ୍ୟାପକ ରହିଛି।

4.     ସୋମବାର ହୋଇଥିବା ଭୂକମ୍ପ ପରେ ଜାପାନ ୧୫୫ଥର ଭୁକମ୍ପ ଅନୁଭବ କରିଛି। ଏହାଦ୍ୱାରା ସୁନାମୀ ତରଙ୍ଗ ସମୁଦ୍ରରେ ଦେଖିବାକୁ ମିଳିଛି। ଏହି ଦୁର୍ବିପାକ ଯୋଗୁ ୪୮ଜଣଙ୍କୁ ପ୍ରାଣ ଯାଇଥିବା ସୂଚନା ମିଳିଛି। ଏହା ସହ ଅନେକ କୋଠାବାଡ଼ି, ରାସ୍ତଘାଟ, ନୌକା କ୍ଷତିଗ୍ରସ୍ତ ହୋଇଛି। କିଛି ଅଞ୍ଚଳରେ ଏବେବି ଭୂକମ୍ପ ଆଶଙ୍କା ଥିବାରୁ ଘର ଭିତରେ ଲୋକଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି।

5.     ଲ୍ୟାଣ୍ଡିଂ ବେଳେ ଜାପାନର ରାଜଧାନୀ ଟୋକ୍ୟୋର ହାନେଦା ବିମାନବନ୍ଦରରେ ଆଜି ଏକ ଯାତ୍ରୀବାହୀ ବିମାନ ଆଉ ଏକ ବିମାନ ସହ ଧକ୍କା ହୋଇଛି। ଏହାଦ୍ୱାରା ସାରା ବିମାନବନ୍ଦର ନିଆଁ ଓ ଧୂଆଁମୟ ହୋଇଛି। ଏହି ବିମାନରେ ପ୍ରାୟ ୩୭୯ ଜଣ ଯାତ୍ରୀ ଥିଲେ।

6.     ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ଲାଗି ପୁରୀ ଶ୍ରୀକ୍ଷେତ୍ରରେ ନିମନ୍ତ୍ରଣ ପହଞ୍ଚିଛି। ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ ପ୍ରତିଷ୍ଠା ଅଭ୍ୟର୍ଥନା କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି। ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।   

7.     ବ୍ୟାଙ୍କ ଆକାଉଣ୍ଟରେ ଜାଲିଆତି ରୋକିବା ଲାଗି  ପଦକ୍ଷେପ ନେଇଛନ୍ତି ରିଜର୍ଭ ବ୍ୟାଙ୍କ। ସୂଚନା ଅନୁସାରେ, ୧୦ ବର୍ଷ କିମ୍ବା ଅଧିକ କାଳ ଧରି ଅପରେଟ ହେଉ ନଥିବା ବ୍ୟାଙ୍କ ଆକାଉଣ୍ଟ, ୧୦ ବର୍ଷ ଧରି କୌଣସି ଦାବିଦାର ନଥିବା ବ୍ୟାଙ୍କ ଆକାଉଣ୍ଟର ଟଙ୍କାକୁ ଡିପୋଜିଟର ଏଜୁକେସନ ଆଓ୍ବାରନେସ ଫଣ୍ଡ ବା ଡିଏଇ ଫଣ୍ଡକୁ ଟ୍ରାନ୍ସଫର  କରାଯିବ । ଏହାଦ୍ୱାରା ଗଚ୍ଛିତ ଥିବା ଅଣଦାବିଦାର ଜମା ଟଙ୍କା ପରିମାଣ ହ୍ରାସ ପାଇବ ବୋଲି ଆଶା କରାଯାଇଛି।

8.     ଝାଡଖଣ୍ଡରେ ରାଜନୀତିକ ଅଦଳବଦଳ ହୋଇପାରେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆସନ ତାଙ୍କ ସ୍ତ୍ରୀ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଜମି ଦୁର୍ନୀତି ମାମଲାରେ ସିଏମ ହେମନ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ୭ ଥର ସମନ ଜାରି କରିସାରିଲାଣି । ଇଡି ବିରୋଧରେ ହେମନ୍ତ ସୁପ୍ରିମକୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇସାରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ଆଶଙ୍କା କରାଯାଉଛି । 

9.     ଘନ କୁହୁଡି ଯୋଗୁଁ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ୨୬ଟି ଟ୍ରେନ ବିଳମ୍ବିତ ହୋଇଛି।  ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମଗ୍ର ଉତ୍ତର ଭାରତରେ ଏହି ସ୍ଥିତି ଦେଖା ଦେଇଛି।  ଆଗାମୀ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ  ରହିବା ସୂଚନା ଥିବାରୁ ଏହି ସମୟରେ ମଧ୍ୟ ରେଳ ଯାତାୟାତ ପ୍ରଭାବିତ ହେବା ସମ୍ଭାବନା ରହିଛି। 

10.   ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଜାନୁଆରି ୪ ତାରିଖରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ୱାଇଏସ୍‌ ଶର୍ମିଲା ଏବେ ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି।