Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 20th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ଚାଲିଗଲେ ଅନାଦି ଚରଣ ସାହୁ: ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ । କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିବା ସୂଚନା ମିଳିଛି। ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ତରଫରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ ଅନାଦି। ମିଳିଥିବା ସୂଚନା ମୁତାବକ ୧୯୯୬ ସାଧାରଣ ନିର୍ବାଚନରେ ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ ଅନାଦି ସାହୁ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

2- ହସ ହସ ମୁହଁରେ ଦର୍ଶନ ଦେଲେ ଶ୍ରୀରାମ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ୫ ବର୍ଷୀୟ ଶିଶୁ ରୂପର ମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ଅବସ୍ଥାନ କରାଯାଇଛି। ରାମଲାଲାଙ୍କ ପ୍ରତିମା ବର୍ତ୍ତମାନ ଏକ ପରଦା ଦ୍ୱାରା ଆଚ୍ଛାଦିତ ହୋଇଛି। ତାଙ୍କ ଆଖିରେ ପଟ୍ଟି ବନ୍ଧାଯାଇଛି। ପ୍ରଣ ପ୍ରତିଷ୍ଠା ଦିନ ବୈଦିକ ଏବଂ ସନାତନ ପରମ୍ପରା ଅନୁଯାୟୀ ରୀତିନୀତି ପରେ ପ୍ରଧାନମନ୍ତ୍ରୀ ମୋଦୀ ପଟ୍ଟି ଖୋଲି ରାମ ଲାଲାର ପ୍ରାଣ ପ୍ରତିଷ୍ଠା କରିବେ। ସନାତନୀ ପରମ୍ପରା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିମାଙ୍କ ପଟ୍ଟି ଖୋଲି ପ୍ରାଣ ପ୍ରତିଷ୍ଠା କରିବେ। ତେବେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଖିରେ ପଟ୍ଟି ବନ୍ଧା ଥିବା ସମ୍ପୂର୍ଣ୍ଣ ମୂର୍ତ୍ତି ସାମ୍ନାକୁ ଆସିଛି।

3- ତୃତୀୟ ବିବାହ କଲେ ଶୋଏବ ମଲ୍ଲିକ: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲ୍ଲିକ ତୃତୀୟ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କ ସହିତ ବିବାହ ବିଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ସମୟରେ ଶୋଏବ ଏହି ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଜଣାପଡ଼ିଛି। ସେପଟେ ଅଭିନେତ୍ରୀ ସନାଙ୍କର ଏହା ଦ୍ୱିତୀୟ ବିବାହ। ସନାଙ୍କର ମଧ୍ୟ ପୂର୍ବରୁ ବିବାହ ବିଚ୍ଛେଦ ହୋଇ ସାରିଛି। ସେ ୨୦୨୦ ମସିହାରେ ଉମର ଜୈୟସ୍ୱାଲଙ୍କୁ ବିବାହ କରିଥିଲେ। ଉଭୟ ମଧ୍ୟରେ ବୈବାହିକ ସମ୍ପର୍କ ଠିକ ନଥିବାରୁ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଥିଲେ ସନା ଓ ଉମର। ପରେ ଉଭୟ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟର ବିବାହ ସମୟର ଫଟୋକୁ ଡିଲିଟ କରିଦେଇଥିବା ସୂଚନା ରହିଛି। 

4- ଜୟପୁର ରୋଡ୍ ଶୋ’ରେ ଯୋଗଦେବେ ମାକ୍ରନ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ  ଏକ ରୋଡ୍‍ ଶୋ’ରେ ଯୋଗ ଦେଇପାରନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜାନୁୟାରୀ ୨୫ ତାରିଖ ଦିନ ଏହି ରୋଡ୍‍ ଶୋ’ରାଜସ୍ଥାନର ଜୟପୁର ସହରରେ ଅନୁଷ୍ଠିତ ହେବ। ଏହା ପର ଦିନ ଅର୍ଥାତ୍‍ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

5- ୩ ନକ୍ସଲ ମୃତ:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବେଲମଗୁଟାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ବେଲମଗୁଟା ଜଙ୍ଗଳରେ ନକ୍ସଲ ଛପିଥିବା ଖବର ପାଇବା ପରେ ଡିଆରଜି ଏବଂ ସିଆରପିଏଫ ଯବାନ ମିଳିତ ଭାବରେ ଅପରେସନ ଆରମ୍ଭ କରିଥିଲେ । ଯବାନମାନେ ଜଙ୍ଗଲକୁ ଚାରିପଟୁ ଘେରିବା ଜାଣିବା ପରେ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀମାନେ ଏହାର ପାଲଟା ଯବାବ ଦେଇଥିଲେ । ଫଳରେ ୩ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ସେ ମଧ୍ୟରେ ୨ ମହିଳା ନକ୍ସଲ ଅଛନ୍ତି । ଜଙ୍ଗଲରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

6- ଓଡ଼ିଆ ଯବାନଙ୍କୁ ମିଳିଲା 'ସେନା ମେଡାଲ୍': 'ଲସ୍କର ଏ ତୋଏବା' ଆତଙ୍କବାଦୀକୁ ନିପାତ କରିବା କାରଣରୁ ଓଡ଼ିଆ ଯବାନ ପ୍ରଭଞ୍ଜନ ପାଢୀଙ୍କୁ ମିଳିଛି ସେନା ମେଡାଲ । ଏହି ସାହସିକତା ପୁରସ୍କାର ମିଳିବା ପରେ ମାତ୍ର ୩୦ ବର୍ଷିୟ ପ୍ରଭଞ୍ଜନଙ୍କ ପରିବାର ସମେତ ପଡୋଶୀ ଓ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି । ଆର୍ମି ଦିବସ ପରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଭଞ୍ଜନଙ୍କୁ ସମ୍ମାନିତ କରିଛନ୍ତି ।

7- ଚିଲିକାରେ ଡଲଫିନ ଗଣନା:  ଆଜି ସକାଳ ୬ଟା ସମୟରୁ ଚିଲିକାରେ ଡଲଫିନ ଗଣନା ଆରମ୍ଭ ହୋଇଛି । ସମୁଦାୟ ୧୮ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଥିବା ସମୟରେ ପ୍ରତ୍ୟକ ଟିମରେ ୮ରୁ ୧୦ଜଣ ସଦସ୍ୟ ରହିଛନ୍ତି । ଏହି ଗଣନାକାର୍ଯ୍ୟରେ ବାଇନାକୁଲର, ଜିପିଏସ ବ୍ୟବହାର କରାଯାଇଛି । ଡଲଫିନ ଗଣନା ଶେଷ ନହେବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ବୋଟ୍ ଯାତ୍ରା ବନ୍ଦ ରହିବ ।

8- ହେମନ୍ତ ସୋରେନ୍‌ଙ୍କ ଘରେ ଇଡି: ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡିରେ ହାଜର ହେବା ପାଇଁ ବାରମ୍ୱାର ସମନ କରାଯାଇଥିଲେ ମଧ୍ୟ ହାଜର ହୋଇନଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ତେଣୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଧିକାରୀମାନେ ହେମନ୍ତଙ୍କ ଘରେ ପହଞ୍ଚିଛନ୍ତି । ହେମନ୍ତଙ୍କୁ ଇଡି ପକ୍ଷରୁ ପଚରାଉଚରା ଚାଲିଥିବା ସମୟରେ ସମର୍ଥକମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

9- ଫେଲ୍ ମାରିଲା ଜାପାନ ମିଶନ! : ଜାପାନକୁ ମହାକାଶ ଗବେଷଣା କ୍ଷେତ୍ର ଏକ ନୂଆ ସଫଳତା ମିଳିଛି । ଜାପାନର ସ୍ଲିମ୍‌ ମୁନ୍‌ ମିଶନ ଚନ୍ଦ୍ରରେ ଅବତରଣ କରିଛି । କିନ୍ତୁ ସେଥିରେ ଯାନ୍ତ୍ରୀକ ତୃଟି ରହିଥିବା ଜଣାପଡିଛି । ଯାହାଫଳରେ ଅବତରଣ ସମୟରେ ସାମାନ୍ୟ ବାଧା ଉପୁଜିଛି । ଖବର ମୁତାବକ ସୋଲାର ସେଲରେ ତୃଟି ରହିଥିବା କୁହାଯାଉଛି ।

10- ୧୫ ଜିଲ୍ଲାକୁ ଆଲର୍ଟ : ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ଏଥି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତାପମାତ୍ରା କୌଣସି ପରିବର୍ତ୍ତନ ଦେଖା ଦେଇ ନଥିବା ବେଳେ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦୃଶ୍ୟମାନର ଦୂରତା ୨୦୦ ମିଟର ତଳକୁ ଖସି ଆସିବ। ତାହାକୁ ନଜରରେ ରଖି ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Also Read- Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ

Also Read- Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ