Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 18th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Top 10 News headlines

Top 10 News headlines | 18th Jan | Afternoon: 1. ଆସନ୍ତା ୨୨ ତାରିଖ ଦିନ ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ ଅଧା ଦିନ ବନ୍ଦ ରହିବ। ଅଯୋଧ୍ୟାରେ ଶ୍ରୀ ରାମମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଅଧିକ ଉତ୍ସବମୁଖର କରିବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଜନମାନଙ୍କ ଶ୍ରଦ୍ଧା ଓ ଆସ୍ଥାକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ପୂର୍ବରୁ ୫ ରାଜ୍ୟ ସରକାର ଏହିଦିନଟିକୁ ଛୁଟି ଘୋଷଣା କରିଥିଲେ। ଅନେକ ରାଜ୍ୟରେ ଏଥିଲାଗି ଛୁଟି ଘୋଷଣା କରିବାକୁ ଦାବି ହୋଇ ଆସୁଛି। 

2. ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ଦିବସର ଆଜି ତୃତୀୟ ଦିନ। ନୀତି ନିର୍ଦ୍ଧାରଣ ଅନୁସାରେ ଆଜି ଶ୍ରୀ ରାମଲାଲାଙ୍କ ମୂର୍ତ୍ତିକୁ ସିଂହାସନ ବିଜେ କରାଯାଇଛି।   ଗତ ରାତିରେ ଏହି ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ କରାଯାଇଥିଲା। 

3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଓଡ଼ିଆ ଭଜନକୁ ନିଜ ‘ଏକ୍ସ’ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭାରତର କୋଣ ଅନୁକୋଣରେ ଥିବା ଶ୍ରଦ୍ଧ ଓ ଭକ୍ତି ଭାବନାକୁ ସେ ଏହି ପୋଷ୍ଟ ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି। ଏହି ଭଜନ ନମିତା ଅଗ୍ରଓ୍ୱାଲ ଗାଇଛନ୍ତି।

4. ତୃଣମୂଳ କଂଗ୍ରେସ ନେତା ତଥା ବହିଷ୍କୃତ ସାଂସଦ ମହୂଆ ମୈତ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱରସ୍ଥ ହୋଇଛନ୍ତି। ତାଙ୍କ ସରକାରୀ ବାସଭବନ ଖାଲି ପାଇଁ ଇଷ୍ଟେଟ୍‍ ନିର୍ଦ୍ଦେଶାଳୟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ମହୂଆ ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏହାକୁ ଶୁଣାଣି ପାଇଁ ଗ୍ରହଣ ମଧ୍ୟ କରିଥିବା ସୂଚନା ମିଳିଛି। 

5. ଦୁଇଦିନ ପରେ ଇରାନକୁ ଜବାବ ଦେଇଛି ପାକିସ୍ତାନ। ଗୁରୁବାର ସକାଳୁ ଅନେକଗୁଡ଼ିଏ କ୍ଷେପଣାସ୍ତ୍ର ମାଡ଼ ହେତୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ତିନିଜଣ ମହିଳା ଓ ୪ ଶିଶୁ ରହିଛନ୍ତି। ପାକିସ୍ତାନ ସୀମାରେ ଥିବା ଇରାନ୍‍ର ସିସ୍ତାନ-ବାଲୁଚିସ୍ତାନ ରାଜ୍ୟର ସୀମାନ୍ତ ଗାଁରେ ଏହି ଆକ୍ରମଣ ହୋଇଛି।

6. ରାଜ୍ୟରେ ସାଧାରଣ ପରିବହନକୁ ସୁଦୃଢ଼ କରିବା ଲାଗି ଆରମ୍ଭ ହୋଇଥିବା ‘ଲକ୍‍ମୀ’ ଯୋଜନାର ତୃତୀୟ ପର୍ଯ୍ୟାୟ ସ୍ୱରୂପ ଆଜିଠାରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ। ୧୫ଟି ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ହୋଇ ଆଜିଠାରୁ ପୁରୀ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଏହାର ଉଦ୍‍ଘାଟନ କରିବେ। 

7. ବିଜେପି ରାଜ୍ୟ ଶାଖା ପକ୍ଷରୁ ବିଭିନ୍ନ ଛାମୁଆ ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି।  ୫ଜଣ ଉପସଭାପତି ଓ ଜଣେ ସମ୍ପାଦକଙ୍କଙ୍କୁ ଭିନ୍ନ ଭିନ୍ନ ସଂଗଠନର ଦାୟିତ୍ୱ ଦିଆଯାଇଛି।    ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀଙ୍କୁ ଯୁବମୋର୍ଚ୍ଚା ଦାୟିତ୍ୱ ମିଳିଥିବା ବେଳେ  ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର; ଓବିସି ମୋର୍ଚ୍ଚା ପ୍ରଭାରୀ ଭାବେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର; କୃଷକ ମୋର୍ଚ୍ଚା ପ୍ରଭାରୀ ଭାବେ ଗୋଲକ ପ୍ରସାଦ ମହାପାତ୍ର; ଅନୁସୁଚିତ ଜାତି (ଏସ୍‌ସି) ମୋର୍ଚ୍ଚା ପ୍ରଭାରୀ ଭାବେ ରମେଶ ସାହୁ ଏବଂ ଅନୁସୁଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ପ୍ରଭାରୀ ଭାବେ ସୁକେଶୀ ଓରାମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।  

8. ଦେଶରେ ଶିକ୍ଷା ବ୍ୟବସ୍ଥାଯେ ଦିନକୁ ଦିନ ଦୟନୀୟ ହୋଇ ଚାଲିଛି ତାହାକୁ ସ୍ପଷ୍ଟ କରିଛି ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ( ASER) ୨୦୨୩। ବୁଧବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ୧୪ରୁ ୧୮ ବର୍ଷ ବୟସର ୪୩ ପ୍ରତିଶତ କିଶୋର ଇଂରାଜୀରେ ଗୋଟିଏ ବାକ୍ୟ ପଢ଼ିବାକୁ ବି ଅସମର୍ଥ। ଠିକ୍‍ ସେହିଭଳି ଗ୍ରାମାଞ୍ଚଳର ଶିକ୍ଷା ସ୍ଥିତିକୁ ଅନୁଧ୍ୟାନ କରି ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ବୟସ ଗୋଷ୍ଠୀର ଗ୍ରାମାଞ୍ଚଳର ୨୫ ପ୍ରତିଶତ କିଶୋର ଦ୍ବିତୀୟ ଶ୍ରେଣୀର ପାଠକୁ ନିଜ ମାତୃଭାଷାରେ ପଢ଼ିବାକୁ ବି ସମର୍ଥ ହେଉ ନାହାନ୍ତି। ଏପରିକି ଗ୍ରାମାଞ୍ଚଳର ଅଧିରରୁ ଅଧିକ କିଶୋର ତୃତୀୟ ବା ଚତୁର୍ଥ ଶ୍ରେଣୀର ହରଣ ବି କରିବାରେ ସକ୍ଷମ ହେଉ ନାହାନ୍ତି ବୋଲି ପ୍ରଥମ ଫାଉଣ୍ଡେସନ୍‍ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି। 

9. ଅଯୋଧ୍ୟା ଶ୍ରୀରାମଲାଲା ମନ୍ଦିରକୁ ଉତ୍ସର୍ଗ ପୂର୍ବକ ଆଜି ୬ଟି ସ୍ୱତନ୍ତ୍ର ସ୍ମରଣୀୟ ଡାକ ଟିକଟକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ବିଶ୍ବର ବିଭିନ୍ନ ଦେଶରେ ରାମଙ୍କ ସହ ଜଡିତ ଡାକ ଷ୍ଟାମ୍ପ ମଧ୍‍ୟ ଜାରି କରାଯାଇଛି।  ଏହାକୁ ନେଇ ଏକ ଆଲବମ୍ କୁ ପ୍ରଧାନମନ୍ତ୍ର ଉନ୍ମୋଚନ କରିଛନ୍ତି। 

10. ଶ୍ରୀ ଜଗନ୍ନାଥ ପ୍ରକଳ୍ପର ପ୍ରଚାର ପ୍ରସାର ଲାଗି ରାଜ୍ୟ ବ୍ୟାପୀ ଚାଲିଥିବା ଗୁଆ ଚାଉଳ ସଂଗ୍ରହ ଅଭିଯାନକୁ କେନ୍ଦ୍ର କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଏହାକୁ ଲୋକ ଦେଖାଣିଆ ବୋଲି କହିବା ସହ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥଙ୍କୁ ଟ୍ରେଡ୍‍ମାର୍କ ଭାବେ ବୃବହାର କରୁଛନ୍ତି ବୋଲି କହିଛନ୍ତି।