Top 10 News Today: ୧୪ ଖରିଫ ଫସଲର MSP ବଢ଼ାଇଲେ ସରକାର; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2299638

Top 10 News Today: ୧୪ ଖରିଫ ଫସଲର MSP ବଢ଼ାଇଲେ ସରକାର; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 19 June 2024: କେନ୍ଦ୍ରର ମୋଦି କ୍ୟାବିନେଟ୍ ଆଜି ୨୦୨୪-୨୫ ଅଧିବେଶନ ପାଇଁ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Headlines Odisha 19 June 2024

Today Top 10 News Headlines: H1. Union Cabinet approves MSP on 14 Kharif season crops: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ତୃତୀୟ କାର୍ଯ୍ୟକାଳ ଗ୍ରହଣ କରିବାର ଦୁଇ ଦିନ ମଧ୍ୟରେ ଦେଶର ଚାଷୀଙ୍କୁ ଦୁଇଗୁଣ ଉପହାର ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି ୨୦୨୪-୨୫ ଅଧିବେଶନ ପାଇଁ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିଛି।

H2. Puri Ratna Bhandar news: ଶ୍ରୀ ଜଗନ୍ନାଥଙ୍କ ବହୁ ଚର୍ଚ୍ଚିତ ରତ୍ନଭଣ୍ଡାର କେବେ ଖୋଲିବ ତାହା ସ୍ଥିର ହୋଇ ନାହିଁ। ଜଣେ ସରକାରୀ ଅଧିକାରୀ ନିଜର ଦୋଷ ତ୍ରୁଟି ଯୋଗୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

H3. Naveen Patnaik elected leader of Opposition in Odisha Assembly: ବିଜେଡି ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ । ସେହିପରି ପ୍ରତାପ ଦେବ ହେବେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।

H4. Surama Padhy set to become Odisha Assembly Speaker: ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢ଼ୀ। ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଆଜି ସୁରମା। ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ।

H5. Withdrawal of OSS officers from CMO: ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି। ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଥିବା ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି କରାଯାଇଛି। ଓଡ଼ିଶାରେ ରାଜ୍ୟ ଅତିଥି ଭବନରୁ ସରକାର ଚଳାଉଥିବା ମୋହନଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୨୨ଜଣ ଓଏସ୍‌‌ଏସ୍‌‌ ଅଧିକାରୀଙ୍କୁ ଆଜି ବଦଳି କରାଯାଇଛି। 

H6. Delhi excise policy case: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ତିହାର ଜେଲରେ ରହିବାକୁ ପଡ଼ିବ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ସିଏମ୍ କେଜ୍ରିୱାଲଙ୍କୁ ଆରାମ ମିଳିନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ପୁଣି ଥରେ ବଢ଼ାଇ ଦେଇଛନ୍ତି।  ୩ ଜୁଲାଇ ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

H7. PM Modi inaugurates new Nalanda University campus in Bihar: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ରାଜ୍ୟକୁ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ୨୦୧୬ ମସିହାରେ ଏହି ଧ୍ୱଂସାବଶେଷକୁ ପର୍ଯ୍ୟଟନସ୍ଥଳ ଭାବରେ ଘୋଷଣା କରାଯାଇଥିଲା।

H8. Hajj Pilgrims Death: ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମ ଲହରୀ ଏବେ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ସଂକଟ ପାଲଟିଛି। ପ୍ରବଳ ଗ୍ରୀଷ୍ମ ଲହରୀ କାରଣରୁ ହଜ୍ ସମୟରେ ଅତି କମରେ ୫୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ସଂଖ୍ୟକ ମୃତ୍ୟୁ ଖବର ଇଜିପ୍ଟରୁ ଆସିଛି। ଦୁଇ ଆରବ କୂଟନୀତିଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ ଇଜିପ୍ଟରୁ ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଂଶୁଘାତ ଜନିତ ରୋଗ ହେତୁ ମୃତ୍ୟୁ ମୁଖରେ ପଡିଛନ୍ତି।

H9. Putin and Kim Meeting: ଆକ୍ରମଣ ହେଲେ ଋଷ ଓ ଉତ୍ତର କୋରିଆ ପରସ୍ପରକୁ ସାହାଯ୍ୟ କରିବେ। କହିରଖୁଛୁ ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବୁଧବାର ଦିନ ପ୍ୟୋଙ୍ଗୟାଙ୍ଗରେ ଏକ ବ୍ୟାପକ ରଣନୀତିକ ଭାଗିଦାରୀ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ଯଦି ଅନ୍ୟ ଦେଶ ଆକ୍ରମଣ କରେ ତେବେ ଉଭୟ ଦେଶ ପରସ୍ପରକୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି।

H10. INDW vs SAW: ଭାରତୀୟ ମହିଳା କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକାକୁ ଆଜି ୪ ରନରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଅପରାଜିତ ୨-୦ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୨୫ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୨୧ ରନ୍ କରିବାରେ ସଫଳ ହୋଇଥିଲା।