Gold Rate Today: ଆଜି ପୁଣି ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦାମ୍..
Advertisement
Article Detail0/zeeodisha/odisha1958059

Gold Rate Today: ଆଜି ପୁଣି ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦାମ୍..

Gold Rate Today: ସରିଲା ପାର୍ବଣ ଋତୁ। ପାର୍ବଣ ଋତୁ ସରୁ ସରୁ ସୁନା ଧିରେ ଧିରେ କମିବାକୁ ଲାଗିଛି। ଗତ କାଲି ଅପେକ୍ଷା ଆଜି ଦେଶରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season), ତେଣୁ ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛି। ତେବେ ଆପଣ ଯଦି ସୁନା କିଣିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଜାଣି ନିଅନ୍ତୁ ଆଜି ଆପଣଙ୍କ ଅଞ୍ଚଳରେ କେତେ ରହିଛି ସୁନା ଦର।

Gold Rate Today: ଆଜି ପୁଣି ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦାମ୍..

Gold Rate Today: ସରିଲା ପାର୍ବଣ ଋତୁ। ପାର୍ବଣ ଋତୁ ସରୁ ସରୁ ସୁନା ଧିରେ ଧିରେ କମିବାକୁ ଲାଗିଛି। ଗତ କାଲି ଅପେକ୍ଷା ଆଜି ଦେଶରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season), ତେଣୁ ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛି। ତେବେ ଆପଣ ଯଦି ସୁନା କିଣିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଜାଣି ନିଅନ୍ତୁ ଆଜି ଆପଣଙ୍କ ଅଞ୍ଚଳରେ କେତେ ରହିଛି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୪୯୦ ଟଙ୍କା ରହିଛି।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୫,୪୫୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୪୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୫,୩୬୮ ଟଙ୍କା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର(22 Carat) ଦାମ୍ ୫୫,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୪୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୫,୩୭୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟ ଚେନ୍ନାଇରେ(Chennai) ୨୨ କ୍ୟାରେଟର ଦାମ୍ ୫୫,୯୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୯୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୫,୭୩୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୫,୬୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୬୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୫,୪୯୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୫,୪୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୪୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୫,୩୬୮ ଟଙ୍କା ରହିଛି ।

Also Read: Gold Rate: ଖସିଲା ସୁନା ଦର, ଜାଣନ୍ତୁ ଓଡି଼ଶାରେ ଆଜି କେତେ ରହିଛି ରେଟ୍?