vastu tips for happiness: ଧନ ପ୍ରାପ୍ତି ଓ ଆର୍ଥିକ ଉନ୍ନତି ପାଇଁ ଆପଣାନ୍ତୁ ଏହି ସବୁ ସହଜ ବାସ୍ତୁ ଉପାୟ
Advertisement
Article Detail0/zeeodisha/odisha1965215

vastu tips for happiness: ଧନ ପ୍ରାପ୍ତି ଓ ଆର୍ଥିକ ଉନ୍ନତି ପାଇଁ ଆପଣାନ୍ତୁ ଏହି ସବୁ ସହଜ ବାସ୍ତୁ ଉପାୟ

  ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ପରିଶ୍ରମର ଫଳ ମିଳିନଥାଏ ।  ଆଜିର ଯୁଗରେ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଇଛି । ମୁଦ୍ରାସ୍ଫିତି ପାଇଁ ବଜାର ଦର ମହଙ୍ଗା ହୋଇଛି । ଏମିତିରେ ଘର ଚଳାଇବା କଷ୍ଟକର ହୋଇ ପଡ଼ିଛି । ଯହାକୁ ନେଇ ଘରେ ସବୁବେଳେ ଅଶାନ୍ତି ସୃଷ୍ଟି ହୁଏ  । ତେବେ ଅଭାବ ପାଇଁ କକେବଳ ଆପଣଙ୍କ ରୋଜ

SOCIAL MEDIA

vastu tips for happiness: 

ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ପରିଶ୍ରମର ଫଳ ମିଳିନଥାଏ ।  ଆଜିର ଯୁଗରେ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଇଛି । ମୁଦ୍ରାସ୍ଫିତି ପାଇଁ ବଜାର ଦର ମହଙ୍ଗା ହୋଇଛି । ଏମିତିରେ ଘର ଚଳାଇବା କଷ୍ଟକର ହୋଇ ପଡ଼ିଛି । ଯହାକୁ ନେଇ ଘରେ ସବୁବେଳେ ଅଶାନ୍ତି ସୃଷ୍ଟି ହୁଏ  । ତେବେ ଅଭାବ ପାଇଁ କକେବଳ ଆପଣଙ୍କ ରୋଜଗାର ଦାୟୀ ହୋଇନଥାଏ । ଅନେକ ସମୟରେ ଘରର ବାସ୍ତୁଦୋଷ ମଧ୍ଯ ଆପଣଙ୍କୁ ସବୁବେଳେ ଅଭାବ ଭିତରେ ଜିଇଁବାକୁ ବାଧ୍ୟ କରେ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପଚାର ବିଷୟରେ ଉଲ୍ଲେଖ କରାଯାଇଛି। ଏହି ସବୁ ଉପାୟ କରିବା ଦ୍ଵାରା ଧନ ପ୍ରାପ୍ତି ଓ ଜୀବନରେ ଉନ୍ନତି, ସୁଖ ସମୃଦ୍ଧି ଓ ଗୌରବ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ବାସ୍ତୁର ଏହି ସହଜ ଉପଚାର ବିଷୟରେ...

ଧନ ସମ୍ବନ୍ଧିତ ଜିନିଷକୁ ଘରର ଏହି ଦିଗରେ ରଖନ୍ତୁ

ଅର୍ଥନୈତିକ ସମୃଦ୍ଧି ଏବଂ ସ୍ଥିରତା ପାଇଁ ସର୍ବଦା ନିଜର ସମ୍ପତ୍ତିକୁ ଦକ୍ଷିଣ-ପଶ୍ଚିମ କୋଣରେ ରଖିବା ଉଚିତ । ଏହି ଦିଗରେ ଟ୍ରେଜେରି, ଆଲମାରୀ, ସୁନା ଓ ରୂପା, ଗହଣା, ଆର୍ଥିକ କାଗଜପତ୍ର ଇତ୍ୟାଦି ଜିନିଷ  ରଖନ୍ତୁ। ଏହି ଦିଗ ପୃଥିବୀ ତତ୍ତ୍ୱକୁ ପ୍ରତିଫଳିତ କରିଥାଏ, ଯାହା ସ୍ଥିରତାକୁ ସୁନିଶ୍ଚିତ କରେ । ଏହି ଦିଗରେ ରଖାଯାଇଥିବା ଜିନିଷ ବହୁଗୁଣିତ ହୋଇଯାଏ । ଟଙ୍କା ରଖିଥିବା ଜିନିଷକୁ କେବେବି ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହାକୁ ଅଣଦେଖା କରିବା ଦ୍ୱାରା ଧନର ଘୋର ଅଭାବ ଦେଖାଦେଇଥାଏ ।

ଏହି ଦିଗରେ ଆକ୍ୱାରିୟମ୍ ରଖନ୍ତୁ

ଘରର ଉତ୍ତର-ପୂର୍ବ କୋଣରେ ଆକ୍ୱାରିୟମ୍ କିମ୍ବା ଛୋଟ ଝରଣା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଦେବଦେବୀମାନେ ଉତ୍ତର-ପୂର୍ବ କୋଣରେ ବାସ କରନ୍ତି ଏବଂ ଏହି ଦିଗ ଘରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଦିଗରେ ମଇଳା କିମ୍ବା ଭାରୀ ସାମଗ୍ରୀ ରଖନ୍ତୁ ନାହିଁ। ଏହି ଦିଗରେ ଜଳ ସମ୍ବନ୍ଧୀୟ ଜିନିଷ ରଖିବା ଦ୍ୱାରା ଭାଗ୍ୟର ଦ୍ୱାର ଖୋଲିବା ସହ ଧନର ପ୍ରବାହ ମଧ୍ୟ ବଢିଥାଏ । କିନ୍ତୁ ମନେ ରଖନ୍ତୁ ଏହି ସ୍ଥାନରେ ଯେପରି ଅପରିଷ୍କାର ପାଣି ରହିବ ନାହିଁ ତାହା ସୁନିଶ୍ଚିତ କରନ୍ତୁ । ଏଥିସହିତ ଘରର ସମସ୍ତ ନଳରୁ ଯେମିତି ପାଣି ଝରିବ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରନ୍ତୁ ।

ବ୍ରହ୍ମସ୍ଥାନକୁ ପରିଷ୍କାର ଓ ଖାଲି ରଖନ୍ତୁ

ଘରର ମଧ୍ୟଭାଗକୁ ବ୍ରହ୍ମ ସ୍ଥାନ କୁହାଯାଏ । ଏହି ସ୍ଥାନ ଉତ୍ତର-ପୂର୍ବ ଦିଗ ଭଳି ପରିଷ୍କାର ଓ ଖାଲି ରହିବା ଉଚିତ୍ । ସୂଚନା ଅଭାବରୁ ଅଧିକାଂଶ ଲୋକ ଘରର ଏହି ଭାଗରେ ସୋଫା, ଟେବୁଲ ଆଦି ଭାରୀ ଜିନିଷ ରଖନ୍ତି, ଯାହା ଠିକ୍ ନୁହେଁ। ଏହି ସ୍ଥାନକୁ ପରିଷ୍କାର ଓ ଖାଲି ରଖିବା ଦ୍ୱାରା ଘରେ ଧନ ସମୃଦ୍ଧି ବୃଦ୍ଧି ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ରହିଥାଏ । ଏହା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ରୋଷେଇ ଘରକୁ ଏହି ଦିଗରେ ରଖନ୍ତୁ

ଘରେ ଅଗ୍ନି, ଆକାଶ, ବାୟୁ, ପୃଥିବୀ ଓ ଜଳ ତତ୍ତ୍ୱ ମଧ୍ୟରେ ସନ୍ତୁଳନ ରହିବା ଉଚିତ। ତେଣୁ ରୋଷେଇ ଘର ଭଳି ଅଗ୍ନି ସମ୍ବନ୍ଧୀୟ ଜିନିଷ ସବୁବେଳେ ଦକ୍ଷିଣ-ପୂର୍ବ ଦିଗରେ ରହିବା ଉଚିତ। ଏଥିସହ ରୋଷେଇ କରିବା ସମୟରେ ମୁହଁ ପୂର୍ବ ଦିଗକୁ ରହିବା ଆବଶ୍ଯକ। ଏହି ସ୍ଥାନ ପାଇଁ କମଳା, ଲାଲ, ଗୋଲାପି ରଙ୍ଗର ବ୍ୟବହାର କରିବା ଉଚିତ୍ । ଏହା ସହିତ, ନିଶ୍ଚିତ କରନ୍ତୁ ଯେ ଏହି ସ୍ଥାନ ଯେମିତି ସମ୍ପୂର୍ଣ୍ଣ ଭାବରେ ବ୍ଯବସ୍ଥିତ ରହିବ ।  ଏପରି କରିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଦୁଃଖରୁ ମଧ୍ୟ ମୁକ୍ତି ମିଳିଥାଏ।

ଏହି ଦିଗରେ ଏକ ଚିତ୍ର ଲଗାନ୍ତୁ

ପେଣ୍ଟିଂ ବା ଚିତ୍ର ପାଇଁ ଘରକୁ ନୂଆ ରଙ୍ଗ ଓ ସକାରାତ୍ମକ ଶକ୍ତି ଆସିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ସଠିକ୍ ଦିଗରେ ରଖାଯାଇଥିବା ଚିତ୍ର ଧନ ଓ ଖ୍ୟାତିକୁ ଆକର୍ଷିତ କରିଥାଏ। ଏଥିପାଇଁ ନିଜ ଲିଭିଂ ରୁମ୍ ର ପୂର୍ବ କାନ୍ଥ ଆଡ଼କୁ ଦୌଡୁଥିବା ସାତଟି ଘୋଡ଼ାର ଚିତ୍ର ଲଗାନ୍ତୁ। ଏହା ବ୍ୟତୀତ ଆପଣ ବେଡରୁମ୍ ଏବଂ ଲିଭିଂ ରୁମ୍ ରେ ସବୁଜିମା ସମ୍ବନ୍ଧୀୟ ଚିତ୍ର ଲଗାଇପାରିବେ। ଏଭଳି ଚିତ୍ର ସମୃଦ୍ଧି ଏବଂ ନୂତନ ସୁଯୋଗ ଆକର୍ଷିତ କରିବାରେ ସାହାଯ୍ୟ କରେ ।

ବାଥରୁମ୍ କୁ ଏହି ଦିଗରେ ରଖନ୍ତୁ

ଘରର ବାଥରୁମ୍ ସବୁବେଳେ ଉତ୍ତର-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ୍ । ଏଥିସହିତ ବାଥରୁମ୍ କିମ୍ବା ଶୌଚାଳୟର କବାଟ କାଠର ହେବା ଉଚିତ ୍ ବୋଲି ମନେ ରଖନ୍ତୁ। ଆପଣ ଚାହିଁଲେ ଏଥିରେ ଆଲୁମିନିୟମ ୍ ସିଟ୍ ଲଗାଇପାରିବେ, କିନ୍ତୁ କବାଟରେ ଧାତୁ ବ୍ୟବହାର କରନ୍ତୁ ନାହିଁ। ବାଥରୁମ୍ କବାଟରେ କୌଣସି ଶୋପିସ୍ କିମ୍ବା ଧାର୍ମିକ ଜିନିଷ ରଖନ୍ତୁ ନାହିଁ। ଏଥିସହ ବାଥରୁମରେ ପାଣିର ପ୍ରବାହ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ। ଏହା ମଧ୍ୟ ଧ୍ୟାନ ରଖିବା ଉଚିତ ଯେ କେବେ ବି ବାଥରୁମ୍ କିମ୍ବା ଶୌଚାଳୟକୁ ଓଦା ଛାଡ଼ନ୍ତୁ ନାହିଁ ଏବଂ ବ୍ରାଉନ୍, କ୍ରିମ୍, ଧଳା କିମ୍ବା ହାଲୁକା ସବୁଜ ରଙ୍ଗର ବ୍ୟବହାର କରନ୍ତୁ।

ଧ୍ୟାନ ଦିଅନ୍ତୁ: ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସବୁ ସୂଚନା ଦିଆଯାଉଛି, ଆପଣଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ଜ୍ୟୋତିଷ ଶାସ୍ତ୍ର ଓ ଧର୍ମର ପ୍ରତିକାର ଓ ଉପଦେଶ ଚେଷ୍ଟା କରନ୍ତୁ। ବିଷୟବସ୍ତୁର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ଉତ୍ତମ ପରାମର୍ଶ ଦେବା | ଏହି ପରିପ୍ରେକ୍ଷୀରେ ଆମେ କୌଣସି ଦାବି କରୁନାହୁଁ।