ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ
Advertisement
Article Detail0/zeeodisha/odisha2081556

ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

 ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ RMCAର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି କାମାକ୍ଷାନଗର ଥାନା ରେକୁଳା ନିକଟରେ ଜୁଏଲ ଓରାମଙ୍କ ଇନୋଭା ଗାଡି ଯୁବକଙ୍କୁ ଧକ୍କା ଦେଇଥିଲା ।

ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

ଭୁବନେଶ୍ୱର: ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ RMCAର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି କାମାକ୍ଷାନଗର ଥାନା ରେକୁଳା ନିକଟରେ ଜୁଏଲ ଓରାମଙ୍କ ଇନୋଭା ଗାଡି ଯୁବକଙ୍କୁ ଧକ୍କା ଦେଇଥିଲା ।

ମିଳିଥିବା ଖବର ମୁତାବକ, ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ । ସେହି ସମୟରେ କାମାକ୍ଷାନଗର ରେକୁଳା ଛକ ପାଖରେ ଜଣେ ଆରଏମସିଏ କର୍ମଚାରୀଙ୍କୁ ଜୁଏଲ ଓରାମଙ୍କ ଇନୋଭା ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଜୁଏଲ ଓରାମ ତୁରନ୍ତ ଗୁରୁତର ଯୁବକଙ୍କୁ କାମାକ୍ଷାନଗର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ନାମ ସର୍ବେଶ୍ୱର ଚୌଧୁରୀ ବୋଲି ଜଣାପଡିଛି ।

ଦୁର୍ଘଟଣାରେ ଜୁଏଲ ଓରାମଙ୍କ ଇନୋଭା ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାଇକ୍ ଆରୋହୀ ହଠାତ୍ ଗାଡି ସାମ୍ନାକୁ ଆସିବା କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଜୁଏଲ ଓରାମ କହିଛନ୍ତି । କାମାକ୍ଷାନଗର ଥାନା ପୋଲିସ ଜୁଏଲ ଓରାମଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ କରୁଛି ।

Also Read- Crime News: ୧୬ ବର୍ଷର ଝିଅ ଗର୍ଭବତୀ ହେବାରୁ ୬୧ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା

Also Read- ରାଜ୍ୟର ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ