Weather Update: ଏହି ଦିନ ଗଭୀର ଅବପାତର ରୂପ ନେବ ଲଘୁଚାପ…
Advertisement

Weather Update: ଏହି ଦିନ ଗଭୀର ଅବପାତର ରୂପ ନେବ ଲଘୁଚାପ…

Weather: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସା‌ଗର ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଛି। 

ସୌ(ସୋସିଆଲ ମିଡିଆ)

Weather Update: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସା‌ଗର ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଛି। ଏହା ଅଧିକ ଘନୀଭୂତ ହୋଇ ୨୨ ତାରିଖ ଆଡ଼କୁ ଅବପାତର ରୂପ ନେବା ନେଇ ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟଟି (Hurricane) ପ୍ରଥମେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ଏହାପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରି ବାଂଲାଦେଶ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବ‌ରେ ରାଜ୍ୟରେ ଆଗାମୀ ୨୩ ଓ ୨୪ ତାରିଖରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା (Rain) ନେଇ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରୀ ମଧ୍ୟରେ ରହିବ । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ (Hurricane) ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ୨୨ ତାରିଖ ସୁଦ୍ଧା ଭୀଷଣ ବାତ୍ୟାର (Cyclone) ରୂପ ନେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳ ପରଠାରୁ ବାତ୍ୟା ଦକ୍ଷିଣ ଓମାନ୍‌ ଓ ପାର୍ଶ୍ବବର୍ତ୍ତୀ ୟେମେନ୍‌ ଉପକୂଳମୁହାଁ ହେବ।

ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଶୁକ୍ରବାର ସଂଧ୍ୟା ସମୟରେ ଲଘୁଚାପଟି (low pressure) କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିଲା। ୨୨ ତାରିଖ ବେଳକୁ ଏହା ଅବପାତ (Depression) ଓ ୨୩ ତାରିଖରେ ଏହା ଗଭୀର ଅବପାତରେ (Deep Depression) ପରିଣତ ହେବାର ସମ୍ଭାବନା ରହିଛି । ୨ ଦିନ ସେହି ସ୍ଥାନରେ ସଂଗଠିତ ହେବା ପରେ ୨୩ ତାରିଖ ବେଳକୁ ଏହା ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ପରେ ଦିଗ ପରିବର୍ତ୍ତନ କରି ଏହା ଉପକୂଳର ସମାନ୍ତରାଳରେ ତଥା ବାଂଲାଦେଶ ଆଡ଼କୁ ମୁହାଁଇ ସମ୍ଭବତଃ ୨୬ ତାରିଖ ବେଳକୁ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଓଡ଼ିଶା ଉପକୂଳଠାରୁ ଦୂରରେ ଯିବାର ସମ୍ଭାବନା ଥିବାରୁ ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନପାରେ। ଆସନ୍ତା ୨୪ ତାରିଖ ଦିନ ଏହା ଗୋପାଳପୁରର ଦକ୍ଷିଣରେ ଓ ବିଶାଖାପାଟଣାର ପୂର୍ବରେ ସମୁଦ୍ରରେ ରହିବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ଏହାର ପ୍ରଭାବ କମ୍ ରହିବା ସହ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ଯମ ଧରଣର ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି ।

Also Read-Bus strike postponed: ପୁଣି ଗଡ଼ିବ ଘରୋଇ ବସ୍, ଅକ୍ଟୋବର ୩୧ ପର୍ଯ୍ୟନ୍ତ ବସ ଧର୍ମଘଟ ସ୍ଥଗିତ