Rourkela News: କେବେ ଖୋଲିବ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ?
Advertisement
Article Detail0/zeeodisha/odisha1888710

Rourkela News: କେବେ ଖୋଲିବ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ?

ଗତ ୧୯ ତାରିଖ ଗଣେଶ ପୂଜା ଦିନ ରାଉରକେଲା ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଙ୍କ ମୃତଦେହ ସେଂସାରି ପାର୍କ ପୋଖରୀ ରୁ ମିଳିବା ପରେ ଦିନକୁ ଦିନ ଅଧିକ ସନ୍ଦେହ ଘେରକୁ ଆସୁଛି ତାଙ୍କ ମୃତ୍ୟୁ ରହସ୍ୟ।ସୁସ୍ମିତା ମାନସିକ ଚାପରେ ରହିଥିବା କଥା ପୋଲିସ କହୁଥିବା ବେଳେ ମାନସିକ ଚାପର କାରଣ ନେଇ ପରିବାର ବର୍ଗ ବରିଷ୍ଠ ଅଧିକାରୀ ମାନଙ୍କୁ ଏ

  • ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ
    ୧- ଆତ୍ମହତ୍ୟା ନା ହତ୍ୟା?
    ୨- ଯଦି ଆତ୍ମହତ୍ୟା , କାରଣ କଣ?
    ୩- ଯଦି ହତ୍ୟା, କିଏ କିଏ ହତ୍ୟାକାରୀ?
    ୪- ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ହେଉନି ତ ପ୍ରୟାସ?
    ୫- ପୋଲିସ ତଦନ୍ତ କେତେଦୂର ନିରପେକ୍ଷ?
    ୬- ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ଖସେଇ ଦେବାକୁ ହେଉନି ତ ପ୍ରୟାସ?ଏଭଳି ଅନେକ ପ୍ରଶ୍ନ ଏବେ ଆନ୍ଦୋଳିତ ହେଉଛି ସଭିଙ୍କ ମନରେ।
  •  

Trending Photos

Rourkela News: କେବେ ଖୋଲିବ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ?

ରାଉରକେଲା: ଗତ ୧୯ ତାରିଖ ଗଣେଶ ପୂଜା ଦିନ ରାଉରକେଲା ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଙ୍କ ମୃତଦେହ ସେଂସାରି ପାର୍କ ପୋଖରୀ ରୁ ମିଳିବା ପରେ ଦିନକୁ ଦିନ ଅଧିକ ସନ୍ଦେହ ଘେରକୁ ଆସୁଛି ତାଙ୍କ ମୃତ୍ୟୁ ରହସ୍ୟ।ସୁସ୍ମିତା ମାନସିକ ଚାପରେ ରହିଥିବା କଥା ପୋଲିସ କହୁଥିବା ବେଳେ ମାନସିକ ଚାପର କାରଣ ନେଇ ପରିବାର ବର୍ଗ ବରିଷ୍ଠ ଅଧିକାରୀ ମାନଙ୍କୁ ଏବଂ ଅଧିକାରୀ ମାନେ ପରିବାର ବର୍ଗଙ୍କୁ ଦୋଷ ଦେଉଛନ୍ତି।ଅନ୍ୟପଟେ ଘରକୁ ନ ଯାଇ ମିଟିଂ ଅଛି କହି ହୋଟେଲ ରେ ରହିବା, ପାର୍କ ବନ୍ଦ ଥିବା ସମୟରେ ପାର୍କ ଭିତରକୁ ଯିବା ଆଦି ଘଟଣା ମୃତ୍ୟୁ ରହସ୍ୟ କୁ ଆହୁରି ଜଟିଳ କରୁଥିବା ବେଳେ, ରହସ୍ୟ ଉନ୍ନୋଚନ ପାଇଁ ସିବିଆଇ ତଦନ୍ତ ଦାବି ହେଉଛି।

ଯାହାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ DIG ଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଜଷ୍ଟିସ ଫର ସୁସ୍ମିତା ନାରାରେ ଗର୍ଜିଛନ୍ତି ଆଦିବାସୀ ମଞ୍ଚ। ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ଥରହର ହୋଇଛି ରାଉରକେଲା ସହର। ରାଜରାସ୍ତାରେ ହଜାର ହଜାର ଆଦିବାସୀ ଏକାଠି ହୋଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ଏବଂ ରାଉରକେଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି । ଛୋଟ ରୁ ନେଇ ବଡ଼ ସମସ୍ତଙ୍କ ପାଟିରେ ଗୋଟିଏ କଥା ସୁସ୍ମିତାଙ୍କୁ ନ୍ୟାୟ ମିଳୁ। କିଏ ବ୍ୟାନର ଧରି ତ କିଏ ପ୍ଲାକାର୍ଡ ଧରି ତ ଆଉ କିଏ ସ୍ଲୋଗାନ ଦେଇ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାରେ ନ୍ୟାୟ ପାଇଁ ଦାବି କରୁଛନ୍ତି ।

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା ବର୍ତ୍ତମାନ ତେଜିବାରେ ଲାଗିଛି । ସାରା ସୁନ୍ଦରଗଡ଼ ଜିଲ୍ଲାରେ କେବଳ ଗୋଟିଏ ଚର୍ଚ୍ଚା ,ଆସିଷ୍ଟାଣ୍ଟ କଲେକ୍ଟର ଙ୍କ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରାଯାଇଛି ? ତେଜିବାରେ ଲାଗିଛି ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାରେ ନ୍ୟାୟ ଦାବି । ଏବଂ ପ୍ରଶାସନ ଏବଂ ପୋଲିସ ବିରୋଧରେ ମଧ୍ୟ ତେଜୁଛି ଅସନ୍ତୋଷ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବ୍ୟାପକ ବିରୋଧ ସହ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ମଞ୍ଚ । । ହଜାର ହଜାର ସଂଖ୍ୟା ରେ ଆଦିବାସୀ ମହିଳା ଏବଂ ପୁରୁଷ ମାନେ ଆସି ଆସିଷ୍ଟାଣ୍ଟ କଲେକ୍ଟର ଙ୍କ ମୃତ୍ୟୁ ମାମଲା ରେ ନ୍ୟାୟ ଦାବି କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ସୁନ୍ଦରଗଡ ଜିଲ୍ଲାପାଳ ସୁସ୍ମିତା ଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଗିରଫ କରାଯାଉ ବୋଲି ଦାବି ଉଠିଛି । ଏହାସହ ଏହି ଆସିଷ୍ଟାଣ୍ଟ କଲେକ୍ଟର ହତ୍ୟା ମାମଲାରେ CBI ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସାମ୍ନାକୁ ଡାକି ମୃତ୍ୟୁ ର ଅସଲ କାରଣ କୁହନ୍ତୁ ଏବଂ କେଉଁଥିପାଇ ଆମ ଝିଅ ସୁସ୍ମିତା ଙ୍କୁ ହତ୍ୟା କରାଯାଇଛି ତାହାର ଉତ୍ତର ଯଥା ଶୀଘ୍ର ଦିଆଯାଉ ବୋଲି ଦାବି କରୁଛନ୍ତି ଆଦିବାସୀ । ପୋଲିସ FIR ଗ୍ରହଣ ନକରିବା ସହ ପରିବାର ବର୍ଗ ଙ୍କୁ କୌଣସି ପ୍ରକାର ସହାୟତା କରିବା ବଦଳରେ ହଇରାଣ କରୁଛନ୍ତି । ସାହାଯ୍ୟ ବଦଳରେ ପରିବାର ଲୋକଙ୍କୁ ଦୋଷୀ ସଯାଇବାରେ ଲାଗିଛି ପୋଲିସ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରୀ । ତେବେ ପୋଲିସ ମଧ୍ୟ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ବିରୋଧରେ କୌଣସି ଆକ୍ସନ ନେଉନଥିବା କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମସ୍ତ ଆଦିବାସୀ ଲୋକେ ।

Also Read: Top 10 news headlines: ଅପରାହ୍ଣର ୧୦ଟି ପ୍ରମୁଖ ଖବର

Also Read: Asian Games 2023: ଇତିହାସ ସୃଷ୍ଟି କଲା ଭାରତୀୟ ଘୋଡା ଚାଳନା ଦଳ, ୪୧ ବର୍ଷ ପରେ ଜିତିଲା ସ୍ୱର୍ଣ୍ଣ ପଦକ

Also Read: ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ- ହାଇକୋର୍ଟ କଲେ ଶୁଣାଣି, ରାୟ ସଂରକ୍ଷିତ