Weather Update: ଆଜିଠୁ ବଢିବ ତାତି, ଏହି ଜିଲ୍ଲାରେ ବର୍ଷା ସମ୍ଭାବନା!
Advertisement

Weather Update: ଆଜିଠୁ ବଢିବ ତାତି, ଏହି ଜିଲ୍ଲାରେ ବର୍ଷା ସମ୍ଭାବନା!

Weather Update: ପରବର୍ତ୍ତୀ ୫ ଦିନରେ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଉପାନ୍ତଠାରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବା ସହ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Weather Update: ଆଜିଠୁ ବଢିବ ତାତି, ଏହି ଜିଲ୍ଲାରେ ବର୍ଷା ସମ୍ଭାବନା!

Weather Update: ଶନିବାରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢିବ । ପରବର୍ତ୍ତୀ ୫ ଦିନରେ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଉପାନ୍ତଠାରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବା ସହ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ବର୍ଷା ଓ ବାୟୁ ଚଳାଚଳ ଫଳରେ ରାଜ୍ୟରେ କ୍ରମଶଃ ପାରଦ ତଳମୁହାଁ ହୋଇଛି । ଉପକୂଳ ଓ ଆଭ୍ୟନ୍ତରଣୀରେ ପାରଦ ସ୍ବାଭାବିକଠାରୁ ୧୦ରୁ ୧୩ ଡିଗ୍ରୀ ଯାଏଁ କମିଛି । ଏବେ ଓଡ଼ିଶା ବାୟୁ ମଣ୍ତଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୧.୫ କି.ମି ଉପର ଯାଏଁ ପରିବ୍ୟାପ୍ତି ରହିଛି । ଯାହାଫଳକେ ଶୁକ୍ରବାର ମଧ୍ଯ ରାଜ୍ୟରେ ପାଗ ମେଘୁଆ ରହିଥିଲା । ସେହିପରି ଶନିବାର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଏହାକୁ ବାଦ ଦେଲେ ବାକି ଅନ୍ୟ ସ୍ଥାନ ଗୁଡ଼ିକରେ ପାଗ ଶୁଖିଲା ରହିବ ।

ତେବେ ଆଗାମୀ ୧୪,୧୫ ଓ ୧୬ ତାରିଖରେ ରାଜ୍ୟରେ ହିଟ୍ ୱେବ ନେଇ ବହୁ ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖରେ କେତେକ ସ୍ଥାନରେ ତାପମାତ୍ରା ୪୩° ପହଞ୍ଚିବା ଆଶଙ୍କା ଥିବାରୁ ସେଠାରେ ହିଟ୍‌ ୱେଭ୍‌ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବରରେ ତାପମାତ୍ରା ୧୩ ତାରିଖରେ ୩୭°, ୧୪ରେ ୩୮°, ୧୫ରେ ୪୦°, ୧୬ରେ ୪୧°, ୧୭ରେ ୪୨° ଓ ୧୮ ତାରିଖରେ ୪୩° ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ୧୫ ତାରିଖଠାରୁ ତାପମାତ୍ରା ବଢ଼ି ବଢ଼ି ଚାଲିବ।

ସେହିପରି ଉପକୂଳ ଓଡ଼ିଶାରେ ୧୫ରୁ ୧୬ ତାରିଖ ମଧ୍ୟରେ ୩୭ରୁ ୩୯° ସର୍ବାଚ୍ଚ ତାପମାତ୍ର ରହିବାକୁ ଥିବା ବେଳେ ୪୦ରୁ ୬୦ ପ୍ରତିଶତ ଆର୍ଦ୍ରତା ରହିବ। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ରୁ ୪୧° ଛୁଇଁବାକୁ ଥିବା ବେଳେ ରାତି ତାପମାତ୍ରା ୩ରୁ ୫° ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ଆର୍ଦ୍ରତା ୨୦ରୁ ୪୦° ପର୍ଯ୍ୟନ୍ତ ରହିବ। ୧୪ ତାରିଖରେ ବୌଦ୍ଧ, ଅନଗୁଳୁ, ନୟାଗଡ଼, ଖୋର୍ଦ୍ଧା ଓ କଟକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଜନ ସାଧାରଣକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ୧୧ରୁ ୩ଟା ଭିତରେ ନିର୍ବାଚନ ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି।