Weather Update: ଆଜି ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୩୧ରୁ ପୁଣି ବଢିବ ବର୍ଷା!
Advertisement
Article Detail0/zeeodisha/odisha1800821

Weather Update: ଆଜି ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୩୧ରୁ ପୁଣି ବଢିବ ବର୍ଷା!

Weather Update: ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଆଜି ଭଦ୍ରକ, ବରଗଡ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସୌ(ସୋସିଆଲ ମିଡିଆ)

Weather Update: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ଏହା ଖୁବଶୀଘ୍ର ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେପଟେ ଓଡିଶା- ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପୁଣି ଦିଗ ବଦଳାଇ ୩୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ରୂପ ନେବ, ଫଳରେ ସେହି ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭବନା ରହିଛି । ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା ଆଗାମୀ ୩ ତାରିଖରେ ଉତ୍ତର ଓଡ଼ିଶା ପାଖ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ସୂଚନା ଥାଉ କି, ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଆଜି ଭଦ୍ରକ, ବରଗଡ , ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟି, ମୌସୁମୀ ଜନିତ ନିମ୍ନ ଚାପରେଖା ଗଙ୍ଗା ନଗର, ଗ୍ବାଲିଅର, ସିଧି, ଅମ୍ବିକାପୁର, ଚାନ୍ଦବାଲି ଓ ଝାରସୁଗୁଡ଼ା ଓ ଦକ୍ଷିଣ-ପୂର୍ବ ଦିଗରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଏହି ଦୁଇ ପାଣିପାଗର ନିୟାମକ ଯୋଗୁଁ ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ଅଞ୍ଚଳରେ ବର୍ଷା ମଧ୍ଯ ଲାଗିରହିଛି । ଆସନ୍ତା ୩୧ରୁ ୨ ତାରିଖ ଯାଏଁ ରାଜ୍ୟରେ ବର୍ଷାର ପରିମାଣ ବଢିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାରଖଣ୍ତରୁ ପଶ୍ଚିମ ଆସାମ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଦେଇ ଉତ୍ତର-ଦକ୍ଷିଣ ଟ୍ରଫଲାଇନ ଦେଇ ଗତି କରୁଛି । ଫଳରେ ଆଜି ଏହା ଉତ୍ତର- ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ତାରିଖ ଯାଏଁ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୩୧ ତାରିଖରେ ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ, ‌ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Also Read- ବନକଲାଗି ନୀତି ବିବାଦ: ସବ କମିଟି ବୈଠକ ପରେ ନରମିଲେ ଦତ୍ତ ମହାପାତ୍ର ସେବାୟତ, କିନ୍ତୁ ବାହାରିଲାନି ନିଷ୍କର୍ସ

ସେପଟେ, ଜୁଲାଇ ମାସରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି । ଗତ ୨୦୧୮ ମସିହା ଜୁଲାଇ ମାସରେ ଗୋଟିଏ ଅବପାତ, ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିଲା । ସେହିବର୍ଷ ଜୁଲାଇରେ ୪୩୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୨୯% ଅଧିକ ଥିଲା ।  ସେହିପରି ୨୦୧୯ ମସିହାରେ ରାଜ୍ୟରେ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ୩ଟି ଲଘୁଚାପ ‌ସୃଷ୍ଟି ହୋଇଥିଲା । ସେହି ବର୍ଷ ରାଜ୍ୟରେ ୩୦୦.୩ ମିମି ବର୍ଷା ହୋଇଥିଲା । ଯାହାକି ସ୍ବାଭାବିକଠାରୁ ୨୯% କମ୍ ଥିଲା । ମାତ୍ର ୨୨୪.୮ ମିମି ବର୍ଷା ସହ ୩୫ ପ୍ରତିଶତ କମ୍ ବର୍ଷା ସେହିବର୍ଷ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି କରିଥିଲା ।  ୨୦୧୧ ମସିହାରେ ଗୋଟିଏ ଲଘୁଚାପ ଓ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଥିଲା ଯାହା  ମଧ୍ଯ ଅନୁରୂପ ଭାବେ ଜୁଲାଇରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି କରିଥିଲା ।