ଖୋର୍ଦ୍ଧାରୋଡ୍ ସ୍କାଉଟ୍ ଏବଂ ଗାଇଡ୍ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଉପରେ ୱାକାଥନ୍
Advertisement
Article Detail0/zeeodisha/odisha2437825

ଖୋର୍ଦ୍ଧାରୋଡ୍ ସ୍କାଉଟ୍ ଏବଂ ଗାଇଡ୍ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଉପରେ ୱାକାଥନ୍

WALKATHON: ପରିବେଶକୁ ସବୁଜ ତଥା ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ବୃକ୍ଷରୋପଣ, ପ୍ଲାଷ୍ଟିକର ଉପଯୋଗ ଏଡ଼ାଇବା ଆଦି ଉପରେ ସ୍ଲୋଗାନ ଏବଂ ପୋଷ୍ଟର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି।

ଖୋର୍ଦ୍ଧାରୋଡ୍ ସ୍କାଉଟ୍ ଏବଂ ଗାଇଡ୍ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଉପରେ ୱାକାଥନ୍

ଭୁବନେଶ୍ଵର: ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ଷ୍ଟେସନ୍ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ଵାରା ସ୍ୱଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଏକ ଅଂଶ ଭାବେ ପୂର୍ବତଟ ରେଳବାଇର ଭାରତ ସ୍କାଉଟ୍ ଏବଂ ଗାଇଡ୍ ର ପିଲାମାନଙ୍କ ଦ୍ଵାରା ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ସ୍କାଉଟ୍ ଏବଂ ଗାଇଡ୍ ମୁଖ୍ୟ କାର୍ଯ୍ୟାଳୟରୁ ଡିଆରଏମ୍ ଙ୍କ କାର୍ଯ୍ୟାଳୟ, ରେଲୱେ ଷ୍ଟେସନ୍ ଓ କଲୋନି ଦେଇ 'ପରିବେଶ ବଞ୍ଚାଅ' ଉପରେ ଏକ ସଚେତନତା ରାଲି ଆୟୋଜନ କରାଯାଇଛି। ପରିବେଶକୁ ସବୁଜ ତଥା ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ବୃକ୍ଷରୋପଣ, ପ୍ଲାଷ୍ଟିକର ଉପଯୋଗ ଏଡ଼ାଇବା ଆଦି ଉପରେ ସ୍ଲୋଗାନ ଏବଂ ପୋଷ୍ଟର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଏହି ୱାକାଥନକୁ ସିନିୟର୍ ଡିଇନ୍ 

ପଙ୍କଜ କୁମାର ନାଗୱାନି ଶୁଭାରମ୍ଭ କରିଥିଲେ। ୱାକାଥନ୍ ରେ ଖୋର୍ଦ୍ଧାରୋଡ୍ ହେଡ୍ କ୍ୱାର୍ଟର ଓପନ୍ ସ୍କାଉଟ୍-ଗାଇଡ୍ ଗ୍ରୁପ୍ ର ସ୍କାଉଟ୍, ଗାଇଡ୍, ରୋଭର୍ସ, ରେଞ୍ଜର୍ସ ଏବଂ ଲିଡରମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଡ଼ିଷ୍ଟ୍ରିକ୍ଟ ସେକ୍ରେଟାରି ପ୍ରଦୀପ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ।