Odisha News: ଗୋରୁ ଚୋରି ଅଭିଯୋଗରେ ଦୁଇ ଜଣକୁ ଗଛରେ ବାନ୍ଧିଲେ ଗ୍ରାମବାସୀ
Advertisement
Article Detail0/zeeodisha/odisha2293846

Odisha News: ଗୋରୁ ଚୋରି ଅଭିଯୋଗରେ ଦୁଇ ଜଣକୁ ଗଛରେ ବାନ୍ଧିଲେ ଗ୍ରାମବାସୀ

Odisha News: ଗୋମାଫିଆମାନେ ବିଲରୁ ଗୋରୁଙ୍କୁ ଦିନ ଦ୍ୱିପ୍ରହରରେ ଚୋରି କରି ନେଇ ଯାଉଛନ୍ତି। ଗୋ ମାତା ଏବେ ଅସୁରକ୍ଷିତ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଗଣେଶ୍ୱରପୁର ଗ୍ରାମରେ। ଘଟଣା ସ୍ଥଳରେ ପୋଲିସ ପହଂଚି ଦୁଇ ଜଣକୁ ଉଦ୍ଧାର କରି ଥାନାକୁ ନେବାବେଳେ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ ଅଭିଯୁକ୍ତ। ଗ୍ରାମବାସୀମାନେ ଥାନା ଗାଡିକୁ ଅଟକ ରଖି ବୁଝାସୁଝା କରିବାକୁ କହିଥିଲେ।

Odisha News: ଗୋରୁ ଚୋରି ଅଭିଯୋଗରେ ଦୁଇ ଜଣକୁ ଗଛରେ ବାନ୍ଧିଲେ ଗ୍ରାମବାସୀ

Odisha News: ଦିନକୁ ଦିନ ଗୋ ମାଫିଆଙ୍କ ରାଜ ବଢ଼ି ଚାଲିଛି, କେତେବେଳେ ଟ୍ରକ ଓ କଣ୍ଟେନର ଯୋଗେ ପଶ୍ଚିମ ବଙ୍ଗକୁ ଗୋଚାଲାଣ ହେଉଛିତ ପୁଣି କେତେବେଳେ ଗୋମାଫିଆମାନେ ବିଲରୁ ଗୋରୁଙ୍କୁ ଦିନ ଦ୍ୱିପ୍ରହରରେ ଚୋରି କରି ନେଇ ଯାଉଛନ୍ତି। ଗୋ ମାତା ଏବେ ଅସୁରକ୍ଷିତ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଗଣେଶ୍ୱରପୁର ଗ୍ରାମରେ। ଘଟଣା ସ୍ଥଳରେ ପୋଲିସ ପହଂଚି ଦୁଇ ଜଣକୁ ଉଦ୍ଧାର କରି ଥାନାକୁ ନେବାବେଳେ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ ଅଭିଯୁକ୍ତ। ଗ୍ରାମବାସୀମାନେ ଥାନା ଗାଡିକୁ ଅଟକ ରଖି ବୁଝାସୁଝା କରିବାକୁ କହିଥିଲେ।

ସୂଚନାରୁ ପ୍ରକାଶ ଯେ, ସବୁ ଦିନ ଲୋକମାନେ ନିଜର ଗୋରୁମାନଙ୍କୁ ବିଲକୁ ଛାଡି ଦିଅନ୍ତି ଚରିବାକୁ। ମାତ୍ର ବେଶ କିଛି ଦିନ ହେବ ଏହି ଗ୍ରାମରୁ 10 ରୁ 12 ଗୋରୁ ଚୋରି ହୋଇଛି। ଗ୍ରାମବାସୀ ଏମାନଙ୍କୁ ଖୋଜି ପାଉନଥିଲେ। ଆଜି ୨ ଜଣ ଦୁଇ ପୁରୁଷ ଓ ୨ଜଣ ମହିଳା ସେମାନେ ବିଲରୁ ଗୋରୁ ନେଇ ଯାଉଥିବା ଦେଖି ଗୋରୁ ମାଲିକ ସନ୍ଦେହ କରି ସେମାନଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ। ଚୋରି କରୁଥିବା ସନ୍ଦେହ କରି ଏମାନଙ୍କୁ ଏକ ଗଛରେ ବାନ୍ଧି ଉତ୍ତମ ମଧମ ଦେଇ ଭୋଗରାଇ ପୋଲିସ କୁ ଖବର ଦେଇଥିଲେ। ମାତ୍ର ଦୁଇ ମହିଳା ଦୌଡି ପଳାଇ ଯାଇଥିଲେ। ପରେ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରି ନେବାବେଳେ ଗ୍ରାମବାସୀ ପୋଲିସ ଗାଡିକୁ ଅଟକ ରଖି ସମାଧାନ ଏଇଠାରେ କରିବାକୁ କହି ଅଡ଼ି ବସିଥିଲେ। ଘଟଣା ସ୍ଥଳରେ ସାମାନ୍ୟ ଉତେଜନା ଲାଗି ଥିଲା। ତେବେ ଗଣେଶ୍ଵର ପୁର ଗ୍ରାମଟି ପଶ୍ଚିମବଙ୍ଗ ସୀମାରେ ଅବସ୍ଥିତ ଥିବାରୁ ଏଠାରୁ ଗୋ ମାଫିଆ ମାନେ ଅଭିନବ ଉପାୟରେ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଜଣା ପଡିଛି।