Boudh News: ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର
Advertisement
Article Detail0/zeeodisha/odisha2043190

Boudh News: ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର

Boudh News: ବୌଦ୍ଧ ଜିଲ୍ଲା ଦପଲା ଗ୍ରାମରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥା ପୋଲିସ ଅଧିକାରୀଙ୍କୁ ଗୁରୁବାର ସକାଳ ୭ଟା ସମୟରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମ ଠାରେ ପୋଲିସ ଅଧିକାରୀଙ୍କ ଉପରେ ବୁଧବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି।

ପୋଲିସ ଅଧିକାରୀ ଜଣକ ହେଲେ ମନମୁଣ୍ଡା ଥାନାର ଏଏସ୍‌ଆଇ କୁମୁଦ ଭୋଇ । ସୂଚନା ପ୍ରକାରେ ବୁଧବାର କୁମୁଦ ଭୋଇ ମନମୁଣ୍ଡା ଥାନାର ୧୧୨ ସହାୟତା ଗାଡି ଦାୟିତ୍ୱରେ ରହିଥିଲେ। କାଲିରାତିରେ ଏକ ସୂଚନା ପାଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ୧୧୨ ଗାଡିରେ ଦପଲା ଗ୍ରାମକୁ ଯାଇଥିଲେ। ଗ୍ରାମ ନିକଟରେ ଥିବା ସ୍କୁଲ ପାଖରେ ୧୦-୧୨ ଜଣ ଦୁର୍ବୃତ ଗାଡି ଅଟକାଇ କୁମୁଦ ଭୋଇଙ୍କ ଉପରେ ଆକ୍ରମଣ କରିଥିଲେ।

ଦୁର୍ବୃତଙ୍କ ଆକ୍ରମଣରେ ଗୁରୁତର ଆହାତ କୁମୁଦ ଭୋଇଙ୍କୁ ପ୍ରଥମେ ସୋନପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଂକଟପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀମାନେ ପହଁ ଚିଥିବା ବେଳେ ଆକ୍ରମଣର କାରଣ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇନାହିଁ।

Also Read: Sambalpur News: ବସ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ