Vigilance Raid: ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ
Advertisement
Article Detail0/zeeodisha/odisha1952129

Vigilance Raid: ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ତଥା ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ଼ କରିଛି। ସୁଦର୍ଶନଙ୍କ ସାକ୍ଷୀଗୋପାଳ ନର୍ସିଂହୋମ ସହିତ ପୁରୀ ସଦର ଓ ଗୋପସ୍ଥିତ ଘରେ ଚଢାଉ କରିଥିଲା।

Vigilance Raid: ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ

Vigilance Raid: ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ତଥା ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ଼ କରିଛି। ସୁଦର୍ଶନଙ୍କ ସାକ୍ଷୀଗୋପାଳ ନର୍ସିଂହୋମ ସହିତ ପୁରୀ ସଦର ଓ ଗୋପସ୍ଥିତ ଘରେ ଚଢାଉ କରିଥିଲା। ଏପରିକି ସମ୍ବଲପୁର ସିଆରପିଏଫ କ୍ୟାମ୍ପସରେ ମଧଅୟ ଚଢାଉ କରିଥିଲା ଭିଜିଲାନ୍ସ।  ରେଡ଼ ସମୟରେ ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକକାଳୀନ ୬ ସ୍ଥାନରେ ଚଢ଼ଉ ହୋଇଛି। ତାଙ୍କ ନାଁରେ ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି। 

ପୁରୀ, ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ଚଢାଉ ସମୟରେ ଜାଣିବାକୁ ପାଇଛି। ସେହିପରି ତାଙ୍କର ଗୋଟି ଦାମୀ ବାଇକକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ପ୍ରାୟ ୨୩ ଲକ୍ଷ୍ୟ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ପ୍ରଦାନ କରିଛି। ଏହା ସହିତ ତାଙ୍କର ତିନୋଟି କାର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଜବତ ହୋଇଥିବା କାର ମଧ୍ୟରେ ହୋଣ୍ଡା ସିଟି, ସ୍କର୍ପିଓ ଓ ଇଟିଅସ କ୍ରସ ରହିଥିବା ଜଣାପଡ଼ିଛି। ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ରହିଥିବା ନେଇ ସୂଚନା ମିଳିଛି।