Odisha News: ଅଟକାଇ ପାରିଲାନି ଦାରିଦ୍ରତା, ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ପୁଅ
Advertisement
Article Detail0/zeeodisha/odisha2310432

Odisha News: ଅଟକାଇ ପାରିଲାନି ଦାରିଦ୍ରତା, ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ପୁଅ

Odisha News: ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ଆଉ ଏହାକୁ ପ୍ରମାଣିତ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ପଞ୍ଚାୟତ ଡୁମିଗୁଡ଼ା ଗାଁର ଗରିବ ଆଦିବାସୀ ପୁଅ ନିର ମଲ୍ଲିକ। ଚଳିତ ବର୍ଷ ନିଟ୍ ରେ ୪୧୫ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । 

Odisha News: ଅଟକାଇ ପାରିଲାନି ଦାରିଦ୍ରତା,  ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ପୁଅ

Odisha News: ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ଆଉ ଏହାକୁ ପ୍ରମାଣିତ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ପଞ୍ଚାୟତ ଡୁମିଗୁଡ଼ା ଗାଁର ଗରିବ ଆଦିବାସୀ ପୁଅ ନିର ମଲ୍ଲିକ। ଚଳିତ ବର୍ଷ ନିଟ୍ ରେ ୪୧୫ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାପା ସନ୍ୟା ମଲ୍ଲିକ ଓ ମାଆ ରାମ୍ବୁଆଲୁ ମଲ୍ଲିକଙ୍କ ଦୁଇ ପୁଅ ନିର ଓ ପିର । ପିର ମଲ୍ଲିକ ବଡ ପୁଅ ହୋଇଥିବା ବେଳେ ସାନ ପୁଅ ନିର ମଲ୍ଲିକ । ସନ୍ୟାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିଲେ ମଧ୍ଯ ଦୁଇ ପୁଅଙ୍କୁ ଗାଁ ବିଦ୍ୟାଳୟରେ ପାଠ ପଢ଼ାଇଥିଲେ ।

ବଡ ପୁଅ ଅଧାରୁ ପାଠ ଛାଡି ବାପା ମା ଙ୍କ ସହ ଚାଷ କାମ କରୁଥିଲେ । ସାନ ପୁଅ ନିର ଖୁବ୍ ମେଧାବୀ ଛାତ୍ର ଥିଲେ । ଏ-ଥିପାଇଁ ୨୦୧୪ ମସିହାର ନବୋଦୟ ପରୀକ୍ଷାରେ ପାସ୍ କରି ପାରଳାଖେମୁଣ୍ଡି ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିଲେ ନିର । ହେଲେ ନବୋଦୟରେ ଜଏନ କରିବାର ୨ ଦିନ ପରେ ବାପା ସନ୍ୟାଙ୍କ ମୃତ୍ୟୁ ଘଟିଥିଲା । ଛୋଟ ବେଳୁ ବାପାଙ୍କୁ ହରାଇଥିଲେ ମଧ୍ଯ ପାଠ ପଢ଼ାରେ ହେଳା କରିନଥିଲେ ।

 ୨୦୧୯ ରେ ନବୋଦୟ ବିଦ୍ୟାଳୟରୁ ସଫଳତାର ସହ ମାଟ୍ରିକ ପାସ କରିଥିଲେ ନିର । ୨୦୧୯ ରେ ମାଟ୍ରିକ ରେ ଶତକଡା ୮୮ ପ୍ରତିଶତ ମାର୍କ ରଖିଥିଲେ । ତେବେ ଆର୍ଥିକ ଅନଟନ ଯୋଗୁଁ ପାଠ ଛାଡି ଘରକୁ ଫେରିଥିଲେ ନିର। ଆଗକୁ ପାଠ ପଢ଼ିବା ନେଇ ଆଶଙ୍କାରେ ଥିବାବେକେ ଅଡବା ଗୁଣ୍ଡିମ ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ପାଠ ପଢିବାକୁ ସୁଯୋଗ ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ।

ଏହାପରେ ୨୦୨୨ ରେ ଯୁକ୍ତ ୨ ବିଜ୍ଞାନରେ ମଧ୍ଯ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଘରେ ଆର୍ଥିକ ସମସ୍ୟା ଯୋଗୁଁ ଆଉ ପାଠ ପଢିନଥିଲେ ନିର । ତେବେ ଜଣେ ଗରିବ ଆଦିବାସୀ ପୁଅର ସଫଳତା ଦେଖି ସାହାଯ୍ୟର ହାତ ବଢ଼ାଇଥିଲେ ବିପଦର ବନ୍ଧୁ ସଂଗଠନ । ତାଙ୍କୁ ଆର୍ଥିକ ସହାୟତା ସହ ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ରେ ନିଟ୍ ପାଇଁ କୋଚିଂ ସୁବିଧା କରାଇଥିଲେ । ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତାଙ୍କୁ ସମ୍ପୂର୍ଣ ମାଗଣାରେ କୋଚିଂ ସୁବିଧା କରାଇଥିଲେ । କୋଚିଂ ନେବା ସମୟରେ ମା ରାମ୍ବୁଆଲୁ ମଧ୍ଯ ଆରପାରିକୁ ଚାଲିଗଲେ । ବଡ ଭାଈ ପିର କିଛି ମାସ ହୋଟେଲ ରେ କାମ କରିବା ପରେ ଦାଦନ ଖଟିବାକୁ ତାମିଲନଡୁ ଚାଲିଯାଇଥିଲେ । ଦାଦନ ଖଟି ଭାଇକୁ ସାହାଯ୍ୟ କରୁଥିଲେ ବଡ଼ ଭାଇ । ଏବେ ନିର ସର୍ବଭାରତୀୟ ନିଟ୍ ରେ ସଫଳତା ହାସଲ କରିଥିବା ଯୋଗୁଁ ଉଭୟ ନିର ଓ ପିର ଖୁସିରେ ଆତ୍ମହରା ହୋଇପାଡିଛନ୍ତି ।

ତାଙ୍କ ସାନ ଭାଇ ନିଟ୍ ରେ ସଫଳ ହୋଇଥିବା ଯୋଗୁଁ ଖୁସିରେ କାନ୍ଦି ପକାଇଥିଲେ ବଡ ଭାଇ ପିର । ଜଣେ ଗରିବ ଆଦିବାସୀ ବାପା ମା ଛେଉଣ୍ଡ ପୁଅ ନିଟ୍ ରେ ସଫଳ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ଓ ବିପଦର ବନ୍ଧୁ ସଂଗଠନ କର୍ମକର୍ତ୍ତା । ତାଙ୍କର ଏହି ସଫଳତା ପାଇଁ ବଡ ଭାଇ ପିର, ବିପଦର ବନ୍ଧୁ ସଂଗଠନ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଛନ୍ତି ନିର । ଡାକ୍ତର ହେଲେ ଗରିବ ଲୋକଙ୍କ ସେବା କରିବି ବୋଲି ସେ କହିଛନ୍ତି।