Similipal National Park: ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ
Advertisement
Article Detail0/zeeodisha/odisha2107228

Similipal National Park: ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ

ମଧୁବନରେ ରହୁଥିବା ଜୟନ୍ତ ଦାସ ନିଜ ପରିବାର ସହ ଶିମିଳିପାଳ ଯାଇଥିଲେ । ବୁଲାବୁଲି ସାରିବା ପରେ ସନ୍ଧ୍ୟା ୭ଟା ସମୟରେ ଫେରିବା ସମୟରେ ତାଙ୍କ ଗାଡି ନିକଟକୁ ଗୋଟିଏ କଳାବାଘ ଆସିଥିଲା । ଜୟନ୍ତ ଗାଡିଟିକୁ ସ୍ଥିର କରିବା ସହ ଭୟବୀତ ହୋଇଥିଲେ ।

Similipal National Park: ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ

ମୟୁରଭଞ୍ଜ: ବର୍ତ୍ତମାନ ପିକନିକ୍ ଋତୁ ହୋଇଥିବା କାରଣରୁ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କର ଭିଡ ଲାଗୁଥିବା ଦେଖିବାକୁ ମିଳୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବିଭିନ୍ନ ପଶୁ ପକ୍ଷୀଙ୍କୁ ଦେଖିବା ଏବଂ ସେମାନଙ୍କର ଶବ୍ଦ ଶୁଣିବାର ମଜା ନେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ । ତେବେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ କଲା ପରି । କିଛି ପର୍ଯ୍ୟଟକ ଗୋଟିଏ ଗାଡିରେ ଶିମିଳିପାଳ ବୁଲିବାକୁ ଯାଇଥିବା ସମୟରେ ଏକ ବାଘ ହାବୁଡରେ ପଡିଥିବା କହିଛନ୍ତି ।

ସୂଚନା ମୁତାବକ, ମଧୁବନରେ ରହୁଥିବା ଜୟନ୍ତ ଦାସ ନିଜ ପରିବାର ସହ ଶିମିଳିପାଳ ଯାଇଥିଲେ । ବୁଲାବୁଲି ସାରିବା ପରେ ସନ୍ଧ୍ୟା ୭ଟା ସମୟରେ ଫେରିବା ସମୟରେ ତାଙ୍କ ଗାଡି ନିକଟକୁ ଗୋଟିଏ କଳାବାଘ ଆସିଥିଲା । ଜୟନ୍ତ ଗାଡିଟିକୁ ସ୍ଥିର କରିବା ସହ ଭୟବୀତ ହୋଇଥିଲେ । ପରିବାର ସଦସ୍ୟଙ୍କ ମନରେ ମଧ୍ୟ ବାଘକୁ ଦେଖି ଛନକା ପଶିଥିଲା । ତେବେ କିଛି ସମୟ ବାଘଟି ଗାଡି ନିକଟରେ ରହିବା ପରେ ଏକ ବାରହାକୁ ଦେଖି ଶିକାର ପାଇଁ ଧିରେ ଧିରେ ଦୂରକୁ ଚାଲିଗଲା । ଏହା ଦେଖି ଜୟନ୍ତ ଭାବିଥିଲେ ଗାଡି ଆଗକୁ କରିବେ କିନ୍ତୁ ଶିକାରରେ ଫେଲ୍ ହେବା କାରଣରୁ ବାଘଟି ପୁଣି ଗାଡି ପାଖକୁ ଆସିଥିଲା । ଜୟନ୍ତଙ୍କ ପରିବାର ଲୋକେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ପାଖାପାଖି ୧୫ ମିନିଟ୍ ଗାଡି ପାଖରେ ରହିବା ପରେ ବାଘଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ଏହାପରେ ଜୟନ୍ତ ଗାଡି ଚଳାଇ ଫେରିଥିଲେ ।

Also Read- Himachal pradesh: ପାରାଗ୍ଲାଇଡିଂ ସମୟରେ ସେଫ୍ଟି ବେଲ୍ଟ ଖୋଲି ପର୍ଯ୍ୟଟକ ମୃତ

Also Read- Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !