Odisha Crime: ଧରା ପଡ଼ିଲେ ୫ ଜଣିଆ ଡକାୟତ ଦଳ, ଜବତ ହେଲା...
Advertisement

Odisha Crime: ଧରା ପଡ଼ିଲେ ୫ ଜଣିଆ ଡକାୟତ ଦଳ, ଜବତ ହେଲା...

Odisha Crime: କେନ୍ଦ୍ରାପଡା ପୋଲିସକୁ ବଡ଼ ସଫଳତା। ଏକ ୫ ଜଣିଆ ଡକାୟତ ଦଳକୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ୍ l ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ଦୁଇଜଣ ଚୋରି ସାମଗ୍ରୀ କିଣିଥିବା ବ୍ୟବସାୟୀ ରହିଛନ୍ତି l ଏହି ଡକାୟତ ଦଳଠାରୁ ଏକ ପଲସର ମଟର ସାଇକେଲ, ସୁନା ଓ ରୂପା ଗହଣା, ନଗଦ ଟଙ୍କା ସମେତ ଏକାଧିକ ମୋବାଇଲ ଫୋନ ଜବତ୍ କରିଛି ପୋଲିସ l 

Odisha Crime: ଧରା ପଡ଼ିଲେ ୫ ଜଣିଆ ଡକାୟତ ଦଳ, ଜବତ ହେଲା...

Odisha Crime: କେନ୍ଦ୍ରାପଡା ପୋଲିସକୁ ବଡ଼ ସଫଳତା। ଏକ ୫ ଜଣିଆ ଡକାୟତ ଦଳକୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ୍ l ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ଦୁଇଜଣ ଚୋରି ସାମଗ୍ରୀ କିଣିଥିବା ବ୍ୟବସାୟୀ ରହିଛନ୍ତି l ଏହି ଡକାୟତ ଦଳଠାରୁ ଏକ ପଲସର ମଟର ସାଇକେଲ, ସୁନା ଓ ରୂପା ଗହଣା, ନଗଦ ଟଙ୍କା ସମେତ ଏକାଧିକ ମୋବାଇଲ ଫୋନ ଜବତ୍ କରିଛି ପୋଲିସ l ଗିରଫ ଡକାୟତ ମାନେ ହେଲେ ରଞ୍ଜନ ଦାସ, ବବିନା ଦାସ, ବାପୁନ ଦାସ l

ଚୋରି ସାମଗ୍ରୀ କିଣି ଥିବା ବ୍ୟବସାୟୀ ହେଲେ ରାମଚନ୍ଦ୍ର ସାହୁ ଓ କାର୍ତିକ ସାହୁ l ମାର୍ଚ୍ଚ ୧୭ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡମୂଳବସନ୍ତ ଗାଁ ର ଭୀମସେନ୍ ପ୍ରଧାନଙ୍କ ଘରେ ବିଳମ୍ବିତ ରାତ୍ରିରେ ହୋଇଥିବା ଡକାୟତି ଘଟଣାରେ ରାଜନଗର ପୋଲିସ ଲକ୍ଷ୍ମଣ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା l ଲକ୍ଷ୍ମଣ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା l

ଏମାନେ ସମସ୍ତେ କେଳା ସମ୍ପ୍ରଦାୟର l ଦିନରେ ଠାବ କରି ରାତିରେ ଘରେ ପଶି ଡକାୟତି କରିବା ଏମାନଙ୍କ କାମ ବୋଲି କକହିଛି ପୋଲିସ୍ l ଗିରଫ ରଞ୍ଜନ ଦାସର ଘର ବାଲେଶ୍ବର ଜିଲ୍ଲା ଅବଜୁଣ ଗାଁ ରେ ବୋଲି ପୋଲିସ୍ କହିଛି l ଗିରଫ ଡକାୟତ ମାନଙ୍କ ନାମରେ କେନ୍ଦ୍ରାପଡା ଜିଲାର ମାର୍ଶାଘାଇ, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, କୁଦା ନଗରୀ, ଟାଉନ୍ ଥାନା ସମେତ ଜଗତ୍ସିଂହପୁରର ତିର୍ତ୍ତୋଲ ଥାନାରେ ମଧ୍ଯ ମାମଲା ରହିଥିବା କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l