District Judge suspended: ଅଧସ୍ତନ କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବାରୁ ଜିଲ୍ଲାଜଜ୍‍ଙ୍କ ଚାକିରି ଗଲା
Advertisement

District Judge suspended: ଅଧସ୍ତନ କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବାରୁ ଜିଲ୍ଲାଜଜ୍‍ଙ୍କ ଚାକିରି ଗଲା

ଭୁବନେଶ୍ୱର: ଜଣେ ଅଧସ୍ତନ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବା ଧମକ ଦେଇ ନିଜ ଚାକିରି ହରାଇଛନ୍ତି ଜଣେ ଜିଲ୍ଲା ଜଜ୍‍। ଘଟଣା ଘଟିଛି ଉତ୍ତରାଖଣ୍ଡରେ।  ହାଇକୋର୍ଟ ଏହି ମାମଲାକୁ ବିଚାର କରି ରୁଦ୍ରପୟାଗ ଜିଲ୍ଲାର  ଜଜ୍‍ ତଥା ହାଇକୋର୍ଟଙ୍କ ପୂର୍ବତନ ରେଜିଷ୍ଟ୍ରାର ଅନୁଜ କୁମାର ସଙ୍ଗାଲଙ୍କୁ ଚାକିରିରୁ ନିଲମ୍ବନ କରି

District Judge suspended: ଅଧସ୍ତନ କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବାରୁ ଜିଲ୍ଲାଜଜ୍‍ଙ୍କ ଚାକିରି ଗଲା

District Judge Suspended: ଭୁବନେଶ୍ୱର: ଜଣେ ଅଧସ୍ତନ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବା ଧମକ ଦେଇ ନିଜ ଚାକିରି ହରାଇଛନ୍ତି ଜଣେ ଜିଲ୍ଲା ଜଜ୍‍। ଘଟଣା ଘଟିଛି ଉତ୍ତରାଖଣ୍ଡରେ।  ହାଇକୋର୍ଟ ଏହି ମାମଲାକୁ ବିଚାର କରି ରୁଦ୍ରପୟାଗ ଜିଲ୍ଲାର  ଜଜ୍‍ ତଥା ହାଇକୋର୍ଟଙ୍କ ପୂର୍ବତନ ରେଜିଷ୍ଟ୍ରାର ଅନୁଜ କୁମାର ସଙ୍ଗାଲଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। 

ଶ୍ରୀ ସଙ୍ଗାଲା ନିଜ ସରକାରୀ ଘରେ କାର୍ଯ୍ୟ କରୁଥିବା କର୍ମଚାରୀ ହରିଶ୍‍ ଅଧିକାରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କୁ ଚାକିରିରୁ ବାହାର କରିବା ପାଇଁ ଆଦେଶ ମଧ୍ୟ ଦେଇଥିଲା। ଏଥିରେ ଭୟଭୀତ ହୋଇ ମାନସିକ ଭାରସାମ୍ୟ ହରାଇଥିଲେ ହରିଶ। ଆଉ ବିଷ ପିଇ ଦେଇଥିଲେ। 

ଘଟଣା ବିଷୟରେ ଜଣାପଡ଼ିବା ପରେ ହାଇକୋର୍ଟଙ୍କ କାର୍ଯ୍ୟକାରୀ ବିଚାରପତି ମନୋଜ ତିଓ୍ୱାରୀ ଅଭିଯୋଗ ବିରୁଦ୍ଧରେ ଶୃଙ୍ଖଳାଗତ ତଦନ୍ତ ପାଇଁ ଆଦେଶ ଦେବା ସହ ଶ୍ରୀ ସଙ୍ଗାଲାଙ୍କୁ ନିଲମ୍ବନ କରିଛନ୍ତି।