ଭରତପୁର ଥାନା ଘଟଣା; ୪ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ! ଜାଣନ୍ତୁ କିଏ ଏହି ପୁଲିସ କର୍ମଚାରୀ...
Advertisement
Article Detail0/zeeodisha/odisha2449142

ଭରତପୁର ଥାନା ଘଟଣା; ୪ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ! ଜାଣନ୍ତୁ କିଏ ଏହି ପୁଲିସ କର୍ମଚାରୀ...

Bharatapur police station issue: ସେଠାରେ ରୋଡ୍ ରୋମିଓମାନେ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ। ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରାଯାଇଛି।

ଭରତପୁର ଥାନା ଘଟଣା; ୪ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ! ଜାଣନ୍ତୁ କିଏ ଏହି ପୁଲିସ କର୍ମଚାରୀ...

ଭୁବନେଶ୍ଵର: ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ନିମନ୍ତେ ମିଳି ସାରିଛି ଅନୁମତି। ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୪ ନିଲମ୍ବିତ ପୁଲିସ୍‌ କର୍ମଚାରୀଙ୍କର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ । 

ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ନିଲମ୍ବିତ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ସହମତି ମଗାଯାଇଛି, ଖୁବଶୀଘ୍ର ଏନେଇ କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ପଲିଗ୍ରାଫ୍‌‌ ଟେଷ୍ଟ କରାଯିବ। ନିଲମ୍ବିତ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା। ଗତ ୨୫ତାରିଖରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଭୁବନେଶ୍ୱର ଏସଡିଜେଏମ୍‌‌ କୋର୍ଟ ଅନୁମତି ଦେଇଥିଲେ।

ଗତ ୨୫ ତାରିଖରେ ସକାଳେ ପ୍ରଥମେ ଭରତପୁର ଥାନାରେ ମେଜର ଓ ପୀଡ଼ିତା ତଦନ୍ତକାରୀ ଟିମ୍ ଆଗରେ ସେଦିନର ଘଟଣା ବାବଦରେ ନିଜ ପକ୍ଷ ରଖିଥିଲେ। ସେଠାରେ ସେମାନଙ୍କୁ ନେଇ ସିନ୍ ରିକ୍ରିଏସନ କରାଯାଇଥିଲା। ଏହାପରେ ସେମାନଙ୍କୁ ନେଇ ସୁନ୍ଦରପୁର ଯାଇଥିଲା ତଦନ୍ତକାରୀ ଟିମ୍। ସେଠାରେ ରୋଡ୍ ରୋମିଓମାନେ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ। ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ସହିତ ଫୋରେନସିକ୍ ଟିମ୍ ମଧ୍ୟ ଥିଲେ। 

Also read 

ପୁରୀ ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ: ଆଇନମନ୍ତ୍ରୀ

https://zeenews.india.com/hindi/zeeodisha/state-news/puri-news-update/2448966