VIMSAR: ଭୀମସାରରେ ସୁନ୍ଦରଗଡ ରୋଗୀଙ୍କୁ ସହାୟକ ହେଉଛି ରୋଗୀ ସହାୟତା ସହ ସହାୟକ ରହଣୀ କେନ୍ଦ୍ର
Advertisement
Article Detail0/zeeodisha/odisha2294712

VIMSAR: ଭୀମସାରରେ ସୁନ୍ଦରଗଡ ରୋଗୀଙ୍କୁ ସହାୟକ ହେଉଛି ରୋଗୀ ସହାୟତା ସହ ସହାୟକ ରହଣୀ କେନ୍ଦ୍ର

VIMSAR: ମେଡିକାଲରେ ଚିକିତ୍ସା ଚାଲିଥିବାବେଳେ ଆମେ ବାହାରେ ହୋଟେଲ ରହି ଦୈନିକ ୩୦୦ ରୁ ୪୦୦ ଟଙ୍କା ବ୍ୟୟ କରୁଥିଲୁ । କ୍ରମଶଃ ଏହା ଆମକୁ ଭାରୀ ପଡୁଥିଲା । ତେବେ ଏହି ସମୟରେ ଆମକୁ ଏହି ଅନୁଷ୍ଠାନ ଚଳାଉଥିବା ଜଣେ ବ୍ୟକ୍ତି ଦେଖାହେଲେ ଏବଂ ଆମକୁ ଏଠାକୁ ଆସିବାକୁ କହିଲେ । ଏବେ ଆମେ ଏଠାରେ ବେଶ୍ ସହଜରେ ରହୁଛୁ । 

 

VIMSAR: ଭୀମସାରରେ ସୁନ୍ଦରଗଡ ରୋଗୀଙ୍କୁ ସହାୟକ ହେଉଛି ରୋଗୀ ସହାୟତା ସହ ସହାୟକ ରହଣୀ କେନ୍ଦ୍ର

VIMSAR: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ବୁର୍ଲା ଠାରେ ଖୋଲାଯାଇଛଇ ରୋଗୀ ସହାୟତା ଏବଂ ରୋଗୀ ସହାୟକ/ ସହାୟିକା ରହଣୀ କେନ୍ଦ୍ର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଉଚ୍ଚତର ଚିକିତ୍ସାପାଇଁ ଭୀମସାର କୁ ଆସୁଥିବା ରୋଗୀମାନଙ୍କୁ ଏହି କେନ୍ଦ୍ର ଚିକିତ୍ସାଗତ ସହାୟତା ଯୋଗାଉଥିବାବେଳେ ରୋଗୀମାନଙ୍କ ସହାୟକ/ ସହାୟିକାମାନଙ୍କୁ ଅସ୍ଥାୟୀ ଭାବେ ରହିବା ପାଇଁ ସହାୟକ ହେଉଛି ।
ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରୁ ପ୍ରତ୍ୟେହ ଅନେକ ରୋଗୀ ଉଚ୍ଚତର ଚିକିତ୍ସା ପାଇଁ ସମ୍ବଲପୁରରେ ଥିବା ଭୀମସାର ଅନୁଷ୍ଠାନକୁ ଆସନ୍ତି । ଏଠାରେ ରୋଗୀମାନେ ଚିକିତ୍ସା ହେଉଥିବାବେଳେ ତାଙ୍କ ସହ ଆସୁଥିବା ସହାୟକ/ସହାୟିକାମାନେ ରହିବା ଖାଇବା ପାଇଁ ବେଶ୍ ଅସୁବିଧାର ସମ୍ମୁଖିନ ହୁଅନ୍ତି । 

ଏମାନେ ଏଥିପାଇଁ ବାହାରେ ଥିବା ହୋଟେଲରେ ଦୈନିକ ୪୦୦ ରୁ ୫୦୦ ଟଙ୍କା ଖର୍ଚ୍ଚ କରି ରହିବାକୁ ବାଧ୍ୟ ହୁଅନ୍ତି । ଏହା ସେମାନଙ୍କ ପକେଟ୍ କୁ ବେଶ୍ ବାଧିଥାଏ । ସେହିପରି ରୋଗୀମାନେ ନିଜର ଚିକିତ୍ସା ନିମନ୍ତେ ପରାମର୍ଶ, ନିଦାନ, ଔଷଧ ଏପରିକି ରକ୍ତ ଭଣ୍ଠାରରୁ ରକ୍ତ ପାଇବା ପାଇଁ ମଧ୍ୟ ଆହ୍ୱାନର ସମ୍ମୁଖୀନ ହୋଇଥାଆନ୍ତି । ଏହାକୁ ଆଖି ଆଗରେ ରଖି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଭୀମସାରଠାରେ ଏକ ରୋଗୀ ସହାୟତା କେନ୍ଦ୍ର ଏବଂ ରୋଗୀ ସହାୟକ/ସହାୟିକା ରହଣୀ କେନ୍ଦ୍ର ସ୍ଥାପନ ହୋଇଥିଲା । ୨୦୨୨ ମସିହାରେ ସମ୍ବଲପୁରର ମାଝାପଲ୍ଲୀ ଠାରେ ଏହି କେନ୍ଦ୍ର ସ୍ଥାପନ ହୋଇଥିଲା ବେଳେ ପରବର୍ତୀ ସମୟରେ ଏହା ଭୀମସାରଠାରେ ଥିବା ରେଡକ୍ରସ୍ ବିଲ୍ଡିଂକୁ ଏହା ଉଠି ଆସିଥିଲା ।

ଏହି କେନ୍ଦ୍ରରେ ୧୨ ଟି ବେଡ୍ ଥିବାବେଳେ ଜଣେ ରୋଗୀ କିମ୍ବା ତାହାର ୨ଜଣ ସହାୟକ/ସହାୟିକା ଏଠାରେ ଏକାଦିକ୍ରମେ ୧୦ ଦିନ ଧରି ରହିପାରିବେ । ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ବୃଦ୍ଧି ମଧ୍ୟ କରାଯାଇପାରେ । ଏହି କେନ୍ଦ୍ରରେ ରହୁଥିବା ସହାୟକ ସହାୟିକା ମାନଙ୍କ ପାଇଁ ଦୈନିକ ବିନାମୂଲ୍ୟରେ ସୁଷମ ଖାଦ୍ୟ ଏବଂ ମନୋରଂଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଠାରେ ରୋଗୀମାନେ ରହି କିପରି ଡାକ୍ତରଖାନାରୁ ଚିକିତ୍ସା, ଅନ୍ୟାନ୍ୟସେବା, ରକ୍ତ ଏବଂ ଔଷଧ ଇତ୍ୟାଦି ସହଜରେ ପାଇପାରିବେ ତାହାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଠାରେ ପାନୀୟଜଳ, ଟିଭି, ଖଟ, ରୋଷେଇ ଘର ଏବଂ ଶୌଚାଳୟ ଆଦିର ବ୍ୟବସ୍ଥା ଅଛି । 

ଏଠାରେ ସ୍ୱଛତାକୁ ବେଶ୍ ଗୁରୁତ୍ୱ ଦିଆଯାଉଥିବାବେଳେ ଅନୁଷ୍ଠାନରେ ଯେପରି ଶୃଂଖଳା ବଜାର ରହିବ ତାହା ନିଶ୍ଚିତ କରାଯାଇଥାଏ । ଏହି କେନ୍ଦ୍ରରେ ରୋଷେଇଆ, ସୁରକ୍ଷା କର୍ମୀ, ଆକାଉଂଟାଟ, ସହାୟକ ଷ୍ଟାଫ୍ ଏବଂ ପ୍ରକଳ୍ପ ସଂଯୋଜକଙ୍କ ପରି ୧୦ ଜଣ କର୍ମୀ କାମ କରୁଛନ୍ତି । ଏହି କେନ୍ଦ୍ର ସ୍ଫାପନ ହେବାଠାରୁ ମୋଟ ୧୨୦୦ ରୁ ଅଧିକ ରୋଗୀ ଏବଂ ତାଙ୍କର ସହାୟକ/ସହାୟିକା ଏଠାରେ ରହିବାର ସୁଯୋଗ ପାଇ ସାରିଲେଣି । ଡିଏମଏଫ ଏହି କେନ୍ଦ୍ର ପାଇଁ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦେଉଥିବାବେଳେ ଆଇଏମଟିଏସ ନାମକ ଏକ ବେସରକାରୀ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ହାତକୁ ନେଇଛି । ଏଠାରେ ରାଉରକେଲାର ଝିରପାଣି ଅଂଚଳରୁ ଆସିଥିବା ରୁକ୍ମଣୀ ବେହେରାଙ୍କ ମତରେ ଆମେ ଗତ କିଛି ଦିନ ହେବ ଜଣେ ଆତ୍ମୀୟଙ୍କର ଚିକିତ୍ସା ପାଇଁ ଭୀମସାର ଆସିଥିଲୁ । ମେଡିକାଲରେ ଚିକିତ୍ସା ଚାଲିଥିବାବେଳେ ଆମେ ବାହାରେ ହୋଟେଲ ରହି ଦୈନିକ ୩୦୦ ରୁ ୪୦୦ ଟଙ୍କା ବ୍ୟୟ କରୁଥିଲୁ । କ୍ରମଶଃ ଏହା ଆମକୁ ଭାରୀ ପଡୁଥିଲା । ତେବେ ଏହି ସମୟରେ ଆମକୁ ଏହି ଅନୁଷ୍ଠାନ ଚଳାଉଥିବା ଜଣେ ବ୍ୟକ୍ତି ଦେଖାହେଲେ ଏବଂ ଆମକୁ ଏଠାକୁ ଆସିବାକୁ କହିଲେ । ଏବେ ଆମେ ଏଠାରେ ବେଶ୍ ସହଜରେ ରହୁଛୁ । ଆମକୁ ଉପଯୁକ୍ତ ସମୟରେ ଭଲ ଖାଇବାକୁ ମିଳୁଛି । ରହିବାରେ ମଧ୍ୟ କୌଣସି ସମସ୍ୟା ନାହିଁ । ଏଥିପାଇଁ ଆମେ ଜିଲ୍ଲା ପ୍ରଶାସନ ଏବଂ ଡିଏମଏଫ୍ କୁ ଧନ୍ୟବାଦ ଜଣାଉଛୁ । 

Also Read:  Srimandira News: ତରବରିଆ ହେଲା କି ନିଷ୍ପତ୍ତି, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼