Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ
Advertisement
Article Detail0/zeeodisha/odisha2061871

Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ

Sulia Yatra: ଶୁଳିଆ ଯାତ୍ରା ପାଇଁ ଗତକାଲିଠାରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସମୟରେ ଏହି ଉତ୍ସବ ଆଜି ଅର୍ଥାତ ୧୬ ଜାନୁଆରୀରୁ ୩ ଦିନ ଧରି ଚାଲିବ । ପୂର୍ବରୁ ରହିଆସିଥିବା ପ୍ରଥା ଅନୁଯାୟୀ ଏଥର ମଧ୍ୟ ଆଦିବାସୀମାନେ ପାରମ୍ପାରିକ ପର୍ବ ପାଳନ କରିବେ ।

Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ

Odisha Festival: ଆଜି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଦେଓଗାଁର ଖଇରଗୁଡା ଅଞ୍ଚଳ । ଶୁଳିଆ ଯାତ୍ରା ପାଇଁ ଗତକାଲିଠାରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସମୟରେ ଏହି ଉତ୍ସବ ଆଜି ଅର୍ଥାତ ୧୬ ଜାନୁଆରୀରୁ ୩ ଦିନ ଧରି ଚାଲିବ । ପୂର୍ବରୁ ରହିଆସିଥିବା ପ୍ରଥା ଅନୁଯାୟୀ ଏଥର ମଧ୍ୟ ଆଦିବାସୀମାନେ ପାରମ୍ପାରିକ ପର୍ବ ପାଳନ କରିବେ ।

ପୂର୍ବରୁ ଆଦିବାସୀ ପରମ୍ପରାରେ ଶୁଲିଆ ଯାତ୍ରାରେ ବଳି ପ୍ରଥା ରହିଆସିଛି । ବୈଠକରେ ଅନେକ ଥର ବଳି ପ୍ରଥାକୁ ନେଇ ବାରଣ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଶୁଳିଆ ଯାତ୍ରା କମିଟି ପକ୍ଷରୁ ପ୍ରତିବର୍ଷ ପୂର୍ବରୁ ଆସିଥିବା ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ବଳି ପ୍ରଥା ପାଳନ କରାଯାଇଥାଏ । ଶୁଳିଆ ଯାତ୍ରା ପୌଷମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ କରାଯାଇଥାଏ । ବଡି ଭୋର ସମୟରୁ ଆଦିବାସୀ ଲୋକେ ନିଜ ଅସ୍ତ୍ରଶସ୍ତ୍ର ଧରି ଦେବୀଙ୍କ ପୀଠରେ ପହଞ୍ଚିଥାନ୍ତି । ସେଠାରେ ପାରମ୍ପାରିକ ଢଙ୍ଗରେ ପୂଜାର୍ଚ୍ଚନା ହେବା ପରେ କୁକୁଡା ବଳି ଦିଆଯାଇଥାଏ । ପରେ ଉକ୍ତ ଭୋଗକୁ ଶୁଳିଆ ବୁଢାଙ୍କ ନିକଟରେ ଲଗାଯାଇଥାଏ । ଅନେକ ମାନସିକଧାରୀ ଏଠାକୁ ନିଜ ମନସ୍କାମନା ପୂରଣ ପାଇଁ ଆସିବା ସହ ବଳି ପାଇଁ କୁକୁଡା, ବତକ, ମେଣ୍ଢା ଇତ୍ୟାଦି ଆଣିଥାନ୍ତି । ଶୁଲିଆ ଯାତ୍ରାରେ ରକ୍ତରଞ୍ଜିତ ହୋଇଉଠେ ଖଇରଗୁଡା ।

ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଳିପ୍ରଥାକୁ ବନ୍ଦ କରିବା ଲାଗି ୧୪୪ ଧାରା ଜାରି କରାଯାଇଥିଲା । ପରେ ଏନେଇ ସୁପ୍ରିମକୋର୍ଟରେ କେସ୍ ହୋଇଥିଲା । ସୁପ୍ରିମ କୋର୍ଟ ଆଦିବାସୀଙ୍କ ସଂକ୍ଷପରେ ରାୟ ଶୁଣାଇ କହିଥିଲେ ଯେ, ଆଦିବାସୀ ପରମ୍ପରାକୁ କେହି ହସ୍ତକ୍ଷେପ କରିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଥାନୀୟ ଆଦିବାସୀ ଖୁସି ପ୍ରକଟ କରିଥିଲେ । ବର୍ତ୍ତମାନ ପୋଲିସ ପ୍ରଶାସନର ଉପସ୍ଥିତିରେ ମଧ୍ୟ ଶୁଲିଆ ପୀଠରେ ବଳି ପ୍ରଥା ପୂର୍ବ ପରି ଚାଲିଛି ।

Also Read- ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Also Read- Odisha News Live Updates: ଗୋଟିଏ କ୍ଲିକରେ ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର