ସୁଭଦ୍ରା ପାଇଁ ବଡ଼ ଖବର; କେବେ ମିଳିବ ଟଙ୍କା, ଆଜି ତାରିଖ ଘୋଷଣା କରିବେ ଉପ-ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୁରା...
Advertisement
Article Detail0/zeeodisha/odisha2449185

ସୁଭଦ୍ରା ପାଇଁ ବଡ଼ ଖବର; କେବେ ମିଳିବ ଟଙ୍କା, ଆଜି ତାରିଖ ଘୋଷଣା କରିବେ ଉପ-ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୁରା...

Subhadra yojana second loan : ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ହିତାଧିକାରୀ ରହିଛନ୍ତି। ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଅପଡେଟ୍। କେବେ ସୁଭଦ୍ରା କିସ୍ତି ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୨୫ଲକ୍ଷ ୧୧ହଜାର ଲୋକଙ୍କୁ ଦିଆଯାଇଛି। କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା। 

ସୁଭଦ୍ରା ପାଇଁ ବଡ଼ ଖବର; କେବେ ମିଳିବ ଟଙ୍କା, ଆଜି ତାରିଖ ଘୋଷଣା କରିବେ ଉପ-ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୁରା...

ଭୁବନେଶ୍ଵର: ସୁଭଦ୍ରା ଯୋଜନାର କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ଆଜି ଏକ ବଡ଼ ଖବର ଆସିଛି। କେଉଁ ଦିନ ସୁଭଦ୍ରା ସହାୟତା ରାଶି ମିଳିବ ଆଜି ଆସିପାରେ ତାରିଖ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାରିଖ ଘୋଷଣା କରିପାରନ୍ତି। ଗତ ୧୭ ତାରିଖ ଦିନ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିଦିନ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା। 

ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ହିତାଧିକାରୀ ରହିଛନ୍ତି। ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଅପଡେଟ୍। କେବେ ସୁଭଦ୍ରା କିସ୍ତି ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଦୁଇ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି, ପାଖାପାଖି ୯୨ଲକ୍ଷ ଲୋକ ଆବେଦନ କରିଥିବା ନେଇ ସେତେବେଳେ ଜାଣିବାକୁ ପାଇଥିଲି। ଭାବୁଛୁ ଆଉ ଏକ ସପ୍ତାହ ଭିତରେ ୧କୋଟି ଲୋକ ଆବେଦନ କରିବେ। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୨୫ଲକ୍ଷ ୧୧ହଜାର ଲୋକଙ୍କୁ ଦିଆଯାଇଛି। କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା। 

ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହୋଇ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ପ୍ରଥମ ଥରରେ ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ। ଖୁବଶୀଘ୍ର କୋଟିଏ ଲୋକଙ୍କ ପାଖେ ପହଞ୍ଚିବୁ। 

ଅଧିକ ପଢନ୍ତୁ...

ନନ୍ଦନକାନନରେ ଆଖି ବୁଜିଲା ହାତୀ ଅଭି; ଏହି ରୋଗରେ ପୀଡ଼ିତ ଥିଲା...

https://zeenews.india.com/hindi/zeeodisha/state-news/elephant-abhi-of-nandankanan-zoo-dies-of-harpes/2448654

Trending news