Odisha News: (ନାରାୟଣ ବେହେରା) ରାଜ୍ୟରେ ଏମ୍. ଏସ୍. ଏମ୍. ଇ ଅଭିବୃଦ୍ଧିର ନୂଆ ବୁଷ୍ଟର। ଛୋଟ ଛୋଟ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିବା ପାଇଁ ସିଆଇଆଇ ର ଉଦ୍ୟମରେ ଏମଏସଏମଇରେ ସିରିଜ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ''ଏମ୍ଏସ୍ଏମ୍ଇ'' ରେ ସାମିଲ ହେବା ପାଇଁ ଗ୍ରାମାଚଂଳକୁ ପ୍ରଥମେ ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର। ଗ୍ରାମାଚଂଳର ଅର୍ଥନିତୀକୁ ସୁଦୃଢ କରିବା ଓ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ କିପରି ବୃହତ ଇଣ୍ଡଷ୍ଟ୍ରୀ ସେମାନଙ୍କୁ ସାହାଯ୍ୟ କରିବେ ସେଥିପାଇଁ ପାରାଦୀପର ବିଜୁ କନଭେନସନ ହଲରେ ଅନୁଷ୍ଠିତ ହୋଇଯାଇଛି ଏମଏସଏମଇର ତୃତୀୟ ସିରିଜ କାର୍ଯ୍ୟକର୍ମ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଏମଏସଏମଇର ପ୍ରିନିସପାଲ ସେକ୍ରେଟାରୀ ହେମନ୍ତ ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ସେହିପରି ପାରାଦୀପ ବନ୍ଦର ସମେତ, ପିପିଏଲ, ଇଫକୋ, ଜେଏସଡବ୍ଲୁ , ଆଇଓସିଏଲ ଓ ବେଦାନ୍ତ ଭଳି ବଡ ବଡ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଛୋଟ ଛୋଟ ଇଣ୍ଡଷ୍ଟ୍ରି ମାନଙ୍କ ଅଭାବକୁ ପୂରଣ କରିବା ପାଇଁ ସହେଯାଗ କରିବେ ବୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ସିରିଜକୁ ପ୍ରତ୍ୟେକ ଜିଲ୍ଲାରେ କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଯୁବପିଢିମାନେ କିପରି ପ୍ରତ୍ୟେକ ଜିଲ୍ଲାରେ ଆଗକୁ ବାହାରି ଛୋଟ ଛୋଟ ଇଣ୍ଡଷ୍ଟ୍ରି କରିବେ ଏବଂ ସେଥିପାଇଁ ଯାହା ଆବଶ୍ୟକ ତାହା ଏମଏସଏମଇ କିପରି ପୂରଣ କରିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପି ଏମ ବିଶ୍ଵକର୍ମା ଯୋଜନାରେ ପ୍ରଧାନମନ୍ତ୍ରୀ ଯେଉଁ ସପ୍ନ ଦେଖିଛନ୍ତି ବିକଶିତ ଭାରତ ବିକଶିତ ଓଡିଶା ଗଠନ କରିବା ପାଇଁ ତାହା ପ୍ରଥମେ ଗ୍ରାମାଚଂଳରୁ ଆରମ୍ଭ ହୋଇଛି ବୋଲି ଉପସ୍ଥିତ ମନ୍ତ୍ରୀ ଦ୍ଵୟ ପ୍ରକାଶ କରିଛନ୍ତି। ଓଡିଶାରେ ପ୍ରତ୍ୟେକ ଜିଲ୍ଲାରେ କିଛି ନା କିଛି ନିଜ ନିଜ ଅଂଚଳର ହାତ ତିଆରି ସାମଗ୍ରୀ ରହିଛି ଏହାକୁ ବିଭିନ୍ନ ଜିଲ୍ଲା ସମେତ ଭାରତ ବର୍ଷରେ କିପରି ପ୍ରସାରିତ କରାଯିବ ସେଥିପାଇଁ ପ୍ରୋତ୍ସାହନର ଆବଶ୍ୟକତା ଅଛି।
ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ସହଯୋଗର ଆବଶ୍ୟକତା ଅଛି ତାହା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବୃହତ ଶୀଳ୍ପ ଓ ଏମ୍ଏସ୍ଏମ୍ଇ ଗୁଡିକ ମଧ୍ୟରେ ମଜଭୂତ ସହଭାଗୀତା ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଭାରତୀୟ ଶୀଳ୍ପ ମହାସଂଘର ଓଡିଶା ଚାପ୍ଟର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି।