Srimandira Parikrama Project: ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ପର୍ଯ୍ୟାୟରେ
Advertisement
Article Detail0/zeeodisha/odisha2044186

Srimandira Parikrama Project: ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ପର୍ଯ୍ୟାୟରେ

Srimandira Parikrama Project: ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ପର୍ଯ୍ୟାୟରେ। ୧୨ତାରିଖରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା। ୧୭ରେ ଯଜ୍ଞର ହେବ ପୂର୍ଣାହୁତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଯମାନ ଭାବେ ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପକଳ୍ପର ଲୋକାର୍ପଣ ଉତ୍ସବରେ ଅର୍ଥାତ ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗଦଗୁରୁ ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ସହ ଦେଶବିଦେଶରୁ ବହୁ ବିଶିଷ୍ଠ ଅତିଥି ମାନେ ଯୋଗଦେବେ। 

Srimandira Parikrama Project: ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ପର୍ଯ୍ୟାୟରେ

Srimandira Parikrama Project: ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ପର୍ଯ୍ୟାୟରେ। ୧୨ତାରିଖରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା। ୧୭ରେ ଯଜ୍ଞର ହେବ ପୂର୍ଣାହୁତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଯମାନ ଭାବେ ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପକଳ୍ପର ଲୋକାର୍ପଣ ଉତ୍ସବରେ ଅର୍ଥାତ ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗଦଗୁରୁ ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ସହ ଦେଶବିଦେଶରୁ ବହୁ ବିଶିଷ୍ଠ ଅତିଥି ମାନେ ଯୋଗଦେବେ। ଏହାକୁ ନେଇ ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ପୂର୍ବ ନିଷ୍ପତ୍ତି ମୁତାବକ ପରିକ୍ରମା ପ୍ରକଳ୍ପ ପାଇଁ ୧୨ ତାରିଖରୁ ୩ ଦିନ ଧରି ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେବ।୧୭ ତାରିଖରେ ଦେଶର ପ୍ରମୁଖ ୬୦ଟି ମନ୍ଦିରର କର୍ମକର୍ତ୍ତା ଯୋଗ ଦେବେ। ଅତିଥିଙ୍କ ରହଣି ଓ ସେବା ଯୋଗାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ।ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସେବାୟତ ଟିମ୍ ସହ ଯାଇଥିବା ବରିଷ୍ଠ ଓଏଏସ୍ ଅଧିକାରୀ ମାନେ ଅଭ୍ୟର୍ଥନା ଦାୟିତ୍ୱରେ ରହିବେ । ଯେଉଁ ସେବାୟତ ଟିମ୍ ଯେଉଁ ଅତୀଥିଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିବେ ସେହିମାନେ ସେହି ଅତିଥିଙ୍କ ଅଭ୍ଯର୍ଥନା ଦାୟିତ୍ୱରେ ରହିବେ ବୋଲି ନିସ୍ପତି ହୋଇଛି।ତେବେ ଅତିଥି ମାନଙ୍କ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ।

ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ। ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ। ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଓ ମହାମହୀମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ।

Also Read: Parikrama Prakalpa: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଗଜପତିଙ୍କ ଅଧ୍ଯକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ଅତିଥି କିଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପ୍ରତି ସ୍ବତନ୍ତ୍ର ଗୁରୁତ୍ଵ ଦିଆଯାଇଛି ।ସେହିପରି ଯଜ୍ଞ ଆରମ୍ଭରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ହେବ ଓ ସାଧାରଣ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ସେଥିପ୍ରତି ମଧ୍ୟ ଗୁରୁତ୍ଵ ଦିଆଯାଇଛି ।୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଯଜ୍ଞ ସହ ଶ୍ରୀମନ୍ଦିର ଚାରି ଦ୍ଵାରରେ ଚାରି ବେଦ ପାଠ ସହ ନାମ ସଙ୍କୀର୍ତ୍ତନ କରାଯିବ।ଯଜ୍ଞର କର୍ତ୍ତା ଭାବେ ଗଜପତି ଦିବ୍ୟସିଂହ ଯୋଗ ଦେବେ।ପୂର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ , ନେପାଳ ରାଜା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।୧୭ ତାରିଖ ପୂର୍ଣ୍ଣାହୁତି ପରେ ୧୮ ତାରିଖରୁ ଜାନୁୟାରୀ ମାସ ତମାମ ରାଜ୍ୟର ଅବଶିଷ୍ଟ ଛୋଟ ବଡ ମନ୍ଦିର ତଥା ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଆସି ଯାତ୍ରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ।୧୭ ତାରିଖ ଲୋକାର୍ପଣ ଉତ୍ସବ ଦିନ ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଲୋକେ ସ୍ୱତନ୍ତ୍ର ଏଲଇଡି ଜରୀଆରେ ଦେଖିପାରିବାର ବ୍ୟବସ୍ଥା ହେବ ।ଏଥିସହ ପ୍ରତ୍ୟେକ ଘରୁ ଗୁଆ,ଅରୁଆ ଚାଉଳ ଓ ନଡ଼ିଆ ସଂଗ୍ରହ ପାଇଁ ନିବେଦନ କରାଯାଇଛି।ଯଜ୍ଞ ପାଇଁ ୧୦୮ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କୁ ଗଜପତି ମହାରାଜ ବରଣ କରିବେ।ସେହିପରି ନାମ ସଙ୍କୀର୍ତ୍ତନ ପାଇଁ ୧୦୦ ଜଣ ଶୋତ୍ରୀୟ ବ୍ରାହ୍ମଣ ରହିବେ । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଜମିଦାନ କରିଥିବା ବ୍ଯକ୍ତିବିଶେଷଙ୍କୁ ଶିଳାନ୍ୟାସ ଉତ୍ସବ ଭଳି ସମ୍ବର୍ଦ୍ଧିତ କରାଯିବ।