Trending Photos
Tharman Shanmugaratnam:ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ସେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ । ସିଙ୍ଗାପୁର ସହ ଓଡ଼ିଶା ସରକାରଙ୍କର ମୋଟ ୮ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଅକ୍ଷୟ ଶକ୍ତି, ଇଣ୍ଡଷ୍ଟ୍ରିଆଲ ପାର୍କ, ନୂତନ ସହର ବିକାଶ, ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ, ଗ୍ରୀନ ହାଇଡ୍ରୋଜେନ କରିଡର, ପେଟ୍ରୋଲିୟମ, ପେଟ୍ରୋକେମିକଲ୍ସ, ଏବଂ କେମିକାଲ୍ସ କ୍ଷେତ୍ରରେ ନିବେଶ ଆଦିକୁ ନେଇ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବ । ଏହାସହିତ ୱାର୍ଲ୍ଡ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି।
ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବା ତାହା ପରେ ଆଇଓସିଏଲ ଇଣ୍ଟରପେସନ ବୁଲି ଦେଖିବେ। ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ନିକଟ ଅତୀତରେ ନିବେଶକ ସମ୍ମିଳନୀରେ ଯୋଗ ଦେବାକୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିଥିଲେ। ଏହି ସମୟରେ ଓଡିଶା ଆସିବାକୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ମୂଖ୍ୟମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ ।