VIMSAR: ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ
Advertisement

VIMSAR: ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏହି ଘଟଣା ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ଏହି ଘଟଣା ଘଟିଥିବା ନେଇ ସ୍ଥାନୀୟ ପୋଲିସ ସୂଚନା ପ୍ରଦାନ କରିଛି। 

VIMSAR: ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

VIMSAR: ସମ୍ବଲପୁର: ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏହି ଘଟଣା ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ଏହି ଘଟଣା ଘଟିଥିବା ନେଇ ସ୍ଥାନୀୟ ପୋଲିସ ସୂଚନା ପ୍ରଦାନ କରିଛି। ଉଭୟ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହାତାହାତୀ ସ୍ଥିତି ଉପୁଜିବାରୁ ଜଣେ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। 

ପୋଲିସର ସୂଚନା ଅନୁସାରେ କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ । ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ, PG ଛାତ୍ରଙ୍କୁ ମାଡ ମାରିଥିଲେ । ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ରପହଞ୍ଚି ଏହାର ପ୍ରତିବାଦ କରିଥିଲେ । ହସପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଛି।