Sawan 2023: ପୁଣି ଅଘଟଣ, ଦେବୀ ନଦୀରେ ପାଣି ଉଠାଇବା ସମୟରେ ଭାସିଗଲେ ୨ କାଉଡ଼ିଆ
Advertisement
Article Detail0/zeeodisha/odisha1782814

Sawan 2023: ପୁଣି ଅଘଟଣ, ଦେବୀ ନଦୀରେ ପାଣି ଉଠାଇବା ସମୟରେ ଭାସିଗଲେ ୨ କାଉଡ଼ିଆ

Sawan 2023: ଦ୍ବିତୀୟ ସୋମବାରରେ ଜଳ ଲାଗି ପାଇଁ ରବିବାର ଦିନ କେତେକେଶ୍ବର ଘାଟରେ ପାଣି ଉଠାଇବା ଲାଗି କାଉଡ଼ିଆଙ୍କ ଭିଡ଼ ଜମିଥିଲା । ପାଣି ଉଠାଇବା ସମୟରେ ୨ ଜଣ କାଉଡ଼ିଆ ଭାସିଯାଇଥିଲେ । ଫଳରେ ଏଥିରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷର କାଉଡ଼ିଆ ନିଖୋଜ ଅଛନ୍ତି । 

ସୌ(ସୋସିଆଲ ମିଡିଆ)

Sawan 2023: ଚାଲିଛି ପବିତ୍ର ଶ୍ରାବଣ ମାସ । ମହାଦେବଙ୍କ ଉପରେ ଜଳଲାଗି କରିବା ନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜମୁଛି ଲକ୍ଷ ଲକ୍ଷ କାଉଡ଼ିଆଙ୍କ ଭିଡ଼ । ତେବେ ଅନେକ ସମୟରେ କାଉଡ଼ିଆ ମାନେ ଦୁର୍ଘଟଣାରେ ଶିକାର ହେଉଥିବା ଖବର ସାମ୍ନାକୁ ଆସିଥାଏ । ଗତକାଲି ଅର୍ଥାତ୍ ରବିବାର ଦିନ ଜଗତସିଂହପୁର (Jagatsinghpur) ଦେବୀ ନଦୀ ଆଳି ପିଙ୍ଗଳ କେତେକେଶ୍ବର ଘାଟରେ ଏପରି ଏକ ଅଘଟଣ ସାମ୍ନାକୁ ଆସିଛି । ଦ୍ବିତୀୟ ସୋମବାରରେ ମହାଦେବଙ୍କ ଉପରେ ଜଳଲାଗି କରିବା ନେଇ କେତେକେଶ୍ବର ଘାଟରେ କାଉଡ଼ିଆ ମାନେ ପାଣି ଉଠାଇଥିଲେ ଏହି ସମୟରେ ୨ ଜଣ କାଉଡ଼ିଆ ଭାସିଯାଇଥିଲେ । ସୂଚନା ଅନୁଯାୟୀ,  ଦ୍ବିତୀୟ ସୋମବାରରେ ଜଳ ଲାଗି ପାଇଁ ରବିବାର ଦିନ କେତେକେଶ୍ବର ଘାଟରେ ପାଣି ଉଠାଇବା ଲାଗି କାଉଡ଼ିଆଙ୍କ ଭିଡ଼ ଜମିଥିଲା । ପାଣି ଉଠାଇବା ସମୟରେ ୨ ଜଣ କାଉଡ଼ିଆ ଭାସିଯାଇଥିଲେ । ଫଳରେ ଏଥିରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷର କାଉଡ଼ିଆ ନିଖୋଜ ଅଛନ୍ତି । ନିଖୋଜ କୁନି କାଉଡ଼ିଆ ତିର୍ତ୍ତୋଲ ବିଦ୍ୟାଧରପୁର ଅଞ୍ଚଳର ଭୋଳା ପ୍ରଧାନ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସେପଟେ, ଶନିବାର ଦିନ ଉତ୍ତରପ୍ରଦେଶ (Uttarpradesh) ମେରଟ (meerut)  ପରିକ୍ଷିତଗଡ଼ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାୟ ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି । କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ବାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା । ବିଦ୍ୟୁତ୍ ଆଘାତରେ ମନୀଷ ନାମକ ଏକ କାଉଡ଼ିଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ କାଉଡ଼ିଆଙ୍କୁ ଡ଼ାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପୃଥକ ପୃଥକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ଯରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ ଅଧିକାରୀଙ୍କୁ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ-Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଆରମ୍ଭ ହେଲା ଦସ୍ତଖତ ସଂଗ୍ରହ ଅଭିଯାନ, ପ୍ରଥମ ଦିନରେ...

ସେହିପରି, ଶ୍ରାବଣ ମାସର ପ୍ରଥମ ସୋମବାରରୁ ହିଁ ଏକ ଅଘଟଣ ଖବର ସାମ୍ନାକୁ ଆସିଥିଲା । ଦେବଗଡ଼ ଝାଡ଼େଶ୍ବର ମନ୍ଦିର ପରିସରରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ମୃତ କାଉଡ଼ିଆଙ୍କ ନାମ ବିଭୁତି ବେହେରା ଅଟେ । ବିଭୁତି ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ବର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ । ରାତିରେ ଝାଡ଼େଶ୍ବର ମନ୍ଦିରରେ ପହଁଞ୍ଚିବା ପରେ ସେ ସେଠାରେ ଶୋଇଯାଇଥିଲେ । ସକାଳେ ତାଙ୍କ ସାଥୀମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଉଠିନଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।