Odisha News: ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଦଳକୁ ଧରିଲା ପୋଲିସ
Advertisement
Article Detail0/zeeodisha/odisha2350948

Odisha News: ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଦଳକୁ ଧରିଲା ପୋଲିସ

Odisha News: ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି l ଏନେଇ ଆଜି ସକାଳ ନଅ ଟାରେ ସମ୍ବଲପୁର ଏସପି ମୁକେଶ ଭାମୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତ ଡକାୟତମାନେ ହେଲେ ରେଙ୍ଗାଲି ଥାନା ଅଞ୍ଚଳର ମଦନ ସୁନ୍ଦର ଖଡିଆ, ସଞ୍ଜୟ ଖଡିଆ , ସୁଦର୍ଶନ ଖଡିଆ, ବୁଲୁ କନ୍ଧ, ସୁନୀଲ ମାଝୀ, ଅନୀଲ ମାଝୀ,ଭୁବନ ଲୁହୁରା, ସମ୍ବଲପୁର ବରେଇପାଲି ଅଞ୍ଚଳ ସଚିନ ଖଡିଆ, ବିକାଶ ଖଡିଆ, ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ସ୍ୱରାଜ ମେହେର ଅଟନ୍ତି l

Odisha News: ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଦଳକୁ ଧରିଲା ପୋଲିସ

Odisha News: ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଦଳକୁ ଧରିଲା ସମ୍ବଲପୁର ପୋଲିସ। ପୂର୍ବରୁ କିଛି ଦିନର ଅନ୍ତରାଳରେ ଲଗାତାର ଏହି ଡକାୟତ ଦଳ ବିଭିନ୍ନ ବଡ ବଡ଼ ରାଇସ ମିଲ, ବଡ଼ ବଡ଼ ଦେଶୀ ମଦ ଭାଟି, ପେଟ୍ରୋଲ ପମ୍ପ ଇତ୍ୟାଦିରେ ଡକାୟତି କରି ଆତଙ୍କ ସୃଷ୍ଟି କରିଥିଲା। ଏ ବାବଦରେ ମିଲ ମାଲିକ ସହ ପେଟ୍ରୋଲ ପମ୍ପ ମାଲିକ ମାନେ ସମ୍ବଲପୁର ଏସ ପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ କରିଥିଲେ। ଏଭଳି ଏକ ରାଜ୍ୟସ୍ତରୀୟ ଡକାୟତ ଦଳକୁ କାବୁ କରିଛି ପୋଲିସ।

ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି l ଏନେଇ ଆଜି ସକାଳ ନଅ ଟାରେ ସମ୍ବଲପୁର ଏସପି ମୁକେଶ ଭାମୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତ ଡକାୟତମାନେ ହେଲେ ରେଙ୍ଗାଲି ଥାନା ଅଞ୍ଚଳର ମଦନ ସୁନ୍ଦର ଖଡିଆ, ସଞ୍ଜୟ ଖଡିଆ , ସୁଦର୍ଶନ ଖଡିଆ, ବୁଲୁ କନ୍ଧ, ସୁନୀଲ ମାଝୀ, ଅନୀଲ ମାଝୀ,ଭୁବନ ଲୁହୁରା, ସମ୍ବଲପୁର ବରେଇପାଲି ଅଞ୍ଚଳ ସଚିନ ଖଡିଆ, ବିକାଶ ଖଡିଆ, ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ସ୍ୱରାଜ ମେହେର ଅଟନ୍ତି l

ଏମାନଙ୍କଠାରୁ ପୋଲିସ ୪୮୦ ଗ୍ରାମ ସୁନା,୧୬୫ ଗ୍ରାମ ରୁପା, ନଗଦ ୫ ଲକ୍ଷ ୧୨ ହଜାର ଟଙ୍କା, ଦୁଇଟି ବୋଲେରୋ , ଟ୍ରାକ୍ଟର ଦୁଇ ଟି,ଚାରିଟି ମୋଟର ସାଇକେଲ, ଗୋଟିଏ ସ୍କୁଟି,ଭୁଜାଲି,ଛୁରୀ, ରଶି,ଲୁହା ରଡ଼, ଲାଇଟ, ୧୧ ଗୋଟି ମୋବାଇଲ ଫୋନ ଜବତ କରିଛି l ଏହି ଡକାୟତ ଦଳ ସୁନା ଓ ନଗଦ ଟଙ୍କା ଲୁଟିବା ଉଦ୍ଦେଶ୍ୟ ରେ ପେଟ୍ରୋଲ ପମ୍ପ, ଦେଶୀ ମଦ ଭାଟି ଓ ରାଇସ ମିଲ ଗୁଡିକୁ ଟାର୍ଗେଟ କରି ଆସୁଥିଲେ।