Flight Service: ଆଜି ରାଉରକେଲାରୁ କୋଲକତାକୁ ଉଡି଼ବ ଡାଇରେକ୍ଟ ଫ୍ଲାଇଟ୍, ଏତିକି ରହିଛି ଟିକେଟ୍ ଦାମ
Advertisement

Flight Service: ଆଜି ରାଉରକେଲାରୁ କୋଲକତାକୁ ଉଡି଼ବ ଡାଇରେକ୍ଟ ଫ୍ଲାଇଟ୍, ଏତିକି ରହିଛି ଟିକେଟ୍ ଦାମ

Flight Service: ମଙ୍ଗଳବାର ରାଉରକେଲାରୁ କୋଲକତାକୁ (Rourkela to Kolkata Flight) ସିଧାସଳଖ ଆରମ୍ଭ ହେବ ବିମାନ ସେବା । ଆଲାଏନ୍ସ ଏୟାର (Alliance Air Flight) ପକ୍ଷରୁ ଏହି ସେବା ପ୍ରଦାନ କରାଯିବ ।

ସୌ(ସୋସିଆଲ ମିଡିଆ)

Rourkela to Kolkata Flight: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା (Kolkata) ଯାତ୍ରା । କାରଣ କୋଲକତା ଯିବା ଲାଗି ଆଉ ଭୁବନେଶ୍ବର ବିମା ବନ୍ଦରକୁ ଯିବାକୁ ପଡ଼ିବ ନାହଁ । ସୂଚନାଯୋଗ୍ୟ, ମଙ୍ଗଳବାର ରାଉରକେଲାରୁ କୋଲକତାକୁ (Rourkela to Kolkata Flight) ସିଧାସଳଖ ଆରମ୍ଭ ହେବ ବିମାନ ସେବା । ଆଲାଏନ୍ସ ଏୟାର (Alliance Air Flight) ପକ୍ଷରୁ ଏହି ସେବା ପ୍ରଦାନ କରାଯିବ ।

ସପ୍ତାହକୁ କେବଳ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ (Flight) ଚଳାଚଳ କରିବ ବୋଲି ସୂଚନା ମିଳିଛି । ବମାନଟି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକତାରୁ (Kolkata) ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢେ ୧୨ଟାରେ ପହଁଞ୍ଚିବ । ସେହିଭଳି ରାଉରକେଲାରୁ ଅପରାହ୍ନ ୫ଟା ୨୦ରେ ପହଁଞ୍ଚିବ । ଏହି ବିମାନ ସେବା ପାଇଁ ଟିକେଟ୍ ଦାମ ୧,୯୯୯ ଥିବା ଜଣାପଡ଼ିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ ଝାରସୁଗୁଡ଼ା (Bhubaneswar to Jharsuguda Flight Service) ସିଖାସଳଖ ଯାତ୍ରା କରିବ ଆଲାଏନ୍ସ ଏୟାର ବିମାନ (Alliance Air Flight) । ଏହି ସେବା ଆଗାମୀ ୨୭ ତାରିଖ ଅର୍ଥାତ୍ ବୁଧବାର ଦିନ ଆରମ୍ଭ ହେବ । ଏହି ବିମାନ ସପ୍ତାହରେ କେବଳ ୪ ଦିନ ଯଥା, ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ । ବିମାନଟି ଭୁବନେଶ୍ବରରୁ ଅପରାହ୍ନ ୪ଟା ୧୫ରୁ ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ନ ୫ଟା ୩୦ରେ ପହଁଞ୍ଚିବ । ପୁର୍ନବାର ଝାରସୁଗୁଡ଼ାରୁ ଅପରାହ୍ନ ୫ଟା ୫୫ରୁ ବାହାରି ଭୁବନେଶ୍ବରରେ ୭ଟା ୫ମିନିଟ୍ ରେ ପହଁଞ୍ଚିବ । ଏହି ସମସ୍ତ ବିମାନ ଉଡାଣ ପାଇଁ ରାଜ୍ୟ ସରକାର (Govt of odisha) ଆର୍ଥିକ ସହାୟତା ବହନ କରିବେ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ-Weather Update: ରାଜ୍ୟରେ ଆହୁରି କମିବ ଶୀତ, ବଢିବ କୁହୁଡ଼ି

ଏହା ବି ପଢନ୍ତୁ-ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ