ଦୁଇ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ
Advertisement
Article Detail0/zeeodisha/odisha2437241

ଦୁଇ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

Tiger skin traders: ସର୍ଚ୍ଚ କଲାବେଳେ ସେମାନଙ୍କ ପାଖରୁ ଏକ ବୟସ୍କ କଲର ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ମୁଣ୍ଡର ସିଙ୍ଗ୍ଗ, ଛେରା ଓ ବନ୍ଧୁକ ପାଉଡର ସହ ଦୁଇ ବାଇକ୍ ଜବତ କରିଛି ବନ ବିଭାଗ। 

ଦୁଇ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

ରାୟଗଡ଼ା: କିଛିଦିନ ତଳେ କଲରା ପତରିଆ ବାଘ ଛାଲ ଡିଲ ହେଉଥିବା ବେଳେ ମାଡ଼ି ବସିଥିଲା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ବିଭାଗର ଟିମ୍ ଗୁଦାରୀ ଗ୍ରାମ ନିକଟରେ , ଦୁଇଟି ବାଇକ୍ ରେ ତିନି ଜଣ ବାଘ ଛାଲ ମାଫିଆ ଡ଼ିଲ କରୁଥିବା ସମୟରେ ମାଡ଼ି ବସିଥିଲେ। ସର୍ଚ୍ଚ କଲାବେଳେ ସେମାନଙ୍କ ପାଖରୁ ଏକ ବୟସ୍କ କଲର ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ମୁଣ୍ଡର ସିଙ୍ଗ୍ଗ, ଛେରା ଓ ବନ୍ଧୁକ ପାଉଡର ସହ ଦୁଇ ବାଇକ୍ ଜବତ କରିଛି ବନ ବିଭାଗ। ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। 

ଅନ୍ୟପଟେ ଆଜି ବାଘଛାଲ ବେପାରୀଙ୍କୁ ୩ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟେ ଅଧିକ ୬ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଅଦାଲତ। ଏଥିରେ ୯ଜଣ ସାକ୍ଷୀ ଓ ୧୫ ଦସ୍ତାବିଜ ଆଧାରରେ ସଜା ଶୁଣାଇଛନ୍ତି ଅଦାଲତ। ବାଘଛାଲ ଡିଲ୍ କଲା ବେଳେ ୨ ଜଣ ବାଘ ଚାଲ ବେପାରୀଙ୍କୁ ଧରିଥିଲା ଏସଟିଏଫ।