Odisha's Rasgola day : ଜାଣନ୍ତୁ କାହିଁକି ପାଳନ ହୁଏ ରସଗୋଲା ଦିବସ ?
Advertisement
Article Detail0/zeeodisha/odisha2343128

Odisha's Rasgola day : ଜାଣନ୍ତୁ କାହିଁକି ପାଳନ ହୁଏ ରସଗୋଲା ଦିବସ ?

Odisha celebrates Rasgola Dibasa : ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଦିନ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ରହିଛି ଏହି ରସଗୋଲା । ପୁରା ପଢନ୍ତୁ....

Odisha's Rasgola day

Odisha's Rasgola day : ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଦିନ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ରହିଛି ଏହି ରସଗୋଲା । ନିଳାଦ୍ରୀବିଜେ ଅବସରରେ ରାଗ ଜର୍ଜରିତ ଅଭିମାନୀନି ମା' ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ।ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା ଭୋଗ କରାଯାଏ । ଏହି ପରମ୍ପରା ବହୁ କାଳରୁ ଜଗନ୍ନାଥ ସଂସ୍କୃତିରେ ପରିଚାଳିତ ହୋଇ ଆସୁଛି। ଆଉ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।

ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ପୁରାଣକୁ ଦୃଷ୍ଟିରେ ରଖି ସଂସ୍କୃତି ପ୍ରେମୀ ଓ ଗବେଷକଙ୍କ ଉଦ୍ୟମରେ ୨୦୧୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା । ରସଗୋଲାର ଭୌଗଳିକ ଉତ୍ପତ୍ତି ଯେ ଓଡ଼ିଶାର ଏହା ପ୍ରମାଣିତ ମଧ୍ୟ ହୋଇଥିଲା।

 

ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ନେଇ ଶ୍ରୀଜଗନ୍ନାଥ ଯାଇନଥିବାରୁ ଅଭିମାନ କରିଥିଲେ ମା ଲକ୍ଷ୍ମୀ । ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ରସଗୋଲା ଭୋଗର ଉତ୍ପତ୍ତି ହୋଇଥିବା ଗବେଷକମାନେ ମତ ଦିଅନ୍ତି ।ଦ୍ୱାଦଶ ଶତାବ୍ଦୀରୁ ‘ନୀଳାଦ୍ରି ବିଜେ’ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି କରାଯାଇ ଆସୁଥିବା ନେଇ ଓଡିଆ ଐତିହାସିକ ଏବଂ ଗବେଷକମାନେ ମତ ପ୍ରକାଶ କରନ୍ତି ।

ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ରହିଥିବାରୁ , ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ। ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ।ତେଣୁ ଓଡ଼ିଶାରେ ରସଗୋଲା ର ଏକ ସ୍ବତନ୍ତ୍ର ପରିଚୟ ରହିଛି।ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଅଭିମାନର ପ୍ରମାଣ ରସଗୋଲା ବୋଲି କୋଲକାତା ଓ ଓଡ଼ିଶା ମଧ୍ୟରେ ହୋଇଥିବା ' ମିଷ୍ଟଯୁଦ୍ଧ ' ରୁ ସ୍ପଷ୍ଟ ଜଣା ପଡ଼ିଛି।