Weather Report: କୋହଲା ପାଗରେ ଥରୁଛି ରାଜ୍ୟ, ଆଜି ଏହି ସ୍ଥାନରେ ବର୍ଷା...
Advertisement

Weather Report: କୋହଲା ପାଗରେ ଥରୁଛି ରାଜ୍ୟ, ଆଜି ଏହି ସ୍ଥାନରେ ବର୍ଷା...

Weather News; ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେହିପରି ଆଜି ମଧ୍ୟ ୧୨ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Weather Report: କୋହଲା ପାଗରେ ଥରୁଛି ରାଜ୍ୟ, ଆଜି ଏହି ସ୍ଥାନରେ ବର୍ଷା...

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ କାରଣରୁ ଶୀତର ପ୍ରକୋପ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେହିପରି ଆଜି ମଧ୍ୟ ୧୨ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ଷା କାରଣରୁ ରାଜ୍ୟରେ ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିଛି । ତାପମାତ୍ରା କମିବା କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି । ଫଳରେ ଜନଜୀବନ ଖୁବ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଖାଲୁଆ ଚାଷ ଜମିରେ ପାଣି ଜମିବା କାରଣରୁ ଫସଲ ନଷ୍ଟ ହେବାର ଚିତ୍ର ସାମ୍ନାକୁ ଆସିଛି । ବିଶେଷ କରି ଧାନ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ନାକେଦମ କରିଛି । କେବଳ ସେତିକି ନୁହେଁ, ବରଗଡର ପ୍ରସିଦ୍ଧ ଧନୁଯାତ୍ରା ଏବଂ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଯାଜପୁର ବରୁଣେଶ୍ୱରମେଳା ମଧ୍ୟ ପ୍ରଭାବିତ ହୋଇଛି । କୋହଲା ପାଗ ଏବଂ ବର୍ଷା କାରଣରୁ ଲୋକଙ୍କ ସଂଖ୍ୟା କମ ହେବାରୁ ବ୍ୟବସାୟୀମାନଙ୍କ ପାଇଁ ମାନ୍ଦା ପରିସ୍ଥିତି ଉପୁଜିଛି ।

Also Read- ଆଜି ପୌଷ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କରିବେ ପ୍ରଭୁ ଅଲାରନାଥ

Also Read- ଆଜିଠୁ ମାଗଣାରେ ଶ୍ରୀକ୍ଷେତ୍ର ଭ୍ରମଣ ସୁଯୋଗ... ଖର୍ଚ୍ଚ ବହନ କରିବେ ସରକାର