Odisha News: ଖୁବଶୀଘ୍ର ସୋନପୁରକୁ ଗଡ଼ିବ ୪ଟି ଟ୍ରେନ୍, ଜାଣନ୍ତୁ ଟାଇମ୍ ସହ ରୁଟ
Advertisement

Odisha News: ଖୁବଶୀଘ୍ର ସୋନପୁରକୁ ଗଡ଼ିବ ୪ଟି ଟ୍ରେନ୍, ଜାଣନ୍ତୁ ଟାଇମ୍ ସହ ରୁଟ

Odisha News: ବଲାଙ୍ଗୀର ପାର୍ଶ୍ବରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ସହ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବେନେଶ୍ବର- ବଲାଙ୍ଗୀର- ଭୁବେନେଶ୍ବର ଏକ୍ସପ୍ରେସ ଓ ଦୁଇ ଯୋଡ଼ା ବଲାଙ୍ଗୀର- ବିଛୁପାଲି ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । 

Odisha News: ଖୁବଶୀଘ୍ର ସୋନପୁରକୁ ଗଡ଼ିବ ୪ଟି ଟ୍ରେନ୍, ଜାଣନ୍ତୁ ଟାଇମ୍ ସହ ରୁଟ

Odisha News: ବଲାଙ୍ଗୀର ପାର୍ଶ୍ବରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ସହ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବେନେଶ୍ବର- ବଲାଙ୍ଗୀର- ଭୁବେନେଶ୍ବର ଏକ୍ସପ୍ରେସ ଓ ଦୁଇ ଯୋଡ଼ା ବଲାଙ୍ଗୀର- ବିଛୁପାଲି ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର-ବଲାଙ୍ଗୀର- ସୋନପୁର ଏକ୍ସପ୍ରେସ (୧୨୮୯୩) ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ ୧ଟା ୪୫ରେ ସୋନପୁର ଯାତ୍ରା କରିବ ପରେ ଅପରାହ୍ନ ୩ଟା ୧୫ ମିନିଟ୍ ରେ ସୋନପୁରରେ ପହଁଞ୍ଚିବ । ଫେରିବା ବାଟରେ ସୋନପୁର- ଭୁବନେଶ୍ବର ଏକ୍ସପ୍ରେସ ( ୧୨୮୯୪) ସୋନପୁରରୁ ଅପରାହ୍ନ ୧ଟାରେ ଛାଡ଼ି ଅପରାହ୍ନ ୨ଟା ୨୫ ମିନିଟ୍ ରେ ବଲାଙ୍ଗୀରରେ ପହଁଞ୍ଚିବ ।

ଏହି ଟ୍ରେନ୍ ଅପରାହ୍ନ ୨ଟା ୪୫ରୁ ବଲାଙ୍ଗୀର ଷ୍ଟେସନରୁ ଛାଡ଼ି ରାତି ୯ଟା ୪୫ରେ ଭୁବେନଶ୍ବରରେ ପହଁଞ୍ଚିବ । ଏହି ଟ୍ରେନ୍  ଆସନ୍ତା ୧୪ରୁ ସୋନପୁରରୁ ଓ ୧୫ରେ ଭୁବନେଶ୍ବରରୁ ନିୟମିତ ଭାବେ ଗଡ଼ିବ । ସେହିପରି ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ (୧୨୮୯୩/୧୨୮୯୪)ର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଓ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝାରତରଭା ଓ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ। ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର(୦୮୩୦୫/୦୮୩୦୬) ସୋନପୁରକୁ ସମ୍ପ୍ରସାରଣ କରାଯାଇଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ସକାଳ ୮ଟା ୧୫ରେ ଛାଡ଼ି ପୂର୍ବାହ୍ଣ ୯ଟା ୪୫ରେ ସୋନପୁରରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ୍ ସୋନପୁରରୁ ପୂର୍ବାହ୍ନ ୧୦ଟା ୪୫ରେ ଛାଡ଼ି ମଧ୍ୟାହ୍ନ ୧୨ଟାରେ ବଲାଙ୍ଗୀରରେ ପହଞ୍ଚିବ। ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର (୦୮୩୦୭/୦୮୩୦୮)କୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ଅପରାହ୍ନ ୧୨ଟା ୫୦ରେ ଛାଡ଼ି ସୋନପୁରରେ ଅପରାହ୍ନ ୨ଟା ୨୦ରେ ପହଞ୍ଚିବ।

Also Read- Special Train: ହୋଲି ଉପଲକ୍ଷେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ ରୁଟ୍ ଓ ସମୟ

Also Read-Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଫେରିବା ବାଟରେ ଏହି ଟ୍ରେନ୍ ସୋନପୁରରୁ ସନ୍ଧ୍ୟା ୫ଟାରେ ଛାଡ଼ି ସନ୍ଧ୍ୟା ୬ଟା ୧୫ରେ ବଲାଙ୍ଗୀରରେ ପହଞ୍ଚିବ। ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର (୦୮୩୦୯/୦୮୩୧୦) ମାର୍ଚ୍ଚ ୧୫ରୁ ବଲାଙ୍ଗୀରରୁ ସନ୍ଧ୍ୟା ୭ଟା ୧୫ରେ ଛାଡ଼ି ସନ୍ଧ୍ୟା ୮ଟା ୪୫ରେ ସୋନପୁରରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ୍ ସୋନପୁରରୁ ମାର୍ଚ୍ଚ ୧୬ରୁ ଭୋର ୪ଟା ୧୫ରେ ଛାଡ଼ି ବଲାଙ୍ଗୀରଠାରେ ସକାଳ ୫ଟା ୩୦ରେ ପହଞ୍ଚିବ।