ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ବଢ଼ିଲା ଧାଡ଼ି, ଏଣିକି ମରିଚିକୋଟ ଛକରୁ ଧାଡ଼ିରେ ଯିବେ ଭକ୍ତ
Advertisement

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ବଢ଼ିଲା ଧାଡ଼ି, ଏଣିକି ମରିଚିକୋଟ ଛକରୁ ଧାଡ଼ିରେ ଯିବେ ଭକ୍ତ

ଜିଲ୍ଲାପାଳ କହିଛନ୍ତି ଭକ୍ତଙ୍କ ଧାଡ଼ିକୁ ବଢ଼ାଇ ଦିଆାଯାଇଛି। ମରିଚିକୋଟ ଛକ ଯାଏଁ ଧାଡ଼ିରେ ଠିଆ ହୋଇଥିବା ଭକ୍ତଙ୍କ ଲାଗି ପିଇବା ପାଣି ଓ ଶୌଚାଳୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।  ତାଙ୍କ ପାଇଁ ବଡ଼ଦାଣ୍ଡରେ ପରିଶ୍ରା ବ୍ୟବସ୍ଥା କରାଯାଇଛି। ୩ଟି ସିଫ୍ଟରେ ପୁଲିସ ବ୍ୟବସ୍ଥା କରାଯିବା ସହ ଧାଡ଼ିରେ ଥିବା ଭକ୍ତଙ୍କ ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ବଢ଼ିଲା ଧାଡ଼ି, ଏଣିକି ମରିଚିକୋଟ ଛକରୁ ଧାଡ଼ିରେ ଯିବେ ଭକ୍ତ

ଭୁବନେଶ୍ୱର: ଭିଡ଼ ନିୟନ୍ତ୍ରଣ ତଥା ଭକ୍ତଙ୍କ ଆବେଗ ରକ୍ଷା କରିବା ଦିଗରେ ବିଫଳ ହୋଇଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ। ଘଣ୍ଟା ଘଣ୍ଟା ଧାଡ଼ିରେ ରହି ଦର୍ଶନ କରିବାକୁ ବିଫଳ ହେବା ନେଇ ଭକ୍ତ ଅଭିଯୋଗ କରିବା ପରେ ଏହାର ସମାଧାନର ରାସ୍ତା କାଢ଼ିବା ବଦଳରେ ପ୍ରଶାସନ ଭକ୍ତଙ୍କ ଧାଡ଼ିକୁ ଆହୁରି ଲମ୍ବା କରିଛନ୍ତି। ଏଣିକି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମରିଚିକୋଟ ଛକରୁ ଧାଡ଼ିରେ ଯିବାକୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି ଭକ୍ତଙ୍କ ଧାଡ଼ିକୁ ବଢ଼ାଇ ଦିଆାଯାଇଛି। ମରିଚିକୋଟ ଛକ ଯାଏଁ ଧାଡ଼ିରେ ଠିଆ ହୋଇଥିବା ଭକ୍ତଙ୍କ ଲାଗି ପିଇବା ପାଣି (drinking water) ଓ ଶୌଚାଳୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।  ତାଙ୍କ ପାଇଁ ବଡ଼ଦାଣ୍ଡରେ ପରିଶ୍ରା ବ୍ୟବସ୍ଥା କରାଯାଇଛି। ୩ଟି ସିଫ୍ଟରେ ପୁଲିସ ବ୍ୟବସ୍ଥା କରାଯିବା ସହ ଧାଡ଼ିରେ ଥିବା ଭକ୍ତଙ୍କ ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।  

ଗତକାଲି ଦର୍ଶନ ପାଇଁ ଆସିଥିବା ବୟସ୍କ ଭକ୍ତମାନେ କ୍ୟାମେରା ସାମ୍ନାରେ କାନ୍ଦିଥିବା ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ଅନେକ ଭକ୍ତ ଦର୍ଶନ ବ୍ୟବସ୍ଥାରେ  ପ୍ରଶାସନର ଅପାରଗତାକୁ ବଖାଣିଛନ୍ତି। ଏହାକୁ ନେଇ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଓ ତାରା ବାହିନୀପତି ଏହାକୁ ପ୍ରଶାସନର ବିଫଳତା ବୋଲି କହିଛନ୍ତି। ଭଗବାନନଙ୍କୁ ଦର୍ଶନ କରିବା ଏକ ଧାର୍ମିକ ଅଧିକାର ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଏକଚାଟିଆ ଭାବେ ପ୍ରଶାସନ କଟକଣା ଲଗାଇ ଭକ୍ତ ଓ ଭଗବାନଙ୍କ ଭିତରେ ପାଚରୀ ଠିଆ କରିଛନ୍ତି। ଏହା ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସେ କହିଛନ୍ତି। ତାରାପ୍ରସାଦ ବାହିନୀ ପତି ଏହାକୁ ନେଇ ସରକାରଙ୍କ ଘେରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଇସ୍ତଫା ଦାବି କରିଛନ୍ତି ତାରା। ଅନ୍ୟ ପକ୍ଷରୁ ବିଜେଡି ବିଧାୟକମାନେ ଏହାକୁ  ପ୍ରଶାସନର ନିଷ୍ପତ୍ତି ବୋଲି କହି ଏଡ଼ାଇଯାଇଛନ୍ତି।  

ଆସନ୍ତା କାଲିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ଗହଳି ଆହୁରି ବଢ଼ିବା ଆଶଙ୍କା ରହିଛି। ଏପରି ସ୍ଥଳେ ମନ୍ଦିରରର ମାତ୍ର ଗୋଟିଏ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ନୋଇଥିବା କଟକଣା ଯୋଗୁ ସମସ୍ୟା ଆହୁରି ବଢ଼ିପାରେ। ଏହାକୁ ନେଇ ଆସନ୍ତା କାଲି ବିଧାନସଭାରେ ସରକାରଙ୍କୁ ବିରୋଧୀ ଦଳ ଘେରିବା ସମ୍ଭାବନା ରହିଛି।  

Also Read- ନାଗ ଦେବତାଙ୍କ ପ୍ରକୋପ ! 'ମନ୍ଦିର ହଟିବା ପରେ ଟନେଲରେ ଅସୁବିଧା ହୋଇଥିଲା'- ଗ୍ରାମବାସୀ

Also Read- ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ: ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହ ମୁଲତବୀ