ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼
Advertisement
Article Detail0/zeeodisha/odisha2026468

ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼

Youtuber Kamiya jani statement: ଭିଡିଓ ରିଲିଜ୍ କରି କାମିୟା କହିଛନ୍ତି ଯେ, ମୁଁ ବିଫ୍ ଖାଏନି କିମ୍ୱା ତାହାକୁ ପ୍ରମୋଟ୍ କରେନି । ମୁଁ ଜଣେ ହିନ୍ଦୁ ନାରୀ ତେଣୁ ମୁଁ କେବଳ ବିଭିନ୍ନ ମନ୍ଦିର ଓ ପ୍ରସିଦ୍ଧ ଖାଦ୍ୟ ଉପରେ ବ୍ଲଗ କରିଥାଏ । ତେବେ କାମିୟାଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼

ଭୁବନେଶ୍ୱର; ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତାହା ହେଉଛି ୟୁଟୁବର ତଥା ବ୍ଲଗର କାମିୟା ଜାନି (kamiya jani)ଙ୍କ ପ୍ରତିକ୍ରିୟା । ଏକ ଭିଡିଓ ରିଲିଜ୍ କରି କାମିୟା କହିଛନ୍ତି ଯେ, ମୁଁ ବିଫ୍ ଖାଏନି କିମ୍ୱା ତାହାକୁ ପ୍ରମୋଟ୍ କରେନି । ମୁଁ ଜଣେ ହିନ୍ଦୁ ନାରୀ ତେଣୁ ମୁଁ କେବଳ ବିଭିନ୍ନ ମନ୍ଦିର ଓ ପ୍ରସିଦ୍ଧ ଖାଦ୍ୟ ଉପରେ ବ୍ଲଗ କରିଥାଏ । ତେବେ କାମିୟାଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । 

ନିକଟରେ 5ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ (5T Chairman vk pandian)ଙ୍କ ସହିତ ୟୁଟୁବର କାମିୟା ଜାନିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ସେଥିରେ ଦେଖିବାକୁ ମିଳିଥିଲା କାମିୟା ଜାନି ପୁରୀ ଶ୍ରୀମନ୍ଦିର ସମ୍ପର୍କରେ 5ଟି ଅଧକ୍ଷଙ୍କ ଠାରୁ କିଛି ପରାମର୍ଶ ନେବା ସହିତ ଦୁହେଁ ମିଶି ମହାପ୍ରସାଦ ସେବନ କରୁଥିଲେ । ଏହାପରେ ଉକ୍ତ ଫଟୋ ଏବଂ ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଥିଲା । କେବଳ ରାଜନେତା ନୁହେଁ ଓଡ଼ିଶାର ଜନସାଧାରଣ ଓ କିଛି ୟୁଟୁବର ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ । କିଛି ୟୁଟୁବର କାମିୟାଙ୍କ ସମେତ ୫ଟି ଅଧକ୍ଷଙ୍କୁ ଟ୍ରୋଲ୍ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । କାମିୟା ଜଣେ ଗୋମାଂସ ଭକ୍ଷଣକାରୀ ଏବଂ ସିଏ ଶ୍ରୀକ୍ଷେତ୍ର ଆସି ଏଠାର ପବିତ୍ରତା ନଷ୍ଟ କରିଛନ୍ତି ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିଲା । ତେବେ ଏହି ଘଟଣାକୁ ନେଇ ରାଜନିତୀ ଆରମ୍ଭ ହେବା ପରେ ଶେଷରେ ନିଜ ପକ୍ଷ ରଖିବା ପାଇଁ କାମିୟା ଜାନି ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କାମିୟା ଏହା କହିଛନ୍ତି ଯେ, ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହିତ ସେଠାକାର ସଂସ୍କୃତି ଓ ପରମ୍ପରାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ପ୍ରୟାସ କରିବା ମୋର ଉଦ୍ଦେଶ୍ୟ ଥିଲା । ଜଣେ ୟୁଟୁବର ହିସାବରେ କେବଳ ପୁରୀ ନୁହେଁ ବରଂ ସମଗ୍ର ଦେଶ ପରିଦର୍ଶନ କରି ମୁଁ ଏହି କାର୍ଯ୍ୟ କରି ଆସୁଛି । ଏଥିପାଇଁ ମତେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଲୋକେ ପ୍ରଶଂସା କରିଛନ୍ତି । କାମିୟା ବିଫ୍ ଖାଏନି ବୋଲି କହିବା ସହିତ ତାଙ୍କର ଯେଉଁ ଭିଡିଓ ଭାଇରାଲ୍ ହୋଇଥିଲା ସେ ବିଷୟରେ କହିଛନ୍ତି । କେରଳ ଗସ୍ତ ସମୟରେ ସେ ବିଫ୍ ଖାଇନଥିଲେ ସେଦିନ ସାଧା ଚଣା ତରକାରୀ ଓ କଦଳୀ ପକୋଡା ଖାଇଥିବା ଆଜି ଭିଡିଓ ସହ ପୋଷ୍ଟ କରିଛନ୍ତି । ଏଥିସହିତ ସେଦିନ ରେଷ୍ଟୁରାଣ୍ଟର ବିଲ୍ କେତେ ଟଙ୍କା ଥିଲା ସେ ସମ୍ପର୍କରେ ମଧ୍ୟ କହିଛନ୍ତି । କାମିୟା କହିଛନ୍ତି ଯେ, ଭୁଲ ବୁଝାମଣା କାରଣରୁ ଏହି ଘଟଣା ବିବାଦୀୟ ହୋଇଛି ।

ଅନ୍ୟପଟେ କାମିୟାଙ୍କ ଏହି ଭିଡିଓ ରିଲିଜ୍ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ୟୁଜର ଲିଜାରାଣୀ ନାୟକ ଲେଖିଛନ୍ତି ଯେ, ବିବାଦ ଉପୁଜିଲେ ଚୋରି କରିଥିବା ଲୋକ କେବେ କହେନାହିଁ ମୁଁ ଚୋରି କରିଛି ବୋଲି, ଗୋଚାଲାଣ କରୁଥିବା ଲୋକ କେବେ କହେନାହିଁ ସେ ଗୋଚାଲାଣ କରୁଛି ବୋଲି, ଠିକ୍ ସେମିତି ଗୋମାଂସ ଖାଇଥିବା ଲୋକ କେବେ କହିବ ନାହିଁ ସିଏ ଗୋମାଂଶ ଖାଇଛି ବୋଲି ... ତେଣୁ ଭୁଲ୍ କରିନାହିଁ ବୋଲି ନକହି ବରଂ କରିଥିବା ଭୁଲ୍ ପାଇଁ କ୍ଷମା ମାଗ । ଓଡ଼ିଶାବାସୀ ବହୁତ୍ ସରଳ । ତୁମମାନଙ୍କୁ ନିଶ୍ଚୟ କ୍ଷମା କରିଦେବେ ବୋଲି ଲିଜା ନିଜ ଫେସବୁକ ପେଜ୍ ରେ ପୋଷ୍ଟ କରିଛନ୍ତି ।

Post- 

Also Read- ରିଲିଜ୍ ହେଲା ଚଳଚ୍ଚିତ୍ର "ଅପରେସନ ୧୨/୧୭" ର ଅଡିଓ, ନୂଆବର୍ଷରେ ମୁକ୍ତିଲାଭ

Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ