Puri: ଆଜିଠୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଉତ୍ସବ, ଶ୍ରୀନଅରରେ ଗଜପତି କରିବେ ଆର୍ଯ୍ୟବରଣ
Advertisement
Article Detail0/zeeodisha/odisha2055764

Puri: ଆଜିଠୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଉତ୍ସବ, ଶ୍ରୀନଅରରେ ଗଜପତି କରିବେ ଆର୍ଯ୍ୟବରଣ

Puri Parikrama Project: ଦିନ ଗଡ଼ିବା ସହ ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଞ୍ଚଳ ହୋଇଉଠିଛି ପୂରା ଶ୍ରୀକ୍ଷେତ୍ର । ତେବେ ଶୁକ୍ରବାରରୁ ଲୋକାର୍ପଣ ମହୋତ୍ସବ ଆରମ୍ଭ ହେବ ।

ସୌ(ସୋସିଆଲ ମିଡିଆ)

Puri Parikrama Project: ଦିନ ଗଡ଼ିବା ସହ ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଞ୍ଚଳ ହୋଇଉଠିଛି ପୂରା ଶ୍ରୀକ୍ଷେତ୍ର । ତେବେ ଶୁକ୍ରବାରରୁ ଲୋକାର୍ପଣ ମହୋତ୍ସବ ଆରମ୍ଭ ହେବ । ଏହାପରେ ଆଗାମୀ ୧୭ ତାରିଖ ପୌଷ ଶୁକ୍ଲ ସପ୍ତମୀରେ ୧ଟାରୁ ୧.୩୦ ମିନିଟ୍ ମଧ୍ଯରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଅପରାହ୍ନ ୨ଟାରେ ଗଜପତି ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରିବେ ।

ଖବର ଅନୁଯାୟୀ, ଶୁକ୍ରବାରରୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଉତ୍ସବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନରେ ପ୍ରଥମେ ଗଜପତି ମହାରାଜ ବ୍ରାହ୍ମଣ ବରଣ କରିବେ ଓ ଗୁଆଟେକା ନୀତି ସମାପନ ହେବ। ଏହାପରେ ବ୍ରାହ୍ମଣାମାନେ ଅଙ୍କୁରାରୋପଣ ନୀତି ଯଜ୍ଞ ମଣ୍ତପ ନିକଟରେ ଶେଷ କରିବେ । ୧୩ରେ ଅଧିବାସ ଓ ୧୪ରେ ଅଙ୍କୁରାରୋପଣ କାର୍ଯ୍ୟ ସମାପ୍ତ ହେବ । ୧୫ ତାରିଖ ସକାଳ ସାଢେ ୭ଟା ସୁଦ୍ଧା ଅଖଣ୍ତଦୀପ ସ୍ଥାପନ ସହ ଯଜ୍ଞ ଆରମ୍ଭ ହେବ । ସେହିପରି ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ବାସ୍ତୁଶୋଧନ ସହ ଅଧିବାସ ଅନୁଷ୍ଠିତ ହେବ । ଶେଷରେ ୧୭ ତାରିଖ ଦିନ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ପ୍ରାୟ ସାଢେ ୧ଟେ ମଧ୍ଯରେ ଲୋକାର୍ପଣ କରିବେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଜପତି ମହାରାଜ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିବେ । ଏହାଶେଷ ହେବା ପରେ ଅପରାହ୍ନ ୨ଟାରୁ ସାଢେ ୨ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ଏହାପରେ ସାଢେ ୨ଟାରୁ ୩ଟା ଭିତରେ ଉତ୍ତରପାର୍ଶ୍ବ ମଠ ନିକଟରେ ହୋଇଥିବା ସଭାମଞ୍ଚରେ ଏକ ଭିଡ଼ିଏ ଚିତ୍ରକୁ ଉନ୍ମୋଚନ କରିବେ । ଏଥିରେ ପରିକ୍ରମା ପ୍ରକଳ୍ପର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ସମସ୍ତ କଥାବସ୍ତୁ ପ୍ରଦର୍ଶିତ ହେବ । ଏହାପରେ ଦିନ ୩ଟାରେ ପରିକ୍ରମା ମାର୍ଗରେ ଜନସାଧାରଣ ପ୍ରଦକ୍ଷିଣ କରିପାରିବେ । ସନ୍ଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Also Read-Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ଦେଶର ୪ ଶଙ୍କରାଚାର୍ଯ୍ୟ

ଉତ୍ସବକୁ ଆସୁଥିବା ଅତିଥିଙ୍କ ଭବ୍ୟ ସ୍ବାଗତ, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସୁବ୍ୟବସ୍ଥା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପ୍ରଶାସନିକ ବିଭାଗର ଅଧିକାରୀ ଓ ନିଯୋଗର ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତେ ଯେପରି ଭଲ ଅନୁଭୂତି ନେଇ ଏଠାରୁ ଯିବେ ସେଥି ନେଇ ଗୁରୁତ୍ବଦେବାକୁ କୁହାଯାଇଛି ।