Puri News: ଆଜି ରାମ ନବମୀ, ଆଜିଠାରୁ ଆରମ୍ଭ ହେବ ରଥକାମ
Advertisement

Puri News: ଆଜି ରାମ ନବମୀ, ଆଜିଠାରୁ ଆରମ୍ଭ ହେବ ରଥକାମ

Puri News: ଆଜି ପବିତ୍ର ରାମ ନବମୀ । ସାରା ଦେଶରେ ରାମ ନବମୀ ଉତ୍ସବ ପାଳନ ହେଉଥିବା ବେଳେ ଏହି ଅବସରରେ ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ ହେବ । ଚକ ତିଆରିରୁ ହିଁ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ରଥ କାର୍ଯ୍ୟ । ମୁଖ୍ୟତଃ ଫାସୀ କାଠରେ ରଥ ଚକ ତିଆରି କରାଯାଇଥାଏ।

ଇତି ମଧ୍ଯରେ ରଥ ନିର୍ମାଣ ପାଇଁ କରତ କଳକୁ ୬୨ ଖଣ୍ତ କାଠ ଆସିଛି । ହେଲେ ଏଥିରେ ଫାସୀ କାଠ ନାହିଁ । କରତ କଳରେ ଫାସୀ କାଠ ପହଞ୍ଚି ନଥିବାରୁ ଚକ ନିର୍ମାଣ ପାଇଁ ପହି ଓ ଅର କଟା ନହେବା ପ୍ରାୟ ସ୍ଥିର । ସେହିଭଳି ବଡ଼ଦାଣ୍ତରେ ମଧ୍ଯ ଫାସୀ କାଠ ମହଜୁଦ୍ ନହେବାରୁ ଚକର ମଝି ଅଂଶ ତୁମ୍ବ ନିର୍ମାଣ ପାଇଁ ଚିନ୍ତା ବଢିଛି । ବୁଧବାର ଅପରାହ୍ନ ୧ଟାରେ ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯିବେ। ଖପୁରିଆସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ଉଦ୍ଦେଶ୍ୟରେ କାଠ ଚିରଟ ଅନୁକୂଳ କରାଯିବ । ଆଜି ସୁଦ୍ଧା କରତ କଳକୁ ଯାଇଥିବା କାଠ ବିଶେଷତଃ ଧଉରା ଓ ଅସନ । ହେଲେ ଚକ ପାଇଁ ଆବଶ୍ୟକ ଫାସୀ କାଠ । ଏଣୁ କରତ କଳରେ ଚକ ନିର୍ମାଣ କାର୍ଯ୍ୟ ନହୋଇ କେବଳ ବିଧି ପାଇଁ ଚିରଟ ଅନୁକୂଳ ହେବ ବୋଲି କୁହାଯାଉଛି ।

Also Read- Puri News: ବିବାହ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଏତେ କୋଟି