Puri: ଆଜିଠୁ ପଞ୍ଚାୟତରୁ ସହର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବ ‘ଜଗନ୍ନାଥ ରଥ’
Advertisement
Article Detail0/zeeodisha/odisha2044777

Puri: ଆଜିଠୁ ପଞ୍ଚାୟତରୁ ସହର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବ ‘ଜଗନ୍ନାଥ ରଥ’

Puri Parikrama Prakalpa: ଆସନ୍ତା ଜାନୁଆରୀ ୧୭ରେ ଉଦ୍ଦଘାଟନ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ । ସେପଟେ ଏହି ଉଦ୍ଦଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । 

ସୌ(ସୋସିଆଲ ମିଡିଆ)

Parikrama Prakalpa Inauguration Ceremony: ଆସନ୍ତା ଜାନୁଆରୀ ୧୭ରେ ଉଦ୍ଦଘାଟନ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ । ସେପଟେ ଏହି ଉଦ୍ଦଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ତେବେ ଏନେଇ ଆଜିଠୁ ୧୭ ତାରିଖ ଯାଏଁ ଗାଁରୁ ସହର ବୁଲିବ ‘ଜଗନ୍ନାଥ ରଥ’ । ଏହାସହ ଲୋକ ପ୍ରତିନିଧି ଓ ଅଧିକାରୀମାନେ ପ୍ରତି ଘରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟର ସବୁ ପଞ୍ଚାୟତର ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ନିଷ୍ପତି ହେବା ପରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଉଦ୍ଦଘାଟନୀ ଉତ୍ସବ ଅବସରରେ ସବୁ ଲୋକେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ବୁଲି ଏହି ଜଗନ୍ନାଥ ରଥ ସବୁ ଲୋକଙ୍କଠାରୁ ଗୁଆ ଓ ଚାଉଳ ଗ୍ରହଣ କରିବ। ଏହାପରେ ଏହି ଗୁଆ ଓ ଚାଉଳକୁ ମହାପ୍ରଭୁଙ୍କୁ ସମର୍ପଣ କରାଯିବ । ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ଅଟେ । ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପରେ ବେଶ ଉପକୃତ ହେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ। ୧୪୭ନିର୍ବାଚନୀ ମଣ୍ଡଳୀରୁ ୬ ଲକ୍ଷରୁ ଅଧିକ ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।

Also Read-Pragyapan Medha: ମିଳିଲା ଅନୁମତି, ୩ ବର୍ଷ ପରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡି଼ଶାର ପ୍ରଜ୍ଞାପନ ମେଢ଼

ପ୍ରକାଶ ଥାଉ କି, ପ୍ରତିଦିନ ୨୦ ହଜାର ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ ତାରିଖରୁ ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ଆରମ୍ଭ ହେଉଥିବ। ଏହାପରେ ୧୫ରୁ ଶ୍ରୀମନ୍ଦିର ଚାରି ଦ୍ବାରରେ ବେଦ ପାରାୟଣ ଓ ସଂକୀର୍ତ୍ତନ ଆରମ୍ଭ ହେବ । ପରେ ୧୭ରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଓ ଯଜ୍ଞ ପୂର୍ଣ୍ଣାହୂତି ହେବ । ଏହି ଉତ୍ସବରେ ଯୋଗ ଦେବା ଲାଗି ଦେଶର ୬୦ଟି ସ୍ଥାନରୁ ଆସିବେ ନିମନ୍ତ୍ରିତ ଅତିଥି । ଏହାଛଡ଼ା ରାଜ୍ୟ ଭିତର ୩୦ ଜିଲ୍ଲା ପ୍ରସିଦ୍ଧ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ନବକଳେବର ବେଳେ ଦାରୁ ମିଳିଥିବା ସ୍ଥାନରୁ ଅତିଥିମାନେ ଯୋଗଦେବେ । ଏନେଇ ପ୍ରତି ସ୍ଥାନରୁ ୨ ଜଣ ଲେଖାଏଁ ଆସିବାକୁ ନିମନ୍ତ୍ରଣ ଦିଆଯାଇଛି ।