Puri News:ମଙ୍ଗଳାଳତୀ ସମୟରେ ଠେଲାପେଲା, ହବିଷ୍ଯାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ
Advertisement

Puri News:ମଙ୍ଗଳାଳତୀ ସମୟରେ ଠେଲାପେଲା, ହବିଷ୍ଯାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ

Puri News: ଶ୍ରୀମନ୍ଦିରରେ ପୁଣି ଅଘଟଣ। ମଙ୍ଗଳାଳତୀ (mangala alati) ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇ ଏକାଧିକ ହବିଷ୍ଯାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।  ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ (Habisyali) କେନ୍ଦ୍ରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଶକ୍ତ ଆଘାତ ଲାଗିଛି । 

Puri News:ମଙ୍ଗଳାଳତୀ ସମୟରେ ଠେଲାପେଲା, ହବିଷ୍ଯାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ

Puri News: ଶ୍ରୀମନ୍ଦିରରେ ପୁଣି ଅଘଟଣ। ମଙ୍ଗଳାଳତୀ (mangala alati) ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇ ଏକାଧିକ ହବିଷ୍ଯାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।  ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ (Habisyali) କେନ୍ଦ୍ରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଶକ୍ତ ଆଘାତ ଲାଗିଛି । ଆହତ ମହିଳା ମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ଏଭଳି ଘଟଣା ଦର୍ଶନ ବ୍ଯବସ୍ଥାରେ ଅହେତୁକ ତୃଟି ଯୋଗୁଁ ଘଟିଥିବା ଅଭିଯୋଗ ହେଉଛି। 

Also Read: Anushka Sharma: ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେଲେ ବିରାଟ- ଅନୁଷ୍କା , ଦେଖନ୍ତୁ ଭିଡିଓ

ସୂଚନା ଅନୁସାରେ, ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ଯାଳୀ ମାନଙ୍କୁ ମଧ୍ୟ ଏକ କାଳିନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୋଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ହବିଷ୍ଯାଳୀ ଓ ଭକ୍ତ ମାନଙ୍କ କହିବା କଥା ହେଲା, ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ। ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି। କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ଯାଳୟରେ ରଖି ଥିଲେ। ସେଠାରେ ସେମାନଙ୍କୁ ଫ୍ଯାନ୍ ଓ ଏସି ଲଗାଇ ଶୋଇ ଦେଇଥିଲେ। ଓଆରଏସ ପାଣି ମଧ୍ୟ ପିଇବାକୁ ଦେଇଥିଲେ। ମାତ୍ର ଆହତ ମାନଙ୍କୁ ପର୍ଯ୍ଯାୟକ୍ରମେ ମେଡ଼ିକାଲ ପଠାଯାଉଛି। ତେବେ ଦର୍ଶନ ବ୍ଯବସ୍ଥାରେ ଗଭୀର ତୃଟି ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। 

ଗତକାଲି ମଧ୍ୟ ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କା ଥିଲା। ବୁଧବାର ମହାପ୍ରଭୁଙ୍କ ବନକଲାଗି ନିତି ପାଇଁ ନିତିକାନ୍ତି ବିଳମ୍ବ ହୋଇଥିଲା। ହଜାର ହଜାର ଭକ୍ତ ବ୍ଯାରିକେଡରେ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ସରକାରୀ ହବିଷ୍ଯାଳି ଶିବିର ମାନଙ୍କୁ ଟିକେ ବିଳମ୍ବରେ ହବିଷ୍ଯାଳୀଙ୍କୁ ଆସିବା ପାଇଁ ସୂଚନା ଦିଆଯାଇ ପାରିଥାନ୍ତା। ଫଳରେ ମନ୍ଦିରରେ ଗହଳି କମିଥିଲେ ଏହି ହବିଷ୍ଯାଳୀଙ୍କୁ ଅଣାଯାଇ ସୃଙ୍ଖଳିତ ଭାବେ ଦର୍ଶନ କରାଯାଇଥାନ୍ତା। କିନ୍ତୁ କିଛି ନିର୍ଦ୍ଦିଷ୍ଟ ପୋଲିସ ଅଧିକାରିଙ୍କ ମନମାନି ଯୋଗୁଁ ଶହଶହ ହବିଷ୍ଯାଳୀଙ୍କୁ ଆଣି ସିଂହଦ୍ଵାରରେ ଛଡା ଯାଇଥିଲା। ଫଳରେ ବେରିକେଡରେ ହଜାର ହଜାର ଭକ୍ତ ଓ ବେରିକେଡ ବାହାରେ ହଜାର ହଜାର ହବିଷ୍ଯାଳୀଙ୍କ ଭିଡ ଜମିଥିଲା। 

ହବିଷ୍ଯାଳୀ ମାନେ ଉପବାସ ଥିବାରୁ ପୋଲିସ କ୍ଯାମ୍ପ ନିକଟରେ ବସିଯାଇ ବହୁ ସମୟ ଧରି ଅପେକ୍ଷା କରିଥିଲେ। ସବୁଠାରୁ ବିଡମ୍ବନାର ବିଷୟ ଯେତେବେଳେ ଦର୍ଶନ ଆରମ୍ଭ ହୋଇଥିଲା ସେତେବେଳେ ଏକକାଳୀନ ଉଭୟ ସାଧାରଣ ଭକ୍ତ ଓ ହବିଷ୍ଯାଳୀଙ୍କୁ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସିଂହଦ୍ଵାର ଗୁମୁଟରେ ବି ଭକ୍ତମାନଙ୍କ ପ୍ରବେଶ ବେଶ୍ କଷ୍ଟ ଦାୟକ ହୋଇଥିଲା। ତେବେ ସୁରକ୍ଷା କର୍ମିଙ୍କ ମନମାନି ଯୋଗୁଁ ଆଜି ଠେଲାପେଲା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଆଶଙ୍କା କରାଯାଉଛି।