Puri News: ଆଜି ବସିବ ଛତିଶା ନିଯୋଗ ବୈଠକ, ନାଟମଣ୍ତପ ମରାମତି ନେଇ ହେବ ଆଲୋଚନା
Advertisement

Puri News: ଆଜି ବସିବ ଛତିଶା ନିଯୋଗ ବୈଠକ, ନାଟମଣ୍ତପ ମରାମତି ନେଇ ହେବ ଆଲୋଚନା

Chhatisa Nijog Meeting: ଆଜି ବସିବ ଛତିଶା ନିଯୋଗ ବୈଠକ । ପୁରୀ ବଡ଼ଦାଣ୍ତ ସ୍ଥିତ ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଅପରାହ୍ନ ୫ଟାରେ ଏହି ବୈଠକ ବସିବ ।

ସୂଚନା ଅନୁଯାୟୀ, ଆଜିର ଏହି ବୈଠକରେ ଶ୍ରୀମନ୍ଦିର ନାଟମଣ୍ତପ ମରାମତି ପ୍ରସଙ୍ଗରେ ଆଲୋଚନା ହେବ । ନାଟମଣ୍ତପ ମୁଖ୍ୟ ବିମ୍ ରେ ଥିବା ଫାଟର ମରାମତି କିପରି କରାଯିବ ସେନେଇ ଏହି ବୈଠକରେ ବିସ୍ତୃତ ଭାବେ ତର୍ଜମା କରାଯିବ । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ମଧ୍ଯରେ ହିଁ ଏହାର ମରାମତି ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ନାଟମଣ୍ତପର ମରାମତି ଶେଷ କରିବାକୁ ଏଏସଆଇ ଯୋଜନା କରିଛି ।

ମୁଖ୍ୟ ବିମ୍ ରେ ଫାଟ ଥିବାରୁ ମରାମତି ପାଇଁ ଭାରା ବନ୍ଧାଯିବା ସହ ମୁଖ୍ୟ ବିମକୁ ତଳୁ ସପୋର୍ଟ ଦିଆଯିବ । ଏଥିପାଇଁ ୪ଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଲଗାଯିବ । ଏହା ବ୍ୟତୀତ ନାଟମଣ୍ତପର ପକେଟ୍ ଗୁଡ଼ିକର ମଧ୍ୟ ମରାମତି ହେବ । ତେବେ ୱେଲଡ଼ିଙ୍ଗ ସମୟରେ ନିଆଁ ଝୁଲ ତଳେ ପଡ଼ିବାର ସମ୍ଭାବନା ଥିବାରୁ ସେହି ସମୟରେ ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା କିଭଳି ରହିବ ସେନେଇ ବୈଠକରେ ଆଲୋଚନା କରାଯିବ । ଏଥିରେ ଛତିଶା ନିଯୋଗ ସେବାୟତ, ପରିଚାଳନା କମିଟି ସଦସ୍ୟଙ୍କ ସହ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ ।

Also Read-9th National Human Rights Conclave: ଜାତୀୟ ପୁରସ୍କାର ପାଇଲେ ୨ ଓଡ଼ିଆ ଉଦ୍ୟୋଗୀ

Also Read- Odisha News: ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ, ଜଣେ ମହିଳା ସମେତ ୬ ଅଭିଯୁକ୍ତ ଗିରଫ