ବନବିଭାଗକୁ ଖୋଲା ଚ୍ୟାଲେଞ୍ଜ୍, ଶିମିଳିପାଳରେ ହେଉଥିଲା ଅଫିମ ଚାଷ
Advertisement

ବନବିଭାଗକୁ ଖୋଲା ଚ୍ୟାଲେଞ୍ଜ୍, ଶିମିଳିପାଳରେ ହେଉଥିଲା ଅଫିମ ଚାଷ

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଅଫିମ ଚାଷ ହୋଇଥିଲା । ଅଭୟାରଣ୍ୟର ବକୁଆ ଏବଂ କୁକୁରଭୁକା ଗାଁରେ କିଛି ଲୋକ ଅଫିମ ଚାଷ କରିଥିବା ଖବର ପୋଲିସ୍ ଓ ବନବିଭାଗ ନିକଟରେ ପହଞ୍ଚିବା ପରେ ଟିମ୍ ସେଠାରେ ପହଞ୍ଚିଥିଲା । ଅଫିମ କିଆରିକୁ ଦେଖି ତାଜୁବ୍ ହୋଇଥିଲେ ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧି ।

ବନବିଭାଗକୁ ଖୋଲା ଚ୍ୟାଲେଞ୍ଜ୍, ଶିମିଳିପାଳରେ ହେଉଥିଲା ଅଫିମ ଚାଷ

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଅଫିମ ଚାଷ ହୋଇଥିଲା । ଅଭୟାରଣ୍ୟର ବକୁଆ ଏବଂ କୁକୁରଭୁକା ଗାଁରେ କିଛି ଲୋକ ଅଫିମ ଚାଷ କରିଥିବା ଖବର ପୋଲିସ୍ ଓ ବନବିଭାଗ ନିକଟରେ ପହଞ୍ଚିବା ପରେ ଟିମ୍ ସେଠାରେ ପହଞ୍ଚିଥିଲା । ଅଫିମ କିଆରିକୁ ଦେଖି ତାଜୁବ୍ ହୋଇଥିଲେ ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧି ।

ଖବର ମୁତାବକ, ଅଫିମ ଚାଷ ବିଷୟରେ କୌଣସି ସୁତ୍ରରୁ ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା । ଏହାପରେ ପୋଲିସ ସମେତ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ୫ରୁ ୬ଲକ୍ଷ ସଂଖ୍ୟକ ଅଫିମ ଗଛକୁ ଉପାଡିବା ସହ ନଷ୍ଟ କରାଯାଇଛି । ତେବେ ଶିମିଳିପାଳରେ ଅଫିମ ଚାଷ ଖବର ପ୍ରଚାରିତ ହେବା ପରେ ଅନେକ ସ୍ଥାନରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏତେଦିନ ହେବ କିପରି ପ୍ରଶାସନ ଆଖି ଆଢୁଆଳରେ ଅଫିମ ଚାଷ ହେଉଥିଲା ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି କିଛି ସାଧାରଣ ଲୋକେ । କିଏ ଅଫିମ ଚାଷ କରୁଥିଲା ସେନେଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ଚାଷ କରୁଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Also Read- ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ

Also Read- ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ପିକଅପ୍‌ ଭ୍ୟାନ ଓଲଟି ୨୦ ଆହତ