Crime News: ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ
Advertisement

Crime News: ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

Crime News: ବିଶେଷ ସୁତ୍ରରୁ ଖବର ପାଇବା ପରେ କମିଶନରେଟ୍‌ ପୋଲିସ୍‌ ଏବଂ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଉଭୟେ ମିଳିତ ଭାବେ ଖଣ୍ଡଗିରି ଥାନା ଯଦୁପୁର ଗାଁର ଏକ ଘରେ ଚଢାଉ କରିଥିଲେ । ସେଠାରେ ବାଲେଶ୍ୱର ବସ୍ତାର ଜଣେ ଯୁବତୀ ଏବଂ ପୁରୀର ଜଣେ ଯୁବତୀ ଘର ଭଡା ନେଇ ରହୁଥିଲେ । ଦୁହେଁ ମିଳିମିଶି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କଠାରୁ ବ୍ରାଉନସୁଗାର କିଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଚାଛପା ବ୍ୟବସାୟ କରୁଥିଲେ । 

Crime News: ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

Crime News: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ୨ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୨୬୫ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ ଜବତ କରାଯାଇଛି । ଯାହାର ଦାମ ପାଖାପାଖି ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏଥିସହ ୩ଟି ମୋବାଇଲ୍ ଏବଂ ଗୋଟିଏ ଲାପଟପ ମଧ୍ୟ ଜବତ ହୋଇଛି ।

ସୂଚନା ମୁତାବକ, ବିଶେଷ ସୁତ୍ରରୁ ଖବର ପାଇବା ପରେ କମିଶନରେଟ୍‌ ପୋଲିସ୍‌ ଏବଂ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଉଭୟେ ମିଳିତ ଭାବେ ଖଣ୍ଡଗିରି ଥାନା ଯଦୁପୁର ଗାଁର ଏକ ଘରେ ଚଢାଉ କରିଥିଲେ । ସେଠାରେ ବାଲେଶ୍ୱର ବସ୍ତାର ଜଣେ ଯୁବତୀ ଏବଂ ପୁରୀର ଜଣେ ଯୁବତୀ ଘର ଭଡା ନେଇ ରହୁଥିଲେ । ଦୁହେଁ ମିଳିମିଶି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କଠାରୁ ବ୍ରାଉନସୁଗାର କିଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଚାଛପା ବ୍ୟବସାୟ କରୁଥିଲେ । ଏଥିସହିତ ଦୁଇ ଯୁବତୀ ନିଜେ ମଧ୍ୟ ବ୍ରାଉନସୁଗାରକୁ ନିଶା ଭାବେ ନେଉଥିଲେ । ଦୀର୍ଘ ଦିନ ଧରି ଏପରି ବ୍ୟବସାୟ ଚଳାଇ ମାଲେମାଲ୍ ହେଉଥିଲେ ଉଭୟେ । ପୋଲିସ୍ ଉଭୟଙ୍କୁ ଗିରଫ କରି ପଚରା ଉଚରା କରିବା ସମୟରେ ଜଣାପଡିଛି ଯେ, ଉଭୟେ ଉଚ୍ଚ ଶିକ୍ଷିତା ଏବଂ ଏକ ଘରୋଇ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ ।

Also Read- ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ

Also Read- Jajpur News: ଟ୍ରକ୍-ବାଇକ୍ ଧକ୍କା, ୩ଜଣଙ୍କ ମୃତ୍ୟୁ