Odisha Sex racket: ବାହାରେ SHG ବୋର୍ଡ଼, ଭିତରେ ସେକ୍ସ ରାକେଟ୍
Advertisement
Article Detail0/zeeodisha/odisha1792228

Odisha Sex racket: ବାହାରେ SHG ବୋର୍ଡ଼, ଭିତରେ ସେକ୍ସ ରାକେଟ୍

Sex racket:  ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ପଞ୍ଚପଡା ସ୍ଥିତ ଏକ ହୋଟେଲରେ ଚଢାଉ କରି ପୋଲିସ ଏହି ସେକ୍ସ ରାକେଟ ଠାବ କରିଛି । ଏଥିରେ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ୧୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ସୌ(ସୋସିଆଲ ମିଡିଆ)

Odisha Sex racket: ହୋଟେଲ ଚାଲିଥିଲା ଚାଲିଥିଲା ସେକ୍ସ ରାକେଟ୍ (Sex racket) । ତାହା ପୁଣି ବାହାରେ ଏସଏଚଜି (SHG) କେନ୍ଦ୍ର ବୋର୍ଡ଼ ହୋଟେଲ (Hotel) ଭିତରେ ଚାଲିଥିଲା ଦେହ ବ୍ୟବସାୟ (Sex racket) । ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ପଞ୍ଚପଡା ସ୍ଥିତ ଏକ ହୋଟେଲରେ ଚଢାଉ କରି ପୋଲିସ ଏହି ସେକ୍ସ ରାକେଟ ଠାବ କରିଛି । ଏଥିରେ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ୧୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଝାରସୁଗୁଡା (Jharsuguda) ଜିଲ୍ଲା ପଞ୍ଚପଡାରେ (Panchapada) ଥିବା ଶିବ ଶକ୍ତି ହୋଟେଲରେ ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡା ପୋଲିସ (Jharsuguda Police) ଚଢ଼ାଉ କରି ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଛି । ଏହା ସହ ହୋଟେଲରୁ ୧୩ ଜଣ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ପଞ୍ଚପଡା ରାସ୍ତା କଡ଼ରେ ଥିବା ଏହି ହୋଟେଲରେ ସେକ୍ସ ରାକେଟ୍ (Sex racket) ଚାଲିଥିବା ନେଇ ପ୍ରଥମେ ପୋଲିସକୁ ଖବର ମିଳିଥିଲା । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଏସପିଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡା ଟାଉନ ଥାନା ପୋଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶରେ ଏହି ଟିମକୁ ସେକ୍ସ ରାକେଟର ପର୍ଦ୍ଦାଫାର୍ଶ ନେଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Also Read-ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ

Also Read-Job Vacancy: ବାୟୁସେନାରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, +2 ପାସ୍ କରିପାରିବେ ଆବେଦନ

ଏସଏଚଜି (SHG) କେନ୍ଦ୍ରର ବୋର୍ଡ଼ ଲଗାଯାଇଥିବା ଏହି ହୋଟଲରେ ଦେହଜୀବୀମାନେ ପୂର୍ବରୁ ରାତ୍ରି ରହଣି କରିଥିଲେ । ରାତି ବଢିବା ସହ ହୋଟେଲରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସୁଯୋଗ ଦେଖି ପୋଲିସର ଏହି ସ୍ୱତନ୍ତ୍ର ଟିମ୍ ହୋଟଲେ ଉପରେ ଚଢ଼ାଉ କରିଥିଲା । ହୋଟେଲର ପ୍ରତ୍ୟେକ ରୁମକୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ  । ଯାଞ୍ଚ ସମୟରେ ପ୍ରତ୍ୟେକ ରୁମରେ ଆପତ୍ତିଜନକ ଅବସ୍ଥାରେ ଗ୍ରାହକ ଓ ଦେହଜୀବୀଙ୍କୁ କାବୁ କରିଯାଇଥିଲା । ଏହା ସହ ସମସ୍ତ ହୋଟଲର ସମସ୍ତ କୋଠରୀରୁ କଣ୍ଡୋମ, ଶରୀର ଉତ୍ତେଜକ ବଟିକା ଭଳି ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି  । ଏହି ଘଟଣା ପରେ ପୋଲିସ ହୋଟେଲ ମାଲିକ ପ୍ରେମାନନ୍ଦ ପଟେଲ ଓ ରାଣୀ ମହୁମାଛି ତପସ୍ୱିନୀ ମହାନନ୍ଦଙ୍କୁ ଗିରଫ କରିଛି । ଉଭୟେ ଝାରସୁଗୁଡାର ବୋଲି ସୂଚନା ମିଳିଛି । ହୋଟଲକୁ ଆସୁଥିବା ଗ୍ରାହକ ମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି । ଉଦ୍ଧାର ଦେହଜୀବୀ ମାନେ ରାଜ୍ୟ ବାହାରର ହୋଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ କେବେଠାରୁ ଏଠାରେ ସେକ୍ସ ରାକେଟ୍ ଚାଲିଥିଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Also Read-Odisha Train Accident: ରାଜ୍ୟରେ ଥମୁନି ଟ୍ରେନ୍ ଦୁର୍ଘଟଣା, ସୋର ଷ୍ଟେସନରେ ଟ୍ରେନରୁ ଅଲଗା ହେଲା ବଗି

Also Read-Hirakud Dam: ଆଜି ଖୋଲିଲା ହୀରାକୁଦର ଏତିକି ଗେଟ୍, ମହାନଦୀ ମଧ୍ୟକୁ ନ ଯିବାକୁ ବାରଣ