Advocate General: ପୀତାମ୍ବର ଆଚାର୍ଯ୍ୟ ହେବେ ନୂଆ ଆଡ଼ଭୋକେଟ ଜେନେରାଲ
Advertisement
Article Detail0/zeeodisha/odisha2343773

Advocate General: ପୀତାମ୍ବର ଆଚାର୍ଯ୍ୟ ହେବେ ନୂଆ ଆଡ଼ଭୋକେଟ ଜେନେରାଲ

ଭୁବନେଶ୍ୱର: ବରିଷ୍ଠ ଅଧିବକ୍ତା ତଥା ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ହେବେ ରାଜ୍ୟର ପରବର୍ତ୍ତୀ ଆଡଭୋକେଟ ଜେନେରାଲ। ରାଜ୍ୟ ଆଇନ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିଲେ ମଧ୍ୟ ପୂର୍ବତନ ଆଭୋକେଟ୍‍ ଜେନେରାଲ୍‍ ଅଶୋକ ପରିଜା ଆକସ୍ମିକ ଭାବେ ଏହି ପଦବୀରୁ ଇସ୍ତଫା ଦେଇଥିବେରୁ ଏ ପଦବୀ ଅନେ

Advocate General: ପୀତାମ୍ବର ଆଚାର୍ଯ୍ୟ ହେବେ ନୂଆ ଆଡ଼ଭୋକେଟ ଜେନେରାଲ

Advocate General: ଭୁବନେଶ୍ୱର: ବରିଷ୍ଠ ଅଧିବକ୍ତା ତଥା ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ହେବେ ରାଜ୍ୟର ପରବର୍ତ୍ତୀ ଆଡଭୋକେଟ ଜେନେରାଲ। ରାଜ୍ୟ ଆଇନ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିଲେ ମଧ୍ୟ ପୂର୍ବତନ ଆଭୋକେଟ୍‍ ଜେନେରାଲ୍‍ ଅଶୋକ ପରିଜା ଆକସ୍ମିକ ଭାବେ ଏହି ପଦବୀରୁ ଇସ୍ତଫା ଦେଇଥିବେରୁ ଏ ପଦବୀ ଅନେକ ଦିନ ହେଲା ଖାଲି ପଡ଼ିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ମାମଲାକୁ କୋର୍ଟରେ ପରିଚାଳନା କରିବା ଲାଗି ଏହି ପଦବୀରେ ନିଯୁକ୍ତି ଅତ୍ୟାବଶ୍ୟକ ହୋଇଥାଏ। 

ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍‍ ଜେନେରାଲ୍‍ ଭାବେ ନିଯୁକ୍ତ କରାଯାଇଛି। ତାଙ୍କର ଏହି ନିଯୁକ୍ତି ତତ୍‍କ୍ଷଣାତ ହୋଇଛି। ଅର୍ଥାତ୍‍ ସେ ଯେତେବଳେ ଚାହିଁବେ କାର୍ଯ୍ୟଭାର ଗ୍ରହଣ କରିପାରିବେ।