“ଆମର ଶିଶୁ ଆମର ଦାୟିତ୍ଵ” ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଏକ ଅଭନବ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha1814637

“ଆମର ଶିଶୁ ଆମର ଦାୟିତ୍ଵ” ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଏକ ଅଭନବ କାର୍ଯ୍ୟକ୍ରମ

Child Awareness Programme: ପିରାମଳ ଫାଉଣ୍ଡେସନ ଓ ଆଙ୍ଗନ ଟ୍ରଷ୍ଟର ମିଳିତ ସହଯୋଗରେ “ଆମର ଶିଶୁ ଆମର ଦାୟିତ୍ଵ” କାର୍ଯ୍ୟକ୍ରମର ତାଲିମ ଶିବିର ଆୟୋଜିତ ହୋଇଯାଇଛି । 

“ଆମର ଶିଶୁ ଆମର ଦାୟିତ୍ଵ” ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଏକ ଅଭନବ କାର୍ଯ୍ୟକ୍ରମ

Child Awareness Programme: ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପିରାମଳ ଫାଉଣ୍ଡେସନ ଓ ଆଙ୍ଗନ ଟ୍ରଷ୍ଟର ମିଳିତ ସହଯୋଗରେ “ଆମର ଶିଶୁ ଆମର ଦାୟିତ୍ଵ” କାର୍ଯ୍ୟକ୍ରମର ତାଲିମ ଶିବିର (Training camp) ଆୟୋଜିତ ହୋଇ ଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଶିକ୍ଷକ ମାନଙ୍କୁ ଉଶ୍ଚାହିତ କରିବା ସହିତ ଶିଶୁ ସୁରକ୍ଷା ଦିଗରେ ଶିକ୍ଷକଙ୍କ ଗୁରୁତ୍ଵ ଭୂମିକା ରହିଥିବା କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟରେ ଥିବା ସୁରକ୍ଷା କମିଟିକୁ କାର୍ଯ୍ୟକାରୀ କରିବା ସହିତ କମିଟି ସଦସ୍ୟଙ୍କୁ ସେମାନଙ୍କ ଦାୟିତ୍ଵ ଓ ଭୂମିକା ବିଷୟରେ ସଚେତନ କରି ବିଦ୍ୟାଳୟ ସ୍ତରରେ ଏକ ଶିଶୁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ଶିକ୍ଷକଙ୍କ ଭୂମିକା ବିଷୟରେ ଆଲୋଚନା କରଯାଇଥିଲା । ବିଦ୍ୟାଳୟକୁ ଅନିୟମିତ ଆସୁଥିବା ଶିଶୁ, ଅଧାରୁ ପାଠ ଛାଡିଥିବା ଶିଶୁ, ବିଦ୍ୟାଳୟରେ ନାମ ଲେଖେଇନଥିବା ଶିଶୁ, ବିପଦପୂର୍ଣ ପରିବେଶରେ ଥିବା ଶିଶୁ ଆଦିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଦ୍ୟାଳୟରେ ନିୟମିତ କରେଇବା ସହିତ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ତଥା ନିୟମିତ ମାସିକ ବୈଠକ କରିବା, କମିଟିର ସଦସ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ (Allocation of Liability) କରିବା ଆଦି ବିଷୟରେ ଆଙ୍ଗନ ଟ୍ରଷ୍ଟର ସମତା ଉପାଧ୍ୟାୟ ଓ ସର୍ବେଶ୍ଵର ସାହୁ ଆଲୋଚନା କରିଥିଲେ ।

ପିରାମଲ ଫାଉଣ୍ଡେସନର ସୁଦେଷ୍ଣା ମୁଖାର୍ଜୀ, ଉଦିତ ପ୍ରକାଶ ତାଲିମ ପରିଚାଳନରେ ସହଯୋଗ କରିବା ସହିତ ବିଦ୍ୟାଳୟରେ ଶିଶୁ ସୁରକ୍ଷା (Child protection) ନିମନ୍ତେ ଶିକ୍ଷକ ମାନେ ମୁଖ୍ୟ ପୁରୋଧା ବୋଲି କହିଥିଲେ । ସେହିଭଳି ଅନୁରୂପ କାର୍ଯ୍ୟକ୍ରମ ଟିକାବାଲି ଅନ୍ତର୍ଗତ DIET ଠାରେ ମଧ୍ୟ ଆୟୋଜନ କରାଯାଇଥିଲା । ଆଙ୍ଗନ ଟ୍ରଷ୍ଟର ଅଙ୍କିତ ମୋକବନ, ବରୁଣ ଓଟାରି ଓ ପିରାମଲ ଫାଉଣ୍ଡେସନର ଗୋମତୀ ଶଙ୍କର କୃଷ୍ଣାନ, ଦେବାଶିଷ ଘୋଷ ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଫିରିଙ୍ଗିଆ, ଖଜୁରୀପଡା, ଟିକାବାଲି, ଉଦୟଗିରି ଓ ଚକାପାଦ ବ୍ଲକର ୭୦ ଜଣ ସିଆରସିସି ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।

Also Read- Second Marriage: ୯୫ ବର୍ଷ ବୟସରେ ଦ୍ୱିତୀୟ ବିବାହ ପାଇଁ ମନ! ପିତାଙ୍କ ଇଚ୍ଛା ପୂରଣ କଲା ପୁଅ