ବେଦାନ୍ତ ପକ୍ଷରୁ 'ପ୍ରକଳ୍ପ ପଞ୍ଚି'ର ତୃତୀୟ ପର୍ଯ୍ୟାୟ ଆରମ୍ଭ, ନିଯୁକ୍ତି ପାଇଁ ମିଳିଲା ଅଫର ଲେଟର
Advertisement
Article Detail0/zeeodisha/odisha2056892

ବେଦାନ୍ତ ପକ୍ଷରୁ 'ପ୍ରକଳ୍ପ ପଞ୍ଚି'ର ତୃତୀୟ ପର୍ଯ୍ୟାୟ ଆରମ୍ଭ, ନିଯୁକ୍ତି ପାଇଁ ମିଳିଲା ଅଫର ଲେଟର

ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ମାଧ୍ୟମରେ ୪୫ ଜଣ ଯୁବତୀଙ୍କୁ ନିଯୁକ୍ତି ପାଇଁ ଚିହ୍ନଟ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁନୀତା କିଷାନ ଓ ଜିଲ୍ଲା ନିଯୁକ୍ତି ବିନିମୟ ଅଧିକାରୀ ସଙ୍ଗୀତା ମେହେର ଯୁବତୀମାନଙ୍କୁ ଚାକିରି ପାଇଁ ଅଫର ଲେଟର ପ୍ରଦାନ କରିଥିଲେ ।

ବେଦାନ୍ତ ପକ୍ଷରୁ 'ପ୍ରକଳ୍ପ ପଞ୍ଚି'ର ତୃତୀୟ ପର୍ଯ୍ୟାୟ ଆରମ୍ଭ, ନିଯୁକ୍ତି ପାଇଁ ମିଳିଲା ଅଫର ଲେଟର

ଝାରସୁଗୁଡ଼ା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡ଼ାଠାରେ ନିଜର 'ପ୍ରକଳ୍ପ ପଞ୍ଛି'ର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛି। ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ମାଧ୍ୟମରେ ୪୫ ଜଣ ଯୁବତୀଙ୍କୁ ନିଯୁକ୍ତି ପାଇଁ ଚିହ୍ନଟ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁନୀତା କିଷାନ ଓ ଜିଲ୍ଲା ନିଯୁକ୍ତି ବିନିମୟ ଅଧିକାରୀ ସଙ୍ଗୀତା ମେହେର ଯୁବତୀମାନଙ୍କୁ ଚାକିରି ପାଇଁ ଅଫର ଲେଟର ପ୍ରଦାନ କରିଥିଲେ । ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଦୀପାଲି ଦାସ ଓ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଦିପାଲି ଦାସ କହିଛନ୍ତି, ମହିଳାମାନେ ସଫଳତାର ନୂଆ ଉଚ୍ଚତାରେ ପହଞ୍ଚିବାରେ ସକ୍ଷମ, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ହାସଲ କରିବାକୁ ସୌଭାଗ୍ୟବାନ ନୁହଁନ୍ତି। ମୁଁ 'ପ୍ରକଳ୍ପ ପଞ୍ଛି' ଭଳି କାର୍ଯ୍ୟକ୍ରମ ଆଣିଥିବାରୁ ବେଦାନ୍ତକୁ ପ୍ରଶଂସା କରୁଛି ଏବଂ ଭବିଷ୍ୟତରେ ଏଭଳି ଅଧିକ ପଦକ୍ଷେପ ଆରମ୍ଭ କରିବାକୁ ଅନୁରୋଧ କରୁଛି । ବେଦାନ୍ତ ପରି ଶିଳ୍ପ ସଂସ୍ଥା ଥିବାରୁ ଝାରସୁଗୁଡା ଭାଗ୍ୟବାନ ଓ ଏହି କମ୍ପାନି  ବେଦାନ୍ତ ସର୍ବଦା ନିଜର କର୍ପୋରେଟ୍ ଦାୟିତ୍ବବଦ୍ଧତା ପ୍ରତି ସଚେତନ ରହି କାମ କରିଚାଲିଛି ।

ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବେଦାନ୍ତ ଆଲୁମିନିୟମର ଏହି ଚମତ୍କାର ପଦକ୍ଷେପ ପାଇଁ ମୁଁ ତାକୁ ପ୍ରଶଂସା କରୁଛି, ଯାହା କି ଯୁବତୀମାନଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏଭଳି ବିକାଶମୂଳକ ପଦକ୍ଷେପ ପାଇଁ ସର୍ବଦା ସହଯୋଗ କରିବ। ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ମହିଳା ସଶକ୍ତୀକରଣ ପାଇଁ ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାର ଉଦାହରଣ ହେଉଛି ପ୍ରକଳ୍ପ ପଞ୍ଛି । ଆମ ଅଧ୍ୟକ୍ଷଙ୍କ ଦୂରଦୃଷ୍ଟି କେବଳ ଏହି ଯୁବତୀମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତର ପ୍ରତିଶ୍ରୁତି ଦେଇନାହିଁ, ବରଂ ଆମ ଚାରିପାଖରେ ଥିବା ସମ୍ପ୍ରଦାୟଗୁଡ଼ିକରେ ସକାରାତ୍ମକ ପରିବର୍ତ୍ତନର ଏକ ତରଙ୍ଗ ପ୍ରଭାବ ମଧ୍ୟ ସୃଷ୍ଟି କରୁଛି।

ବେଦାନ୍ତ ଆଲୁମିନିୟମର ସିଏଚ୍ଓ ଦିଲୀପ ସିହ୍ନା କହିଛନ୍ତି, ବେଦାନ୍ତରେ ଆମେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ଗୁରୁତ୍ୱକୁ ସ୍ୱୀକାର କରୁଛୁ ଏବଂ ପ୍ରକଳ୍ପ ପଞ୍ଛି ପ୍ରତିଭା, ବିବିଧତା ଏବଂ ସମାନତା ବିକାଶ ପାଇଁ ଆମର ପ୍ରତିବଦ୍ଧତା ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଛି। ଏହି ଯୁବତୀମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ରେ ବିନିଯୋଗ କରି ଆମେ ସେମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଗୁଡ଼ିକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛୁ, ଯଦ୍ବାରା ସେମାନଙ୍କ ପାଇଁ ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଦ୍ୱାର ଖୋଲିପାରିବ । ଏହି ନିଯୁକ୍ତି ଅଭିଯାନରେ ସାମିଲ ହୋଇଥିବା ଅନ୍ୟତମ ଝିଅ ଅଲିଭା ପଟେଲ କହିଛନ୍ତି, "ମୋ ମା' ମୋତେ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିଥିଲେ କାରଣ ସେ ନିଜେ ଏହା କରିପାରିନଥିଲେ। ଏହି ପ୍ରକଳ୍ପ ଆରମ୍ଭ କରିଥିବାରୁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ଏବଂ ଯଦ୍ବାରା ଆମ ଭଳି ଝିଅମାନଙ୍କୁ ଗୁଣାତ୍ମକ ଶିକ୍ଷା ହାସଲ କରିବାରେ ଓ ନିଯୁକ୍ତି ମିଳିବାରେ ସହାୟତା ମିଳୁଛି । ଆମର ବଡ଼ ବଡ଼ ସ୍ୱପ୍ନ ଅଛି ଏବଂ ବେଦାନ୍ତ ଆମକୁ ଏହାକୁ ସାକାର କରିବାରେ ସାହାଯ୍ୟ କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଦୂରଦର୍ଶୀ ନେତୃତ୍ୱରେ ପରିକଳ୍ପିତ ବେଦାନ୍ତର ଅଭିନବ କର୍ପୋରେଟ୍ ନିଯୁକ୍ତି ଅଭିଯାନ ହେଉଛି 'ପ୍ରକଳ୍ପ ପଞ୍ଛି'। ସମଗ୍ର ଭାରତରେ ଧାତୁ, ଖଣି, ତୈଳ ଓ ଗ୍ୟାସ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ସମ୍ପ୍ରଦାୟର ୧୦ ଝିଅଙ୍କୁ ନିଯୁକ୍ତି ଦେବା ଏହାର ଲକ୍ଷ୍ୟ।

Also Read- Crime News: ବାଇକରେ ଆସିଲେ ଛୁଆ ମୁଣ୍ଡରେ ବନ୍ଧୁକ ରଖି ମାଆଠୁ ଲୁଟିଲେ

Also Read- ବନ୍ଦେ ଭାରତରେ ବାସି ଖାଦ୍ୟ, ଯାତ୍ରୀ ସେୟାର କଲେ ଚିତ୍ର, IRCTC ଦେଲା ଉତ୍ତର