Odisha Yatri Aap: ସରକାର ଆରମ୍ଭ କରିବେ ଆପ୍‍ ଭିତ୍ତିକ କ୍ୟାବ୍‍ ସେବା, ଖୁବ୍‍ଶୀଘ୍ର ବଜାରକୁ ଆସିବ ମୋବାଇଲ୍‍ ଆପ୍‍ ‘ଓଡ଼ିଶା ଯାତ୍ରୀ’
Advertisement
Article Detail0/zeeodisha/odisha2488423

Odisha Yatri Aap: ସରକାର ଆରମ୍ଭ କରିବେ ଆପ୍‍ ଭିତ୍ତିକ କ୍ୟାବ୍‍ ସେବା, ଖୁବ୍‍ଶୀଘ୍ର ବଜାରକୁ ଆସିବ ମୋବାଇଲ୍‍ ଆପ୍‍ ‘ଓଡ଼ିଶା ଯାତ୍ରୀ’

Odisha Yatri: ସୂଚନା ଅନୁସାରେ ଏହି ମୋବାଇଲ୍‍ ଆପ୍‍ ବର୍ତ୍ତମାନ ବିକଶିତ ଅବସ୍ଥାରେ ରହିଛି। ୪୦୦୦ ରୁ ଅଧିକ ଡ୍ରାଇଭର ଏଥିରେ ଏବେ ନିଜର ନାମାଙ୍କନ ଅର୍ଥାତ୍‍ ସାଇନ୍ ଅପ୍ କରିସାରିଛନ୍ତି, ଡ୍ରାଇଭର ଯ଼ୁନିଅନ୍ ଏବଂ ଆସୋସିଏସନଗୁଡିକର ଦୃଢ ସମର୍ଥନ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଡ୍ରାଇଭରମାନେ ଏକ ସରଳ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପରେ ବିନା ମୂଲ୍ୟରେ ‘ଓଡ଼ିଶା ଯାତ୍ରୀ’ ପ୍ଲାଟଫର୍ମରେ ଯୋଗ ଦେଇପାରିବେ।

Odisha Yatri Ride Booking App

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍‍ ଶୀଘ୍ର ମୋବାଇଲ୍‍ ଆପ୍‍ ଭିତ୍ତିକ କ୍ୟାବ୍‍ ସେବାକୁ ପ୍ରୋତ୍ସାହନ ଦେବା ଲାଗି ଏକ ମୋବାଇଲ୍‍ ଆପ୍‍ଲିକେସନ୍‍ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାଧନ କରିବାରେ ମାଧ୍ୟମ ହେବ ବୋଲି ପରିବହନ ବିଭାଗ ଆଶା ରଖିଛି। ଏହି ଆପ୍ଲିକେସନ୍‍ ମାଧ୍ୟମରେ ଜଣେ ଯାତ୍ରୀ ଅଣ-ଏସି ଏବଂ ଏସି ମିନି କ୍ୟାବ, ସେଡାନ, ଏକ୍ସଏଲ କ୍ୟାବ ପରି ସେବାକୁ ବୁକିଂ କରି ଆନ୍ତଃ-ସହର ଯାତ୍ରା କରିପାରିବେ। ଏଥିରେ  ଭଡ଼ା ଏବଂ ସେବା ପୂର୍ବ ନିର୍ଦ୍ଧାରିତ ହେବ।  ଏହି ଆପ୍ ଭିନ୍ନକ୍ଷମ-ଅନୁକୂଳ ଯାନ, ପୋଷା ପ୍ରାଣୀ-ଅନୁକୂଳ ଯାତ୍ରା ଏବଂ ଅତିରିକ୍ତ ଲଗେଜ୍ ପରି ସ୍ୱତନ୍ତ୍ର ଆବଶ୍ୟକତାକୁ ମଧ୍ୟ ସ୍ଥାନିତ କରିବ, ଯାହା ଏହାକୁ ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତ କରିପାରିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।  ଜାନୁଆରୀ ମାସରେରେ ହେବାକୁ ଥିବା "ପ୍ରବାସୀ ଭାରତୀୟ ଦିବସ" ଅବସରରେ ଏହି ଆପ୍‍ର ଉଦ୍‍ଘାଟନ ହେବା ସମ୍ଭାବନା ରହିଛି। 

ସୂଚନା ଅନୁସାରେ ଏହି ମୋବାଇଲ୍‍ ଆପ୍‍ ବର୍ତ୍ତମାନ ବିକଶିତ ଅବସ୍ଥାରେ ରହିଛି। ୪୦୦୦ ରୁ ଅଧିକ ଡ୍ରାଇଭର ଏଥିରେ ଏବେ ନିଜର ନାମାଙ୍କନ ଅର୍ଥାତ୍‍ ସାଇନ୍ ଅପ୍ କରିସାରିଛନ୍ତି, ଡ୍ରାଇଭର ଯ଼ୁନିଅନ୍ ଏବଂ ଆସୋସିଏସନଗୁଡିକର ଦୃଢ ସମର୍ଥନ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଡ୍ରାଇଭରମାନେ ଏକ ସରଳ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପରେ ବିନା ମୂଲ୍ୟରେ ‘ଓଡ଼ିଶା ଯାତ୍ରୀ’ ପ୍ଲାଟଫର୍ମରେ ଯୋଗ ଦେଇପାରିବେ।

ମିଳିଥିବା ସୂଚନା ଅନୁସାରେ, ‘ଓଡିଶା ଯାତ୍ରୀ’ ଏକ ଶୂନ କମିଶନ ଭିତ୍ତିକ ଆପ୍‍ । ମଧ୍ୟସ୍ଥିମାନଙ୍କୁ ହଟାଇବା ଏବଂ ସମସ୍ତ କାରବାର ପାଇଁ ନୋ-କମିଶନ ଆଧାରରେ ନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ। ଏହି ଢାଞ୍ଚା ଡ୍ରାଇଭରମାନଙ୍କୁ ପ୍ରତ୍ୟକ୍ଷ ଦେୟ ପ୍ରଦାନ, ସ୍ୱଚ୍ଛତା ବୃଦ୍ଧି ଏବଂ ସେମାନଙ୍କ ପାଇଁ ଆୟରେ ଉଲ୍ଲେଖନୀୟ ବୃଦ୍ଧି ସୁନିଶ୍ଚିତ କରିଥାଏ। ଗ୍ରାହକମାନଙ୍କ ପାଇଁ,   ସୁଲଭ ମୂଲ୍ୟ ପ୍ରଦାନ କରିବା  ସହିତ ଡ୍ରାଇଭରଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ ଏହାର ଲକ୍ଷ୍ୟ।  ଖାଲି ସେତିକି ନୁହେଁ ଏଥିରେ ଓଡ଼ିଶା ପୁଲିସର ଯୋଗଦାନ ମଧ୍ୟ ରହିଛି। ଫଳରେ ଗ୍ରାହକ ଓ ଡ୍ରାଇଭରଙ୍କ ସୁରକ୍ଷାକୁ ବି ଏହି ଆପ୍‍ରେ ଧ୍ୟାନ ଦିଆଯାଇଛି।  

ଆଗକୁ ‘ଓଡ଼ିଶା ଯାତ୍ରୀ’ ମେବାଇଲ୍‍ ଆପ୍‍ରେ  ପର୍ଯ୍ଯଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନର ପ୍ରବେଶ ଟିକେଟ ବ୍ୟବସ୍ଥା ପାଇଁ ମଧ୍ୟ ସୁଯୋଗ ରହିବ। ଏହାସହ ସହରର ବିଭିନ୍ନ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ବାବଦରେ ମଧ୍ୟ ଏଠାରେ ସୂଚନା ରହିବ।  ଫଳରେ ପର୍ଯ୍ୟଟନ ବିକାଶାର ଲକ୍ଷ୍ୟ ମଧ୍ୟ ଏଠାରେ ହାସଲ କରାଯାଇପାରିବ।