Rain in Odisha: ଆସନ୍ତାକାଲି ଗଞ୍ଜାମ, ଗଜପତି , ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି। କୋରାପୁଟ , ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ନଭେମ୍ବର ୧୩ ତାରିଖରେ ପାଗ ଶୁଖିଲା ରହିବ। ୧୫ ତାରିଖ ରାତିରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Trending Photos
Rain in Odisha: ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଉପକୂଳ ଓଡିଶା ସମେତ ମୟୁରଭଞ୍ଜ(Mayurbhanj) , କେନ୍ଦୁଝର(Keonjhar)ରେ ବର୍ଷା ହୋଇପାରେ। ଆସନ୍ତାକାଲି ଗଞ୍ଜାମ, ଗଜପତି , ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି। କୋରାପୁଟ , ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ନଭେମ୍ବର ୧୩ ତାରିଖରେ ପାଗ ଶୁଖିଲା ରହିବ। ୧୫ ତାରିଖ ରାତିରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
#MinimumTemperature Forecast pic.twitter.com/Qn4f8EQdge
— Meteorological Centre, Bhubaneswar (@mcbbsr) November 11, 2024