Odisha Weather: ରାଜ୍ୟକୁ ଆଉ ନାହିଁ ବର୍ଷାର ଭୟ, ଫେରିଯିବ ମୌସୁମୀ
Advertisement
Article Detail0/zeeodisha/odisha1906897

Odisha Weather: ରାଜ୍ୟକୁ ଆଉ ନାହିଁ ବର୍ଷାର ଭୟ, ଫେରିଯିବ ମୌସୁମୀ

Odisha Weather: ଓଡ଼ିଶାକୁ ଆଉ ନାହିଁ ବର୍ଷାର ଭୟ। ଆଜିଠାରୁ ରାଜ୍ୟରେ ମୌସୁମୀ ପ୍ରଭାବ କମ୍ ହେବ, ଧିରେ ଧିରେ ଫେରିଯିବ ମୌସୁମୀ। ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସି ଶିଘ୍ର  ଫେରିଯିଥିବା ଦେଖିବାକୁ ମିଳିଛି।ରାଜ୍ୟରୁ ମୌମୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Bhubaneswar Meteorological Centre)ଅନୁମାନ କରାଯାଉଛି।

Odisha Weather: ରାଜ୍ୟକୁ ଆଉ ନାହିଁ ବର୍ଷାର ଭୟ, ଫେରିଯିବ ମୌସୁମୀ

Odisha Weather: ଓଡ଼ିଶାକୁ ଆଉ ନାହିଁ ବର୍ଷାର ଭୟ। ଆଜିଠାରୁ ରାଜ୍ୟରେ ମୌସୁମୀ ପ୍ରଭାବ କମ୍ ହେବ, ଧିରେ ଧିରେ ଫେରିଯିବ ମୌସୁମୀ। ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସି ଶିଘ୍ର  ଫେରିଯିଥିବା ଦେଖିବାକୁ ମିଳିଛି।ରାଜ୍ୟରୁ ମୌମୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Bhubaneswar Meteorological Centre)ଅନୁମାନ କରାଯାଉଛି।  ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ(Dry wind) ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ(Gravitational force) ସକ୍ରିୟ ରହିଛି । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ହୋଇଛି ।

ଚଳିତ ବର୍ଷ ଜୁନ୍ ୨୨ ତାରିଖରେ ଓଡ଼ିଶା(Odisha) ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୮ ଦିନ ବିଳମ୍ବରେ ମୌସୁମୀ ବାୟୁ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ(Rajasthan), ଗୁଜୁରାଟ, ହରିୟାଣା, ପଞ୍ଜାବ(Panjab) ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫(October-15) ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।